ETV Bharat / bharat

ଖରାପ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର, ରବିବାରେ ମିଳିପାରେ ସାମାନ୍ୟ ଆଶ୍ବସ୍ତି

author img

By

Published : Feb 20, 2021, 12:00 PM IST

ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ଖରାପ ହେବାରେ ଲାଗିଛି । ଏୟାର କ୍ବାଲିଟି ଇଣ୍ଡେକ୍ସ 309 ଥିବା ବେଳେ ରବିବାର କିଛିଟା ପ୍ରଦୂଷଣ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରାଯାଛି । ଅଧିକ ପଢନ୍ତୁ...

ଖରାପ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତ
ଖରାପ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ତର ଖରାପ ହେବାରେ ଲାଗିଛି । ଏୟାର କ୍ବାଲିଟି ଇଣ୍ଡେକ୍ସ 309 ଥିବା ବେଳେ ରବିବାର କିଛିଟା ପ୍ରଦୂଷଣ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରାଯାଛି । ଏୟାର କ୍ବାଲିଟି ସିଷ୍ଟମ ଓ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ଅନୁଯାୟୀ ଦିଲ୍ଲୀର ବାୟୁ ଗୁଣବତ୍ତା ରବିବାର ସାମାନ୍ୟ ଭଲ ରହିବ ।

ପୂର୍ବ ଦିଲ୍ଲୀର ବାୟୁ ଗୁଣବତ୍ତା ପୂର୍ବାନୁମାନ ଅନୁଯାୟୀ ଅତ୍ୟଧିକ ନିମ୍ନ ଭାଗରେ ରହିଛି। ଭୂପୃଷ୍ଠ ପବନର ବେଗ କମ୍ ଏବଂ ଉନ୍ନତି ହେବ ବୋଲି ପୂର୍ବାନୁମାନ କରାଯାଇଛି । ଫେବୃଆରୀ 21ରୁ ପଶ୍ଚିମ ପବନ ଦିଲ୍ଲୀ ଉପରେ ପ୍ରଭାବ ପକାଇପାରେ। ତେବେ 0-50 ମଧ୍ୟରେ AQI ଭଲ ଚିହ୍ନିତ ହୋଇଛି, 51-100 ସନ୍ତୋଷଜନକ, 101- 200 ମଧ୍ୟମ, 201- 300 ଖରାପ, 301-400 ଅତ୍ୟନ୍ତ ଖରାପ ଏବଂ 401-500 ଗୁରୁତର ବୋଲି ଧରାଯାଏ ।

SAFAR ଅନୁଯାୟୀ, PM10 କଣିକାର କନ୍ସନେଟ୍ରେଟ୍ ଖରାପ ବର୍ଗରେ 280 ଥିବାବେଳେ PM ଆଜି ଅତ୍ୟନ୍ତ ଖରାପ ବର୍ଗରେ 131 ରେ ରହିଛି । ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆଜି ଦିଲ୍ଲୀର ପାଲାମରେ 13 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସର୍ବାଧିକ ତାପମାତ୍ରା ପ୍ରାୟ 28 ଡିଗ୍ରୀ ସେଲସିୟସ୍ ହେବ ଏବଂ ସର୍ବନିମ୍ନ 10 ଡିଗ୍ରୀ ସେଲସିୟସ୍ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.