ETV Bharat / bharat

ରାଷ୍ଟ୍ରପତିଙ୍କୁ ବ୍ୟକ୍ତିଗତ ଭେଟି କ୍ଷମା ମାଗିବି, କିନ୍ତୁ BJPକୁ ନୁହେଁ: ଅଧୀର ରଞ୍ଜନ

author img

By

Published : Jul 28, 2022, 5:25 PM IST

ବିବାଦ ପରେ ଅଧିରଙ୍କ ପ୍ରତିକ୍ରିୟା । ଭୁଲବଶତଃ ତାଙ୍କ ମୁହଁରୁ ବାହାରି ଯାଇଛି ଏପରି ଟିପ୍ପଣୀ । ଆବଶ୍ୟକ ପଡିଲେ ରାଷ୍ଟ୍ରପତିଙ୍କୁ ଭେଟି ମାଗିବେ କ୍ଷମା । କିନ୍ତୁ ବିଜେପିକୁ କ୍ଷମା ମାଗିବାର କୌଣସି ଆବଶ୍ୟକତା ନାହିଁ । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ବ୍ୟକ୍ତିଗତ ଭେଟି କ୍ଷମା ମାଗିବି, ପାଖଣ୍ଡିମାନଙ୍କୁ ନୁହେଁ: ଅଧୀର ରଞ୍ଜନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସମ୍ପର୍କରେ ବିବାଦୀୟ ବୟାନ ମାମଲାରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହା ତାଙ୍କ ଭୁଲ ବୋଲି ସ୍ବୀକାର କରିବା ସହ ଏଥିରେ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଟଣା ନଯାଉ ବୋଲି କହିଛନ୍ତି ।

  • #WATCH | "Rashtrapatni" row | ...I accepted my mistake...What do they say about Sonia Gandhi during polls? About Shashi Tharoor's wife? About Renuka Chowdhury? I sought time from President, might get appointment the day after tomorrow, I'll speak with her personally: AR Chowdhury pic.twitter.com/7W1PAw5JzG

    — ANI (@ANI) July 28, 2022 " class="align-text-top noRightClick twitterSection" data=" ">

ବିବାଦ ଚରମ ସୀମାରେ ପହଞ୍ଚିିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଧୀର କହିଛନ୍ତି, ‘‘ଏହା ମୋର ଉଦ୍ଦେଶ୍ୟମୂଳକ ଟିପ୍ପଣୀ ନୁହେଁ ବରଂ, ଭୁଲବଶତଃ ମୁହଁରୁ ବାହାରି ଯାଇଛି । ମୁଁ ମୋ ଭୁଲ ସ୍ବୀକାର ମଧ୍ୟ କରୁଛି । ତେବେ ଯଦି ଏହା ରାଷ୍ଟ୍ରପତିଙ୍କୁ ଆଘାତ ଦେଇଥାଏ, ତେବେ ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ଭେଟି କ୍ଷମା ମାଗିବି । ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ମୁଁ ମଧ୍ୟ ସମୟ ମାଗିଛି । ଆସନ୍ତା ଦିନେ କି ଦୁଇ ଦିନ ମଧ୍ୟରେ ରାଷ୍ଟ୍ରପତି ସମୟମ ମଧ୍ୟ ଦେଇପାରନ୍ତି । ତେବେ ସେ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବା ପାଇଁ ପ୍ରସ୍ତୁତ କିନ୍ତୁ ଏହି ପାଖଣ୍ଡିମାନଙ୍କୁ କ୍ଷମା ମାଗିବାର ଆବଶ୍ୟକତା ନାହିଁ ।’’

ନିଜର ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ସତ୍ତ୍ବେ ମଧ୍ୟ ବିଜେପିକୁ ମଧ୍ୟ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ଅଧୀର । ଏହି ସଦନରେ ବିଜେପି ସଦସ୍ୟମାନେ ଏକାଧିକ ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଂସଦ ରେଣୁକା ଚୌଧୁରୀ, ସାଂସଦ ଶଶୀ ଥରରୁଙ୍କୁ ପତ୍ନୀଙ୍କ ସମ୍ପର୍କରେ ବିଜେପି କିପରି ମନ୍ତବ୍ୟ ରଖିଥିଲା ବୋଲି ଅଧୀର ରଞ୍ଜନ ପ୍ରଶ୍ନ କରିଛନ୍ତି । ସେହିପରି ବିଜେପି କେବଳ ଆଦିବାସୀ କାର୍ଡ ଖେଳିବାକୁ ଚାହୁଁଛି । ଦେଶର ଆଦିବାସୀ ସମ୍ପ୍ରଦାୟ ନରେନ୍ଦ୍ର ମୋଦିଙ୍କ ଶାସନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ମଧ୍ୟ ଅଧୀର ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.