ETV Bharat / bharat

ଅବକାରୀ ଦୁର୍ନୀତି ଟଙ୍କା ଗୋଆ ନିର୍ବାଚନରେ ଖର୍ଚ୍ଚ କରିଛି ଆପ: ED - ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । କୋର୍ଟରେ ଚାର୍ଜସିଟ ଦାଖଲା କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅବକାରୀ ଦୁର୍ନୀତି ଟଙ୍କା ଗୋଆ ନିର୍ବାଚନରେ ଆପ ଖର୍ଚ୍ଚ କରିଥିବା ଉଲ୍ଲେଖ । ଅଧିକ ପଢନ୍ତୁ

app used delhi liquor scam money to fund Goa polls

author img

By

Published : Feb 3, 2023, 7:51 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଚାର୍ଜସିଟ ଦାଖଲ କରିଛି ଇଡି । ଚାର୍ଜସିଟରେ ଆପ ବିରୋଧରେ ବିସ୍ଫୋରକ ତଥ୍ୟ ଉଲ୍ଲେଖ ରହିଛି । ଗୋଆ ନିର୍ବାଚନ ପ୍ରଚାରରେ ଆପ ଅବକାରୀ ଦୁର୍ନୀତି ଟଙ୍କା ଖର୍ଚ୍ଚ କରିଥିବା ଚାର୍ଜ ସିଟରେ ଉଲ୍ଲେଖ କରିଛି ଇଡି । ଗତ 2022ରେ ଗୋଆ ନିର୍ବାଚନ ହୋଇଥିବା ବେଳେ 2ଟି ସିଟରେ ଆପର ବିଜୟ ହୋଇଛି ।

ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ,''ଆପର ସର୍ଭେ ଟିମରେ ଥିବା ସ୍ୱେଚ୍ଛାସେବୀମାନଙ୍କୁ ନଗଦ 70 ଲକ୍ଷ ଟଙ୍କା ଦିଆଯାଇଥିଲା । ଏହା ବ୍ୟତିତ ଆପର କମ୍ୟୁନିକେସନ ଇନଚାର୍ଜ ଦାୟିତ୍ବରେ ଥିବା ବିଜୟ ନାୟାର ପ୍ରଚାର ସମ୍ବନ୍ଧୀୟ କାର୍ଯ୍ୟରେ ଜଡିତ କିଛି ବ୍ୟକ୍ତିଙ୍କୁ ନଗଦ ଟଙ୍କା ଦେବା ପାଇଁ କହିଥିଲେ । ଏଥିସହ ବିଜୟ ନାୟାର ଆପ ତରଫରୁ ଓ୍ବାଇଏସଆରସିପି ସାଂସଦ ମାଗୁଣ୍ଟା ଶ୍ରୀନିବାସୁଲୁ ରେଡ୍ଡୀ, ତାଙ୍କ ପୁଅ ରାଘବ ମାଗୁଣ୍ଟା, ଅରୋବିନ୍ଦ ଫାର୍ମା ନିର୍ଦ୍ଦେଶକ ପି ସାରଥ ଚନ୍ଦ୍ର ରେଡ୍ଡୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା କଲଭକୁନ୍ତଲାଙ୍କୁ ନେଇ ଗଠିତ ଗ୍ରୁପ ଠାରୁ 100 କୋଟି ଟଙ୍କା ଲାଞ୍ଚ ନେଇଥିଲେ । ଏହି ଟଙ୍କାକୁ ହାଇଦ୍ରାବାଦର ବ୍ୟବସାୟୀ ଅଭିଷେକ ବୋଇନପାଲୀ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହଯୋଗୀ ଦୀନେଶ ଆରୋରାଙ୍କ ସହ ଷଡଯନ୍ତ୍ର କରି ଉକ୍ତ ଟଙ୍କା ଟ୍ରାନ୍ସଫର କରିବାରେ ସାହାଯ୍ୟ କରିଥିବା ଚାର୍ଜ ସିଟରେ ଉଲ୍ଲେଖ ରହିଛି।''

ଏହା ମଧ୍ୟ ପଢନ୍ତୁ-ଗତ 3ବର୍ଷରେ 29 ହଜାର କୋଟିର କ୍ଷତି ସହିଛି ବେସାମରିକ ବିମାନ ଚଳାଚଳ ଶିଳ୍ପ

ଗୁରୁବାର ଇଡି ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ଚାର୍ଜସିଟରେ ଆପର ବିଜୟ ନାୟାର, ବ୍ୟବସାୟୀ ସାରଥ ରେଡ୍ଡୀ, ବିନୋ ବାବୁ, ଅଭିଷେକ ବୋଇନପାଲୀ ଏବଂ ଅମିତ ଆରୋରାଙ୍କ ନାମ ରହିଥିବା ବେଳେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମ ନାହିଁ । ଏହି ମାମଲାରେ ଅଧିକ ତଦନ୍ତ ଚାଲିଥିବା କୋର୍ଟଙ୍କୁ କହିଛି ଇଡି । ଇଡି ଚାର୍ଜସିଟ ଦାଖଲ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହାକୁ ସମାଲୋଚନା କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ କାଳ୍ପନିକ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜାନୁଆରୀ 14 ତାରିଖରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଚଢାଉ କରିଥିଲା। କିନ୍ତୁ ଚଢାଉରେ କୌଣସି ସୁରାକ ମିଳିନଥିବା ଟ୍ବିଟ କରି କହିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ। ଗତବର୍ଷ ଅକ୍ଟୋବର 17 ତାରିଖରେ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଜେରା କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.