ETV Bharat / bharat

୧୩୦୦ ଭାରତୀୟ ସିମ୍‌ କାର୍ଡ ହ୍ୟାକ କରିଛି ଗିରଫ ଚୀନ ନାଗରିକ - Apprehended Chinese national smuggled 1300 Indian SIM cards to China

ଦକ୍ଷିଣବଙ୍ଗ ସୀମାନ୍ତର ସୀମା ସୁରକ୍ଷା ବଳ, ମାଲ୍‌ଦାରୁ ଜଣେ ଚୀନ ନାଗରିକଙ୍କୁ ଧରିବାର ଗୋଟିଏ ଦିନ ପରେ ସେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ 1300 ରୁ ଅଧିକ ଭାରତୀୟ ସିମକୁ ନିଜ ଅନ୍ତଃବସ୍ତ୍ରରେ ଲୁଚାଇ ଚୀନକୁ ଚୋରା ଚାଲାଣ କରିଥିବା ସ୍ୱୀକାର କରିଛନ୍ତି। ଅଧିକ ପଢନ୍ତୁ...

୧୩୦୦ ଭାରତୀୟ ସିମ୍‌ କାର୍ଡ ହ୍ୟାକ କରିଛି ଗିରଫ ଚୀନ ନାଗରିକ

author img

By

Published : Jun 12, 2021, 3:43 PM IST

କୋଲକାତା: ଦକ୍ଷିଣ ବଙ୍ଗ ସୀମାନ୍ତ ମାଲ୍‌ଦାରୁ ବିଏସଏଫ ଜଣେ ଚୀନ ନାଗରିକଙ୍କୁ ଧରିବାର ଗୋଟିଏ ଦିନ ପରେ ସେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ଗୁରୁବାର ଦିନ ଭାରତୀୟ ପାର୍ଶ୍ୱକୁ ଯାଉଥିବାବେଳେ ମାଲଦାର ସୁଲତାନପୁର ଇଣ୍ଡୋ-ବଙ୍ଗ ସୀମାରୁ ଗିରଫ ହୋଇଥିବା ଚୀନ ନାଗରିକ ହାନ୍‌ ଜୁନ୍‌ୱେଇ ନାମକ ବ୍ୟକ୍ତିକୁ ଆଜି ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି। ତେବେ ଅନେକ ଘଣ୍ଟାର କଠୋର ପଚରାଉଚରା ପରେ ସେ ଜାଲ ଡକ୍ୟୁମେଣ୍ଟ ମାଧ୍ୟମରେ କ୍ରୟ ହୋଇଥିବା 1300 ରୁ ଅଧିକ ଭାରତୀୟ ସିମ ନିଜ ଅନ୍ତଃବସ୍ତ୍ରରେ ଲୁଚାଇ ଚୋରା ଚାଲାଣ କରିଥିବା ସ୍ୱୀକାର କରିଛି ।

ଭାରତୀୟ ଆକାଉଣ୍ଟ୍‌ଗୁଡ଼ିକୁ ହ୍ୟାକ୍‌ କରିବା ଏବଂ ଭାରତରେ ଅନ୍ୟାନ୍ୟ ଆର୍ଥିକ ଠକେଇ କରିବା ଲାଗି ଚୋରାଚାଲାଣ ହୋଇଥିବା ଉକ୍ତ ସିମ୍‌ କାର୍ଡ ଗୁଡ଼ିକୁ ପରେ ଚୀନରେ ବ୍ୟବହାର କରାଯାଇ ଥାଆନ୍ତା ବୋଲି ସେ କହିଛନ୍ତି। ଜୁନ୍‌ୱେଇ ଜଣେ ‘ୱାଣ୍ଟେଡ୍‌ କ୍ରିମିନାଲ୍‌’। ସେ ଏବଂ ତାଙ୍କର ସହଯୋଗୀମାନେ ଭାରତୀୟ ସିମ୍‌କାର୍ଡ ଗୁଡ଼ିକୁ ଅନ୍ତଃବସ୍ତ୍ରରେ ଲୁଚାଇ ରଖି ଚୀନ୍‌କୁ ପଠାଉଥିଲେ। ସେମାନଙ୍କର ଉଦ୍ଦେଶ୍ୟ ଥିଲା ଟଙ୍କା କାରବାର ମେସିନରୁ ଟଙ୍କା ବାହାର କରିବା ପାଇଁ ସିମ୍ ବ୍ୟବହାର କରୁଥିବା ଲୋକଙ୍କୁ ଠକିବା। ଏହା ବ୍ୟତୀତ ତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ମଧ୍ୟ ଜାରି କରାଯାଇଥିଲା।

“ସୂଚନାଯୋଗ୍ୟ ଯେ ହାନ ଜୁନୱେଇଙ୍କ ବ୍ୟବସାୟିକ ସହଯୋଗୀ ସନ ଜିଆଙ୍ଗଙ୍କୁ ଏଟିଏସ୍ ଲକ୍ଷ୍ନୌ ଦ୍ୱାରା ଅନେକ ଅଭିଯୋଗରେ ଗିରଫ କରାଯାଇଥିଲା। ସେହିଦିନ ଠାରୁ ହାନ ଜୁନୱାଇଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ”

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.