ETV Bharat / bharat

ଧାରା 370 ଉଚ୍ଛେଦକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ଦଶହରା ପରେ ତାଲିକାଭୁକ୍ତ ହେବ ମାମଲା

ଅନୁଚ୍ଛେଦ ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ମାମଲାକୁ ତାଲିକା ଭୁକ୍ତ କରିବେ ସୁପ୍ରିମକୋର୍ଟ (plea against revocation of Article 370 ) । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ରଦ୍ଦ କରିଥିଲେ କେନ୍ଦ୍ର ସରକାର । ଅଧିକ ପଢ଼ନ୍ତୁ

Apex court agrees to list pleas against revocation of Article 370 after Dussehra vacation
ଅନୁଚ୍ଛେଦ ୩୭୦ ରଦ୍ଦକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ଦଶହରାପରେ ତାଲିକାଭୁକ୍ତ ହେବ ମାମଲା
author img

By

Published : Sep 23, 2022, 9:40 PM IST

ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ମାମଲାକୁ ତାଲିକା ଭୁକ୍ତ କରିବେ ସୁପ୍ରିମକୋର୍ଟ । ଦଶହରା ଛୁଟି ପରେ ଏହି ମାମଲାକୁ ତାଲିକାଭୁକ୍ତ କରାଯିବା ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଅନୁଚ୍ଛେଦ ୩୭୦ ମାଧ୍ୟମରେ ଜାମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିଥିଲା (plea against revocation of Article 37O) । ତେବେ ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ରଦ୍ଦ କରିଥିଲେ କେନ୍ଦ୍ର ସରକାର ।

ତେବେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବାକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଥିଲା । ଏହି ମାମଲା ଲଢ଼ୁଥିବା ଓକିଲ ଜଷ୍ଟିସ୍‌ ଉଦୟ ଉମେଶ ଲଳିତ ଖଣ୍ଡପୀଠଙ୍କ ସମ୍ମୁଖରେ ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ନିବେଦନ କରିଥିଲେ । ତେବେ ଦଶହରା ପରେ ଏହି ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ।

ଏହା ବି ପଢ଼ନ୍ତୁ ଧାରା ୩୭୦ ପୁନଃ ଲାଗୁ ହୋଇପାରିବ ନାହିଁ: ଗୁଲାମ ନବୀ ଆଜାଦ

୨୦୧୯ରେ ଜାମ୍ମୁ ଓ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ଅନୁଚ୍ଛେଦ ୩୫-A ରଦ୍ଦ କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତିତ କରିଥିଲେ କେନ୍ଦ୍ର ସରକାର । ଏହାକୁ ଅସମ୍ବିଧାନିକ ଦର୍ଶାଇ ଆବେଦନକାରୀ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଥିଲେ । ଏହି ମାମଲାରେ ଶୁଣାଣି ମଧ୍ୟ ଆରମ୍ଭ ହୋଇଥିଲା । ତେବେ କୋରୋନା ସଂକ୍ରମଣ ଯୋଗୁଁ ୨୦୨୦ ମାର୍ଚ୍ଚ ୨ ତାରିଖରୁ ଏହି ମାମଲାରେ ଆଉ ଶୁଣାଣି ହୋଇପାରିନି । କାରଣ ମହାମାରୀ ସମୟରେ ଭର୍ଚ୍ଚୁଆଲ ଶୁଣାଣି ଆରମ୍ଭ ହୋଇଥିଲା ।

ନ୍ୟାସନାଲ କଂଗ୍ରେସ୍‌ କନ୍‌ଫରେନ୍ସ ସାଂସଦ ଅବର ଲୋନ ହସନୈନ୍‌ ମସୁଦୀ, ଜମ୍ମୁ କାଶ୍ମୀର ପିପୁଲ କନଫରେନ୍ସର ପ୍ରମୁଖ ନେତା ସଜ୍ଜଦ ଲୋନ୍‌, ଶୋହଲା ରଶିଦ, ଆଡଭୋକେଟ ଏମ୍‌ଏଲ୍‌ ବର୍ମା ଓ ଶାକିର ଶବ୍ବୀର ପ୍ରମୁଖ ଅନୁଚ୍ଛେଦ ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅନୁଚ୍ଛେଦ ୩୭୦ ଜାମ୍ମୁ ଓ କାଶ୍ମୀରକୁ ଭାରତ ସହ ଏକୀକରଣ କରିବାକୁ ଅନୁମତି ଦେଉନାହିଁ କହିଥିଲେ କେନ୍ଦ୍ର ସରକାର ।

ଦାଖଲ ହୋଇଥିବା ମାମଲାର ଶୁଣାଣି ପାଇଁ ପୁନଃ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଗଠନ ହେବ । କାରଣ ପୂର୍ବରୁ ଖଣ୍ଡପୀଠରେ ଥିବା ପ୍ରଧାନ ବିଚାରପତି ଏନ୍‌ଭି ରମଣା ଓ ବିଚାରପତି ସୁବାସ ରେଡ୍ଡି ଅବସର ନେଇ ସାରିଛନ୍ତି । ଏହା ପୂର୍ବରୁ ଗଠନ ହୋଇଥିବା ୫ ଜଣିଆ ଖଣ୍ଡପୀଠର ଉଭୟ ସଦସ୍ୟ ରହିଥିଲେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.