ETV Bharat / bharat

Army Alert On Tibet Border: ତଓ୍ୱାଙ୍ଗ ସଂଘର୍ଷ ପରେ ଉତ୍ତରାଖଣ୍ଡରୁ ପଶ୍ଚିମବଙ୍ଗ, ଆଲର୍ଟ ମୋଡରେ ସେନା

author img

By

Published : Dec 14, 2022, 9:28 PM IST

ଅରୁଣାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡ ସୀମାରେ ସେନାର ଆଲର୍ଟ ମୋଡ । (Army alert on China Tibet border in Uttarakhand) ଉତ୍ତରାଖଣ୍ଡ ସହ ଚୀନ ଅଧିକୃତ ତିବ୍ବତକୁ ଲାଗି ରହିଛି 345 କି.ମି ଅନ୍ତର୍ଜାତୀୟ ସୀମା । ଅଧିକ ପଢନ୍ତୁ

Army alert on China Tibet border: ତାଓ୍ବଙ୍ଗ ସଂଘର୍ଷ ପରେ ଉତ୍ତରାଖଣ୍ଡ ତୀବ୍ବତ ସୀମାରେ ଆଲର୍ଟ ମୋଡରେ ସେନା

ହାଇଦ୍ରାବାଦ: LAC ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଉତ୍ତରାଖଣ୍ଡର ତିବ୍ବତ ସୀମାରେ ମଧ୍ୟ ଆକ୍ସନ ମୋଡକୁ ଆସିଛି ସେନା (Army alert on China Tibet border in Uttarakhand) । ଉତ୍ତରାଖଣ୍ଡ ଓ ଚୀନ ଅଧିକୃତ ତୀବ୍ବତ ସୀମାକୁ ଲାଗି ପ୍ରାୟ 345 କି.ମି ଅନ୍ତର୍ଜାତୀୟ ସୀମା ରହିଛି । ପ୍ରବଳ ଶୀତ ଓ ତୁଷାରପାତ ସତ୍ତ୍ବେ ସୁଦ୍ଧା ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ସେନା ୟୁନିଟ ସୁରକ୍ଷା ପାଟ୍ରୋଲିଂ ସହ ସର୍ଭିଲାନ୍ସକୁ କଡାକଡି କରିଛି । ଚୀନ ସେନାର ଗତିବିଧି ଉପରେ 24 ଘଣ୍ଟିଆ ନଜର ରଖିଛି ସେନା ।

ଏବେ ଉତ୍ତରାଖଣ୍ଡର ଏକାଧିକ ସ୍ଥାନରେ ବିଯୁକ୍ତ ତାପମାତ୍ରା ରହିଛି । ତୁଷାରପାତ ମଧ୍ୟ ଜାରି ରହିଛି । ପ୍ରତିକୂଳ ପାଗ ଓ ଲୋ-ଭିଜିବିଲିଟି କାରଣରୁ ଯୋଗାଯୋଗ ମଧ୍ୟ ପୂର୍ବପରି ସ୍ବାଭାବିକ ନାହିଁ । ପିଥୌରଗଡ ଓ ଉତ୍ତରକାଶୀ ପରି ଘାଟିରେ ପ୍ରାୟ -10 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଉତ୍ତରାଖଣ୍ଡରେ 345 କି.ମି ପାର୍ବତ୍ୟାଞ୍ଚଳ ସଲଗ୍ନ ଅନ୍ତର୍ଜାତୀୟ ସୀମା ରହିଛି । ଯାହାର ନିୟମିତ ସୁରକ୍ଷା ଦାୟିତ୍ବରେ ଇଣ୍ଡୋ-ତୀବ୍ବତ ବର୍ଡର ପୋଲିସ (ITBP) ଦାୟିତ୍ବରେ ଥାଏ । ତେବେ ଏହି ସୀମାରେ ITBP ସହ ଭାରତୀୟ ସ୍ଥଳ ସେନା ମଧ୍ୟ ମୋର୍ଚ୍ଚା ସମ୍ଭାଳିଛି (Army alert on China Tibet border in Uttarakhand)। ଏପଟେ ପଶ୍ଚିମବଙ୍ଗ ମଧ୍ୟ ଆଲର୍ଟରେ ରହିଛି । ପଶ୍ଚିମବଙ୍ଗ ହାସିମାରା ବାୟୁସେନା ଘାଟିରେ ଯୁଦ୍ଧ ବିମାନ ରାଫେଲ୍ ୟୁନିଟକୁ ଆଲର୍ଟ ମୋଡରେ ରଖାଯାଇଛି ।

କେବଳ ସୀମାରେ ସର୍ଭିଲାନ୍ସ ନୁହେଁ ବରଂ ସ୍ଥାନୀୟ ଚିନ୍ୟାଲୀସୌଡ ଏୟାରବେସକୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ପ୍ରତିକୂଳ ପାଗରେ ଯଦି କୌଣସି ଆହ୍ବାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୁଏ, ତେବେ କମ୍ବାଟ ଏୟାର ପାଟ୍ରୋଲିଂ କରିପାରିବା ପରି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଡିସେମ୍ବର 9 ତାରିଖରେ ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗ ନିକଟବର୍ତ୍ତୀ ସ୍ଥାନରେ ଚୀନ ସେନାର ପ୍ରାୟ 3 ଶହ ଯବାନ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ଦୁଇ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଫଳରେ ଚୀନ ପଛକୁ ହଟିବାକୁ ବାଧ୍ୟ ହୋଇଥିଲା । ଏବେ ଚୀନ ସୀମା ସଲଗ୍ନ ସିଆଚୀନରୁ ନେଇ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ସୀମାରେ ସୁରକ୍ଷା, ସର୍ଭିଲାନ୍ସ ଓ ସୀମା ପାଟ୍ରୋଲିଂକୁ କଡାକଡି କରାଯିବା ସହ ଚୀନ ସେନାର ସମସ୍ତ ଗତିବିଧିକୁ ଅତି ତୀକ୍ଷ୍ଣ ଭାବେ ନଜର ରଖିଛି ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.