ETV Bharat / bharat

Sanatana Dharma row: ଉଦୟାନିଧିଙ୍କ ନାମରେ ସୁପ୍ରିମକୋର୍ଟରେ ମାମଲା

author img

By ETV Bharat Odisha Team

Published : Sep 7, 2023, 8:31 PM IST

ସର୍ବୋଚ୍ଚ କୋର୍ଟରେ ପହଞ୍ଚିଲା ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲା । ଉଦୟାନିଧିଙ୍କ ନାମରେ ମାମଲା ଦାଖଲ । ଆରେଷ୍ଟ ଓ୍ବାରେଣ୍ଟ ଜାରି କରିବାକୁ ଆବେଦନ । ଅଧିକ ପଢନ୍ତୁ

Sanatana Dharma row: ଉଦୟାନିଧିଙ୍କ ନାମରେ ସର୍ବୋଚ୍ଚ କୋର୍ଟରେ ମାମଲା

ନୂଆଦିଲ୍ଲୀ: ତାମିଲନାଡ଼ୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ୍‌ଙ୍କ ସନାତନ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗ ତମାମ ବୟାନବାଜୀ ମଧ୍ୟରେ ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚି ସାରିଛି । ଦିଲ୍ଲୀର ଭିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ଏହି ଆବେଦନ ଦାଖଲ କରିଛନ୍ତି । ଉଦୟାନିଧି ଷ୍ଟାଲିନ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବାକୁ ଏହି ପିଟିସନରେ ଦର୍ଶାଯାଇଛି । ସେହିପରି ଏହା ଏକ ଧାର୍ମିକ ହେଟ୍‌ସ୍ପିଚ୍‌ (ଘୃଣାସୃଷ୍ଟିକାରୀ) ମନ୍ତବ୍ୟ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଚେନ୍ନାଇ ଓ ଦିଲ୍ଲୀ ପୋଲିସ କାହିଁକି ଏପର୍ଯ୍ୟନ୍ତ ନିଜଆଡ଼ୁ ମାମଲା ରୁଜୁ କରିନାହାନ୍ତି, କୋର୍ଟ ସେ ସମ୍ପର୍କରେ ମଧ୍ୟ ହସ୍ତକ୍ଷେପ କରିବାକୁ ଆବେଦନରେ ଉଲ୍ଲେଖ କରିଛନ୍ତି ଆବେଦନକାରୀ ଆଇନଜୀବୀ ।

  • Delhi-based lawyer files in the Supreme Court an application seeking FIR against Tamil Nadu Minister and DMK leader Udhayanidhi Stalin for his remarks calling for the eradication of ‘Sanatana Dharma’.

    The application also seeks contempt of court action against Delhi and Chennai… pic.twitter.com/9Q9u7ztmWO

    — ANI (@ANI) September 7, 2023 " class="align-text-top noRightClick twitterSection" data=" ">

ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି, ଉଦୟାନିଧିଙ୍କ ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଅପମାନିତ କରିଛି । ଏହା ଏକ ଧାର୍ମିକ ଘୃଣା ସୃଷ୍ଟିକାରୀ ମନ୍ତବ୍ଯ । ସର୍ବୋଚ୍ଚ କୋର୍ଟଙ୍କ ପ୍ରଦତ୍ତ ଗାଇଡ୍‌ଲାଇନ୍‌ ଅନୁସାରେ, ଏପରି ସମ୍ବେଦନଶୀଳ ଘଟଣାରେ ଅଭିଯୋଗ ନହେଲେ ମଧ୍ୟ ପୋଲିସ ନିଜଆଡୁ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିବା କଥା । ହେଲେ ଉଦୟାନିଧିଙ୍କ କ୍ଷେତ୍ରରେ ସେପରି ହୋଇନାହିଁ । ରାଜଧାନୀ ଦିଲ୍ଲୀ କିମ୍ବା ସ୍ଥାନୀୟ ଚେନ୍ନାଇ ପୋଲିସ ଉଦୟାନିିଧିଙ୍କ ବିରୋଧରେ ନିଜଆଡୁ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ କରିନାହାନ୍ତି । ଯାହାକି ପୋଲିସର ସର୍ବୋଚ୍ଚ ଅଦାଲତଙ୍କ ଗାଇଡଲାଇନର ଅବମାନନା । ଏହା ସମ୍ପର୍କରେ ମଧ୍ୟ କୋର୍ଟ ହସ୍ତକ୍ଷେପ କରନ୍ତୁ ।

ଏବେ ଉଦୟାନିଧିଙ୍କ ନାମରେ ଗିରଫ ପରଓ୍ବାନା ଜାରି କରି ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏହି ପିଟିସନରେ ଦାବି କରାଯାଇଛି । ଉଦୟାନିଧିଙ୍କ ସମେତ ଆଜି ସନାତନ ବିରୋଧୀ ମନ୍ତବ୍ୟ ଦେଇଥିବା ଡିଏମ୍‌କେର ବରିଷ୍ଠ ନେତା ତଥା ସାଂସଦ ଏ.ରାଜାଙ୍କ ବିରୋଧରେ ମଧ୍ୟ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିବା ପାଇଁ ଆବେଦନ ହୋଇଛି ।

ଏହା ମଧ୍ୟ ପଢନ୍ତୁ :-Sanatana Dharma Row: ଉଦୟାନିଧିଙ୍କୁ ବଳିଗଲେ ରାଜା, ସନାତନ ଧର୍ମକୁ HIV ଓ କୁଷ୍ଠ ରୋଗ ସହ କଲେ ତୂଳନା

ତାମିଲନାଡ଼ୁ ମନ୍ତ୍ରୀ ଉଦୟାନିଧିଙ୍କ ସନାତନ ବିରୋଧୀ ମନ୍ତବ୍ୟ ନେଇ ଦେଶରେ ଉତ୍ତେଜନା ଥମିନଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଡିଏମ୍‌କେ ସାଂସଦ ଏ.ରାଜା ସନାତନ ଧର୍ମକୁ HIV ଓ କୁଷ୍ଠ ରୋଗ ପରି ବୋଲି କହିଥିଲେ । 2 ତାରିଖରେ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ।

ବ୍ୟୁରୋ ରିପୋର୍ଟ, ଇଟିବି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.