ETV Bharat / bharat

ବିମାନବନ୍ଦର ଫେରିଲେ ମୋଦି, ଜୀବନ୍ତ ଫେରିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ ! - pm modi punjab visit news

ରାସ୍ତାରେ 20 ମିନିଟ ଫସି ରହିବା ପରେ ଭଟିଣ୍ଡା ବିମାନ ବନ୍ଦର ଫେରିଲେ ପ୍ରଧାନମନ୍ତ୍ରୀ । ଜୀବନ୍ତ ଫେରିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

ବିମାନବନ୍ଦର ଫେରିଲେ ପ୍ରଧାନମନ୍ତ୍ରୀ, ଜୀବନ୍ତ ଫେରିଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

author img

By

Published : Jan 5, 2022, 4:41 PM IST

ଚଣ୍ଡିଗଡ: ପଞ୍ଜାବରେ ଫ୍ଲାଏଓଭରରେ ପ୍ରାୟ ଅଧଘଣ୍ଟା ଫସିରହିବା ପରେ କାର୍ଯ୍ୟକ୍ରମ ବାତିଲ କରି ଭାଟିଣ୍ଡା ବିମାନ ବନ୍ଦରରକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ଜୀବନ୍ତ ଫେରି ପାରିଥିବା ଯୋଗୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଧନ୍ୟବାଦ ଦେବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ କହିଛନ୍ତି ମୋଦି ।

  • Officials at Bhatinda Airport tell ANI that PM Modi on his return to Bhatinda airport told officials there,“Apne CM ko thanks kehna, ki mein Bhatinda airport tak zinda laut paaya.” pic.twitter.com/GLBAhBhgL6

    — ANI (@ANI) January 5, 2022 " class="align-text-top noRightClick twitterSection" data=" ">

କର୍ତ୍ତୃପକ୍ଷ ଜାତୀୟ ସମ୍ବାଦ ସରବରାହ ସଂସ୍ଥା ANIକୁ ବିମାନ ବନ୍ଦର ଅଧିକାରୀ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ କହିଥିଲେ, ‘Apne CM ko thanks kehna, ki mein zinda laut paaya’ ।

ପ୍ରଧାନମନ୍ତ୍ରୀ ମୋଦି ଆଜି (ବୁଧବାର) ପଞ୍ଜାବର ଫିରୋଜପୁର ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ସୁରକ୍ଷା ଉଲ୍ଲଂଘନ ହେତୁ ରାସ୍ତାରେ ଫସି ରହିବା ଓ ପରେ ଗସ୍ତ ବାତିଲ କରି ଭାଟିଣ୍ଡା ବିମାନବନ୍ଦରର ଅଭିମୁଖେ ଫେରିଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ସମ୍ପର୍କିତ ପ୍ରୋଟୋକଲରେ ଖିଲାପ କରିଥିଲା ପଞ୍ଜବ ପୋଲିସ । ଫଳରେ ସଭାସ୍ଥଳ ଠାରୁ ମାତ୍ର 30 କିମି ପୂର୍ବରୁ ବିରୋଧକାରୀଙ୍କ ପ୍ରଦର୍ଶନ ଯୋଗୁ ପ୍ରଧାନମନ୍ତ୍ରୀଙ୍କ କନଭଏଙ୍କୁ ଅଟକିବାକୁ ପଡିଥିଲା । ଏକ ଫ୍ଲାଏଓଭର ଉପରେ ପ୍ରାୟ 20 ମିନିଟ ଧରି ପ୍ରଧାନମନ୍ତ୍ରୀଙ୍କ କନଭଏ ଅଟକି ରହିଥିଲା ।

ପରେ ପ୍ରଧାନମନ୍ତ୍ରୀ ଭଟିଣ୍ଡା ବିମାନ ବନ୍ଦରକୁ ଫେରିଯାଇଛନ୍ତି । ତେବେ ସେଠାରେ ପହଞ୍ଚିବା ପରେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ଏହି ଘଟଣା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ରିପୋର୍ଟ ତଲବ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.