ETV Bharat / bharat

ଆନ୍ଧ୍ରର ରାଜଧାନୀ ରହିବ ଅମରାବତୀ, ରାୟ ଶୁଣାଇଲେ ହାଇକୋର୍ଟ

ଆନ୍ଧ୍ରର ରାଜଧାନୀ ରହିବ ଅମରାବତୀ । ରାଜଧାନୀ ବିକେନ୍ଦ୍ରୀକରଣ ଏବଂ CRDA ବାତିଲ ପିଟିସନର ଶୁଣାଣି କରି ଏହି ରାୟ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

author img

By

Published : Mar 3, 2022, 11:37 AM IST

Updated : Mar 3, 2022, 2:17 PM IST

ଆନ୍ଧ୍ରର ୩ ରାଜଧାନୀ ନିର୍ମାଣ ଓ CRDA ବାତିଲ ମାମଲାରେ ରାୟ ଶୁଣାଇଲେ ହାଇକୋର୍ଟ

ଅମରାବତୀ: ଆନ୍ଧ୍ରପ୍ରଦେଶର ରାଜଧାନୀ ରହିବ ଅମରାବତୀ । ଆନ୍ଧ୍ରରେ ୩ଟି ରାଜଧାନୀ ନିର୍ମାଣ ଏବଂ CRDA(କ୍ୟାପିଟାଲ୍ ରିଜିଓନ୍ ଡେଭଲପମେଣ୍ଟ ଅଥରିଟି) ବାତିଲ ପିଟିସନର ଶୁଣାଣି କରି ହାଇକୋର୍ଟ ଆଜି ଏହି ରାୟ ଦେଇଛନ୍ତି । କୋର୍ଟ ରାଜ୍ୟ ସରକାରଙ୍କୁ CRDA ଆକ୍ଟ ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଚୁକ୍ତିନାମା ଅନୁଯାୟୀ ସମସ୍ତ ବିକାଶମୂଳକ କାର୍ଯ୍ୟ 6 ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବା ଆବଶ୍ୟକ । ଯେଉଁ କୃଷକମାନେ ଜମି ଦେଇଛନ୍ତି ସେମାନଙ୍କୁ ସମସ୍ତ ସୁବିଧା ସହିତ ବିକଶିତ ପ୍ଲଟ ଗୁଡିକ ୩ ମାସ ମଧ୍ୟରେ ହସ୍ତାନ୍ତର ହେଉ ବୋଲି କୋର୍ଟ ନିର୍ଦ୍ଦେଶ ଦେବା ସହ ବିକାଶମୂଳକ କାର୍ଯ୍ୟର ରିପୋର୍ଟ ସମୟ ସମୟରେ କୋର୍ଟକୁ ଦେବାକୁ କହିଛନ୍ତି ।

ମୁଖ୍ୟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ଏବଂ ନିଜର ଅନ୍ତିମ ରାୟ ଶୁଣାଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ରାଜଧାନୀ ପରିବର୍ତ୍ତନ କରିବାର କ୍ଷମତା ନାହିଁ । ସରକାର ବର୍ତ୍ତମାନର ରାଜଧାନୀ ଅମରାବତୀରୁ କୌଣସି କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରିପାରିବେ ନାହିଁ । ଏଥିସହ ଅମରାବତୀକୁ ରାଜଧାନୀ ସହର ରୂପେ ବିକଶିତ କରିବାକୁ ଏବଂ ବିନା କୌଣସି ସଂଶୋଧନରେ ମାଷ୍ଟର ପ୍ଲାନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ପ୍ରକାଶଥାଉ କି, ବର୍ଷ ବର୍ଷର ସଂଘର୍ଷ ପରେ ୨୦୧୪ରେ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇଥିଲା । ମନମୋହନ ସିଂ ସରକାରଙ୍କ ନିଷ୍ପତ୍ତିକ୍ରମେ ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦ ତେଲେଙ୍ଗାନାର ଅଂଶ ହୋଇଗଲା । ଏହାପରେ ଆନ୍ଧ୍ର ପାଇଁ ନୂଆ ରାଜଧାନୀର ସନ୍ଧାନ ହେଲା । ୨୦୧୫ ମାର୍ଚ୍ଚରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନୂଆ ରାଜଧାନୀର ନାମ ଅମରାବତୀ ରଖିଥିଲେ । ସେହିବର୍ଷ ଜୁନ ୬ ତାରିଖରେ ଅମରାବତୀ ରାଜଧାନୀ ରୂପେ ଗଠନ ପାଇଁ କୃଷ୍ଣା ନଦୀ କୂଳରେ ଭୂମି ପୂଜନ ହୋଇଥିଲା । ସେହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ସହରର ମୂଳଦୂଆ ପକାଇବାକୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏନ ଚନ୍ଦ୍ରବାବୁ ନାଇଡୁ ଅମରାବତୀକୁ ରାଜଧାନୀ ବନାଇବାକୁ ୩୨ ହଜାର ଏକର ଜମି ଅଧିଗ୍ରହଣ କରିଥିଲେ ।

