ଆକ୍ୱାଥେରାପି ହେଉଛି ଏକ ପ୍ରକାର ଥେରାପି ବା ଚିକିତ୍ସା ପ୍ରଣାଳୀ, ଯେଉଁଥିରେ ରୋଗୀର ଚିକିତ୍ସା, ପୁନଃଥଇଥାନ, ସ୍ୱାସ୍ଥ୍ୟ, ବିକାଶ ଓ ଫିଟନେସ୍ ପ୍ରତି ଏକ ଆକ୍ୱାଟିକ୍ ଏନଭାରମେଣ୍ଟ ବା ଜଳୀୟ ପରିବେଶରେ ଧ୍ୟାନ ଦିଆଯାଏ । ଜଳୀୟ ଚିକିତ୍ସା ବା ଥେରାପିରେ କୌଣସି ସହାୟକ, ସୁରକ୍ଷାତ୍ମକ ଉପକରଣ ବା ସଂରଜାମର ବ୍ୟବହାର ବାଧ୍ୟତାମୂଳକ ନ ଥାଏ । ଏ ବାବଦରେ ଇଟିଭି ଭାରତ ପକ୍ଷରୁ ବିଶେଷଜ୍ଞ ଡକ୍ଟର କେତନ ଭାଟିକରଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା । ଆକ୍ୱା ଥେରାପି ଦ୍ୱାରା ସବୁ ବୟସର ଲୋକଙ୍କ ବିକାର, ଶାରୀରିକ ଅସାମର୍ଥ୍ୟତା ଓ କୁସ୍ଥିତିର ଉପଚାର କରାଯାଏ । ଜଳୀୟ ପରିବେଶରେ ଥେରାପି ପରଫର୍ମ କରାଗଲେ ସୁଫଳ ମିଳିଥାଏ ।
ଆକ୍ୱା ଥେରାପି କିଭଳି କାର୍ଯ୍ୟ କରେ ?
- ବାୟୋନ୍ସି –ଏହା ହେଉଛି ଜଳର ଉପରମୁହାଁ ଶକ୍ତି , ଯାହା କି ଆପଣଙ୍କର ସବୁ ଗଣ୍ଠିଯୋଡରେ ଚାପ ହ୍ରାସ କରିବାରେ ସହାୟକ ହୁଏ । ବାୟୋନ୍ସି ଦ୍ୱାରା କିଛି ଚଳପ୍ରଚଳ ସହଜ ହୁଏ । ବାୟୋନ୍ସି ଦ୍ୱାରା ଆପଣଙ୍କ ଟିସୁ ଷ୍ଟ୍ରେଚ୍ ହୋଇଥାଏ । ଏଥିସହ ଏହି ଆକ୍ୱାଥେରାପିର ଏହି ପ୍ରଣାଳୀ ଦ୍ୱାରା ଆପଣଙ୍କ ସନ୍ତୁଳନ ଠିକ ରହେ । ପଡିଯିବାର ଭୟ ରହେ ନାହିଁ । ସଲଟ୍ ୱାଟର ଏ କ୍ଷେତ୍ରରେ ଅଧିକ ଲାଭପ୍ରଦ ହୁଏ ।
- ହାଇଡ୍ରୋଷ୍ଟାଟିକ ପ୍ରେସର –ଏହା ଏକ ପ୍ରକାର ଚାପ, ଯାହା କି ଜଳ ଆପଣଙ୍କ ଶରୀରରୁ କାଢିଥାଏ । ଏହାଦ୍ୱାରା ଆପଣଙ୍କ ମୁଭମେଂଟ୍ ଆହୁରି ସହଜ ହୋଇଥାଏ । ଚାଲିବା, ବସିବା, ପାଦ ପକାଇବା ଭଳି ଦୈନିକ ମୁଭମେଂଟ୍ ବା ଚଳପ୍ରଚଳର ଏକ ସଠିକ ପ୍ୟାଟର୍ନ ପ୍ରସ୍ତୁତ ହୁଏ ।
- ପୁଲ୍ର ତାପମାତ୍ରା ୯୨ରୁ ୯୩ ଡିଗ୍ରୀ ଫାରେନହିଟ୍ ମଧ୍ୟରେ ସୀମିତ ରଖାଯାଏ ।ଏହାଫଳରେ ଆପଣ ବ୍ୟାୟାମ କଲାବେଳେ ଟାଇଟ୍ ଟିସୁଗୁଡିକୁ ଆରାମ ମିଳିପାରିବ । କାରଣ ଏହି ତାପମାତ୍ର ଆପଣଙ୍କ ଶରୀରର ତାପମାତ୍ରା ସହ ସମାନ । ଏସବୁ ଟାଇଟ୍ ଟିସୁଗୁଡିକୁ ଆରାମ ଦେଲେ ଆପଣଙ୍କ କୋହଳତାରେ ବିକାଶ ହୋଇ ଯନ୍ତ୍ରଣା ହ୍ରାସ ହେବ ।
ଆକ୍ୱାଥେରାପିର ଫାଇଦା
- ଆକ୍ୱାଥେରାପିରେ ଗରମ ପାଣି ବ୍ୟବହାର ଦ୍ୱାରା ମାଂସପେଶୀକୁ ଅଧିକ ଆରାମ ମିଳିଥାଏ । ସଂଚାଳନ ଭଲ ହୋଇଥାଏ ।
