ETV Bharat / bharat

8 Indians on death row in Qatar: ଆବେଦନ ଦାଖଲ କଲା ଭାରତ - ବିଦେଶ ମନ୍ତ୍ରଣାଳୟ

ଭାରତୀୟ ନୌସେନାର 8 ପୂର୍ବ ଅଧିକାରୀଙ୍କୁ କତାର ମୃତ୍ୟୁଦଣ୍ଡ ଦେବା ମାମଲାରେ ଆବେଦନ ଦାଖଲ କଲା ଭାରତ । ଗୁଇନ୍ଦାଗିରି ଅଭିଯୋଗରେ ଗତମାସ 26ରେ ସମସ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛି କତାରର ଏକ କୋର୍ଟ । ଅଧିକ ପଢନ୍ତୁ

8 Indians on death row in Qatar: ଆବେଦ ଦାଖଲ କଲା ଭାରତ

author img

By ETV Bharat Odisha Team

Published : Nov 9, 2023, 6:44 PM IST

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ଭାରତୀୟ ନୌସେନାର 8 ପୂର୍ବ ଅଧିକାରୀଙ୍କୁ କତାର ମୃତ୍ୟୁଦଣ୍ଡ ଦେବା ମାମଲାରେ ଭାରତ ପକ୍ଷରୁ ଆଜି ଆବେଦନ ଦାଖଲ କରାଯାଇଛି । ଏନେଇ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରନ୍ଦମ ବାଗଚି ସୂଚନା ଦେଇଛନ୍ତି । କତାର ରାଜଧାନୀ ଦୋହାରେ ଥିବା ଭାରତୀୟ ଦୂତାବାସ ଜରିଆରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି । ପୂର୍ବରୁ ଏନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଆଜି ବନ୍ଦୀ ଭାରତୀୟଙ୍କ ପାଇଁ ଦ୍ବିତୀୟ କନସୁଲାର ସୁବିଧା ଯୋଗାଯାଇଛି । ନୂଆଦିଲ୍ଲୀ ସେମାନଙ୍କୁ ସମସ୍ତ ଆଇନଗତ ଓ କନସୁଲାର ସହାୟତା ନିଶ୍ଚିତ କରିବା ନେଇ ପ୍ରାଥମିକତା ଆଧାରରେ ପଦକ୍ଷେପ ଜାରି ରଖିଥିବା ନେଇ ବାଗଚି କହିଛନ୍ତି ।

ଗତମାସ (ଅକ୍ଟୋବର) 26 ତାରିଖରେ ସେଠାରେ କାର୍ଯ୍ୟରତ ଥିବା ନୌସେନାର 8 ଜଣ ପୂର୍ବତନ ଅଧିକାରୀଙ୍କୁ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ କତାରର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା । ଏହାକୁ ଭାରତ ଆଶ୍ଚର୍ଯ୍ୟଜନକ ବୋଲି କହିବା ସହ ଅନ୍ତର୍ଜାତୀୟ ଆଇନ ସହ ଏହାକୁ ଚ୍ୟାଲେଞ୍ଜ କରାଯିବା ନେଇ ମଧ୍ୟ କହିଥିଲା । ସେମାନଙ୍କୁ ସମସ୍ତ ନ୍ୟାୟିକ ଅଧିକାର ଯୋଗାଇବାକୁ କତାର ସହ ଯୋଗାଯୋଗ କରାଯିବା ନେଇ ନୂଆଦିଲ୍ଲୀ କହିଥିଲା । ଏବେ ଏହି ମାମଲାରେ ଏକ ଆବେଦନ ଭାରତ ପକ୍ଷରୁ ଦାଖଲ କରାଯାଇଛି ।

ଏମାନେ ସମସ୍ତେ ଭାରତୀୟ ନୌସେନାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ କାର୍ଯ୍ୟ କରି ଅବସର ଗ୍ରହଣ କରିସାରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ରାଷ୍ଟ୍ରପତି ମେଡାଲ ପ୍ରାପ୍ତ ପୂର୍ବତନ ଅଧିକାରୀ ମଧ୍ୟ ରହିଛନ୍ତି । ସେମାନେ ସେଠାରେ କତାର ସେନାକୁ ବୈଷୟିକ ପ୍ରଶିକ୍ଷଣ ଦେଉଥିବା ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। ସେମାନେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରିବା ସହ କିଛି ସାମରିକ ତଥ୍ୟ ଲିକ କରିଥିବା ଅଭିଯୋଗରେ କତାର ପୋଲିସ ସେମାନଙ୍କୁ ଗତବର୍ଷ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- Cash for Query row: ପ୍ୟାନେଲ ଅଧ୍ୟକ୍ଷ ଓ ବିଜେପି ସଦସ୍ୟ ପ୍ରୋସିଡିଂ ଲିକ୍‌ କରିଥିବା ଡାନିଶଙ୍କ ଅଭିଯୋଗ

ଗତମାସ 26 ତାରିଖରେ ମୃତ୍ୟୁ ଦଣ୍ଡାଦେଶ ମିଳିବା ପରେ ଏହାକୁ ନେଇ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ପରେ ଭାରତ ସରକାର ସେମାନଙ୍କ ମୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇ ସାରିଥିବା କହିଥିଲେ । ନିଜେ ବିଦେଶ ମନ୍ତ୍ରୀ ଜୟଶଙ୍କର 8 ବନ୍ଦୀ ଅଧିକାରୀଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିସାରିଛନ୍ତି । ଏବେ ଭାରତର ଅନ୍ତର୍ଜାତୀୟ ଆଇନଗତ ଲଢେଇ ଓ କୂଟନୈତିକ ଚାପ କତାର ଉପରେ କେତେ ପ୍ରଭାବ ପକାଉଛି, ତାକୁ ସମସ୍ତଙ୍କ ଅପେକ୍ଷା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.