ETV Bharat / bharat

ଦୁର୍ନୀତି ମାମଲା, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସମେତ 41ଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

author img

By ETV Bharat Odisha Team

Published : Nov 24, 2023, 6:35 AM IST

ଦୁର୍ନୀତି ମାମଲାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସମେତ 41ଙ୍କୁ ଆନ୍ଧ୍ର ହାଇକୋର୍ଟଙ୍କ ନୋଟିସ୍‌ । ଅଧିକ ପଢନ୍ତୁ

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସମେତ 41ଙ୍କୁ ଆନ୍ଧ୍ର ହାଇକୋର୍ଟଙ୍କ ନୋଟିସ୍‌

ବିଶାଖାପାଟନମ: ଦୁର୍ନୀତି ମାମଲାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଓ କିଛି ଅଧିକାରୀଙ୍କ ସମେତ ମୋଟ 41 ଜଣଙ୍କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଆନ୍ଧ୍ର ପ୍ରଦେଶ ସରକାରରେ ବିଭିନ୍ନ ବିଭାଗରେ ବ୍ୟାପକ ଦୁର୍ନୀତି ଚାଲିଥିବା ନେଇ YCP ସାଂସଦ ରଘୁରାମକୃଷ୍ଣ ରାଜୁ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାର ଆଜି ଶୁଣାଣି ହୋଇଥିଲା । କୋର୍ଟ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସମେତ 41 ଜଣଙ୍କୁ ନୋଟିସ ଜାରି କରିବା ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 14 ତାରିଖକୁ ସ୍ଥଗିତ ରଖିଛନ୍ତି । ନୋଟିସ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସାଂସଦ, ମନ୍ତ୍ରୀ ଓ ଅଧିକାରୀ ମଧ୍ୟ ରହିଛନ୍ତି ।

YCP ସାଂସଦ ରଘୁରାମକୃଷ୍ଣ ରାଜୁ ଜଗନଙ୍କ ସରକାରରେ ବ୍ୟାପକ ଦୁର୍ନୀତି ଚାଲିଥିବା ଓ ମୁଖ୍ୟମନ୍ତ୍ରୀ ଜଗନ ନିଜ ସମ୍ପର୍କୀୟ ଓ ନିକଟତନ ଲୋକଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ କରିଛନ୍ତି । ସେ ଏହି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ଦେବାକୁ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି କୋର୍ଟ ଏହି ମାମଲାରେ ପ୍ରତିପକ୍ଷଙ୍କୁ ପକ୍ଷ ରଖିବା ପାଇଁ ସମନ ଜାରି କରିବା ସହ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

ଆବେଦନକାରୀ ସାଂସଦ ରାଜୁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁରଲିଧର କୋର୍ଟରେ ପକ୍ଷ ରଖିଛନ୍ତି । ସରକାରଙ୍କ ତରଫରୁ ଏଜି ଶ୍ରୀରାମ କୋର୍ଟରେ ହାଜର ହୋଇଥିଲେ । ସେ ଯୁକ୍ତି ରଖିଛନ୍ତି ଯେ, ଆବେଦନକାରୀ ସାଂସଦ ରଘୁରାମକୃଷ୍ଣ ଜନସାଧାରଣଙ୍କ ସ୍ୱାର୍ଥ ନୁହେଁ ବରଂ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ସରକାରଙ୍କ ବିରୋଧରେ ଏହି ଆବେଦନ କରିଛନ୍ତି । ତେଣୁ ସେ ଦାଖଲ କରିଥିବା ଆବେଦନ ଶୁଣାଣି ଯୋଗ୍ୟ ନୁହେଁ । କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଜଗନଙ୍କ ସମେତ ମୋଟ 41 ଜଣଙ୍କୁ ନୋଟିସ ଜାରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପୋଞ୍ଜି ମନିଲଣ୍ଡ୍ରିଂ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ED ସମନ

ଏହି ନୋଟିସ ପାଇଥିବା ତାଲିକାରେ ସାଜ୍ଜଲା ରାମକୃଷ୍ଣ ରେଡ୍ଡୀ, ସାଂସଦ ବିଜୟାସାଇ ରେଡ୍ଡୀ, ମନ୍ତ୍ରୀ ପେଡିରେଡି ରାମଚନ୍ଦ୍ର ରେଡ୍ଡୀ ଓ ଏକାଧିକ ଆନ୍ଧ୍ର ସରକାରଙ୍କ ଅଧିକାରୀ ମଧ୍ୟ ଅଛନ୍ତି । ପରବର୍ତ୍ତୀ ଶୁଣାଣି 14 ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆନ୍ଧ୍ର ସରକାର କୋର୍ଟରେ ପକ୍ଷ ରଖିବା ପରେ ଏହି ମାମଲାର ଶୁଣାଣି ଆଗକୁ ବଢ଼ିବ । ଏବେ ଜଗନଙ୍କ ଅଡ଼ୁଆ ବଢ଼ିବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.