- ଷ୍ଟ୍ରେଙ୍ଗଥ୍ ଟ୍ରେନିଂ ପାଇଁ ଜଳ ପ୍ରତିରୋଧକ ଭାବେ କାମ ଦେଇଥାଏ ।
- ବହୁ ଦିନ ଧରି ରହିଥିବା ଯନ୍ତ୍ରଣା ବା ହଠାତ୍ କୌଣସି ଯନ୍ତ୍ରଣାର ଉପଚାର ପାଇଁ ଆକ୍ୱା ଥେରାପି ରାମବାଣ ସଦୃଶ କାମ କରିଥାଏ ।
- ଶରୀରର ଡିଟକ୍ସିଫିକେସନ ସହାୟତାରେ ଆକ୍ୱା ଥେରାପି ଶରୀରରୁ ବର୍ଜ୍ୟବସ୍ତୁ ବା ମଇଳା ସଫା କରିବାରେ ସହାୟକ ହୋଇଥାଏ ।
- ଅଚଳ ଓ ନିଷ୍କ୍ରିୟ ମାଂସପେଶୀଗୁଡିକ ସଚଳ ଓ ସକ୍ରିୟ କରିବା ପାଇଁ ଆକ୍ୱାଥେରାପି ସହାୟକ ହୁଏ ।
- ଆକ୍ୱା ଥେରାପି ଦ୍ୱାରା ଆମର ପାଚନ ପ୍ରକ୍ରିୟାର ବିକାଶ ହୋଇଥାଏ ।
- ଆକ୍ୱା ଥେରାପି ଦ୍ୱାରା ଆମର କୋଷିକାଗୁଡିକ ହାଇଡ୍ରେଟ୍ ହୋଇ ରହନ୍ତି ।
- ଏହି ଥେରାପି ଆମର ମାଂସପେଶୀ ଓ ତ୍ୱଚାରେ ସୁଧାର ଆଣିଥାଏ ।
- ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ଆକ୍ୱା ଥେରାପି ।
- ଆମର ଅଭ୍ୟନ୍ତରୀଣ ଅଂଗଗୁଡିକରେ ରକ୍ତ ପ୍ରବାହ ବୃଦ୍ଧି କରିଥାଏ ଆକ୍ୱା ଥେରାପି । ଏଥିସହ ଏହି ଥେରାପି ଦ୍ୱାରା ଅଭ୍ୟନ୍ତରୀଣ ଅଂଗଗୁିକର କାର୍ଯ୍ୟ କ୍ଷମତା ବୃଦ୍ଧି ହୁଏ ।
- ଆକ୍ୱା ଥେରାପି ଦ୍ୱାରା ଆମର ଆଘାତପ୍ରାପ୍ତ ଅଂଗ ଠିକ୍ ହୁଏ ।
- ନିଆଁରେ ପୋଡି ହୋଇଥିବା କ୍ଷତ ସ୍ଥାନ, ଶୀତଦଂଶ ଆଜି ଆକ୍ୱାଥେରାପି ଦ୍ୱାରା ଠିକ୍ ହୁଏ ।
- ଜ୍ୱର ହ୍ରାସ , ମାଂସପେଶୀ ଯନ୍ତ୍ରଣା କମ୍ କରିବା ସହ ଆଂଠୁଗଣ୍ଠି ଯୋଡରେ ଯନ୍ତ୍ରଣା ଉପଶମ କରେ ଆକ୍ୱା ଥେରାପି ।
- ଆକ୍ୱାଥେରାପି ଦ୍ୱାରା ମୁଣ୍ଡବ୍ୟଥା ଓ ତ୍ୱଚାଜନିତ ସମସ୍ୟା ଦବର ହୋଇଥାଏ ।
- ଏହା ପ୍ରସବ ବେଦନା ହ୍ରାସ କରିବା ସହ ଶରୀରକୁ ଆରାମ ପ୍ରଦାନରେ ସହାୟକ ହୁଏ ।
ଫିଜିକାଲ ଥେରାପିଷ୍ଟ କଣ କରିବେ ?
- ଆପଣଙ୍କ ଥେରାପିଷ୍ଟ ଆପଣଙ୍କ ଶରୀରର ଆବଶ୍ୟକତା ଅନୁସାରେ ଏକ ଏକ୍ସରସାଇଜ୍ ରୁଟିନ ବିକଶିତ କରିବେ ।
- ଆକ୍ୱାଥେରାପିର ପ୍ରଥମ କିଛି ସେସନ ପରେ ଆପଣ ହୁଏ ତ ହାଲିଆ ଅନୁଭବ କରିପାରନ୍ତି । କିନ୍ତୁ ପରେ ଆପଣ ବେଶ୍ ଆରାମ ଅନୁଭବ କରିବେ ।
ପରାମର୍ଶ
ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ । ଏଥିସହ ଆବଶ୍ୟକ ପାଣି ପିଅନ୍ତୁ । ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ଏହା ଜରୁରୀ । ଯଦି କୌଣସି ସମସ୍ୟା ଥାଏ, ତାହା ହେଲେ ଥେରାପିଷ୍ଟଙ୍କ ସହ କଥା ହୁଅନ୍ତୁ ।