ସେହି ସମୟରେ କୁହାଯାଇଥିଲା ଯେ, ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ପାଇଁ ସରକାରଙ୍କ ନିକଟରେ ୫୦ ହଜାର ଏକର ଜମି ଅଛି । ଏଥିପାଇଁ କୃଷ୍ଣା ନଦୀ କୂଳରେ ଥିବା ବିଜୟୱାଡା-ଗୁଣ୍ଟୁର ଅଞ୍ଚଳରେ କୃଷକଙ୍କ ଜମି ନିଆଯାଇଥିଲା । କିଛିଦିନ ପରେ ଆନ୍ଧ୍ରପ୍ରଦେଶ ସରକାର ପରିବର୍ତ୍ତନ ହେଲା ଏବଂ ଜଗନମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ । ନୂଆ ସରକାର ୨୦୨୦ରେ ବିଧାନସଭାରେ ପ୍ରସ୍ତାବ ପାରିତ କରି ରାଜ୍ୟ ପାଇଁ ୩ଟି ରାଜଧାନୀ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ଅମରାବତୀ, ବିଶାଖାପାଟନମ ଏବଂ କୁର୍ନୁଲକୁ ରାଜଧାନୀ କରିବା ସହ ବିଶାଖାପାଟନମକୁ କାର୍ଯ୍ୟକାରୀ ରାଜଧାନୀ କରିବାକୁ ଘୋଷଣା କରିଥିଲେ । ସେହିପରି ଅମରାବତୀକୁ ବିଧାନସଭା ରାଜଧାନୀ ଏବଂ କୁର୍ନୁଲକୁ ନ୍ୟାୟିକ ରାଜଧାନୀ କୁହାଗଲା ।

ଜଗନମୋହନ ରେଡ୍ଡୀଙ୍କ ସରକାର ସ୍ଥିର କଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜଭବନ ଏବଂ ସଚିବାଳୟ ସମେତ କେତେକ ସରକାରୀ କାର୍ଯ୍ୟାଳୟ ବିଶାଖାପାଟନମରେ ରହିବ । ଅମରାବତୀରେ ବିଧାନସଭା ରହିବ ଏବଂ କୁର୍ନୁଲରେ ହାଇକୋର୍ଟ ହେବ । ହେଲେ ରାଜ୍ୟବ୍ୟାପୀ ଏନେଇ ବିରୋଧ ପ୍ରଦର୍ଶନ ହେବା ପରେ ୨୦୨୧ରେ ମୁଖ୍ୟମନ୍ତ୍ରୀ ରେଡ୍ଡୀ ୩ ରାଜଧାନୀ ଆଇନକୁ ରଦ୍ଦ କରିବାକୁ ଘୋଷଣା କରିଥିଲେ । ଏହାପରେ ଆନ୍ଧ୍ରର କେବଳ ଅମରାବତୀ ହିଁ ଗୋଟିଏ ରାଜଧାନୀ ରହିବ ବୋଲି ସ୍ଥିରୀକୃତ କରାଗଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 3, 2022, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.