ETV Bharat / bharat

Margadarsi case: ଆନ୍ଧ୍ର ସରକାରଙ୍କୁ ପୁଣି ଝଟକା, ଆନ୍ଧ୍ର ପୋଲିସର ଆବେଦନ ଖାରଜ

author img

By ETV Bharat Odisha Team

Published : Oct 21, 2023, 7:46 PM IST

ମାର୍ଗଦର୍ଶୀ ଚିଟଫଣ୍ଡ ବିରୋଧରେ ପୁଣି ଆନ୍ଧ୍ର ସରକାରଙ୍କୁ ହାଇକୋର୍ଟଙ୍କ ଝଟକା । ବ୍ୟାଙ୍କ ଆକାଉଣ୍ଟ ଫ୍ରିଜକୁ ନେଇ ଏକକ ଖଣ୍ଡପୀଠ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରିଥିଲା ଆନ୍ଧ୍ର ପୋଲିସ । ମାମଲା ଖାରଜ କଲେ 2 ଜଣିଆ ଖଣ୍ଡପୀଠ । ଅଧିକ ପଢନ୍ତୁ

Margadarsi case: ଆନ୍ଧ୍ର ସରକାରଙ୍କୁ ପୁଣି ଝଟକା, ଆକାଉଣ୍ଟ ଫ୍ରିଜ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଅମରାବତୀ: ମାର୍ଗଦର୍ଶୀ ଚିଟଫଣ୍ଡ ସଂସ୍ଥାର ଏକାଧିକ ଶାଖାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ମାମଲାରେ ଗୁରୁବାର ଏକକ ଖଣ୍ଡପୀଠ ଦେଇଥିବା ରାୟକୁ ପୁଣି ଥରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ଆନ୍ଧ୍ର ସରକାର ଓ ପୋଲିସ ପ୍ରଶାସନକୁ ଝଟକା ଲାଗିଛି । ଆନ୍ଧ୍ର ସରକାରର ଆବେଦନକୁ ଆନ୍ଧ୍ର ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଗୁରୁବାର ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଚିଟଫଣ୍ଡ ସଂସ୍ଥାର ଏକାଧିକ ଶାଖାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବା ନେଇ ପୋଲିସ ଜାରି କରିଥିବା ନୋଟିସକୁ ହାଇକୋର୍ଟର ଏକକ ଖଣ୍ଡପୀଠ ଖାରଜ କରିଦେଇଥିଲେ । ଏକକ ବେଞ୍ଚର ଏହି ରାୟକୁ ଆନ୍ଧ୍ର ସରକାର ପୁଣି ଚ୍ୟାଲେଞ୍ଜ କରିଥିଲେ । ଆଜି ମଧ୍ୟ ତାହା ଖାରଜ ହୋଇଛି ।

ଆଜି ଏହି ମାମଲାର ଶୁଣାଣି ଆନ୍ଧ୍ର ହାଇକୋର୍ଟର ଜଷ୍ଟିସ ଏ.ଭି ରବିଚନ୍ଦ୍ର ବାବୁ ଓ ୟୁ.ଦୁର୍ଗାପ୍ରସାଦ ରାଓଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । ସରକାର ଏବଂ ପୋଲିସର ଆବେଦନ ଶୁଣାଣିଯୋଗ୍ୟ ନୁହେଁ ବୋଲି ଆଜି କୋର୍ଟ କହିଥିଲେ । ଏହା ସହ ଏକକ ବେଞ୍ଚ ସମ୍ମୁଖରେ ଏହି ମାମଲା ଗୁଡ଼ିକରେ ଜବାବ ଦାଖଲ କରିବାକୁ କୋର୍ଟ ସରକାର ଓ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର, ଚିଟ୍‌ ସଂସ୍ଥା ପକ୍ଷରୁ ପୋଲିସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ନୋଟିସକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନର ଶୁଣାଣି ଆନ୍ଧ୍ର ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଏସ୍ ସୁବା ରେଡ୍ଡୀଙ୍କ ଏକକ ଖଣ୍ଡପୀଠରେ ହୋଇଥିଲା । ଖଣ୍ଡପୀଠ ପୋଲିସର ସମସ୍ତ ନୋଟିସକୁ ଅବୈଧ ଦର୍ଶାଇବା ସହ ଖାରଜ କରିଦେଇଥିଲେ । ଚିରାଲା, ବିଶାଖାପାଟନମ୍ ଓ ସୀତାମପେଟାରେ ଥିବା ମାର୍ଗଦର୍ଶୀ ଚିଟଫଣ୍ଡ 3ଟି ଶାଖାର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ପାଇଁ ଆନ୍ଧ୍ର ପୋଲିସ ଏହି ନୋଟିସ ଜାରି କରିଥିଲା । ତେବେ ନୋଟିସ ଖାରଜ କରିବା ସହ ସମ୍ପୃକ୍ତ ବ୍ୟାଙ୍କଗୁଡିକୁ ଚିଟ ସଂସ୍ଥାର ଆକାଉଣ୍ଟ ଡିଫ୍ରିଜ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- Margadarsi Chit Funds case: ଆନ୍ଧ୍ରକୁ ଝଟକା, ସମସ୍ତ ପୋଲିସ ନୋଟିସ ଖାରଜ କଲେ ହାଇକୋର୍ଟ

ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ 60 ବର୍ଷ ଧରି ଦେଶର ବିଭିନ୍ନ ସ୍ଥାନରେ ଚିଟଫଣ୍ଡ ସେବା ଯୋଗାଇ ଆସୁଥିବା ପ୍ରତିଷ୍ଠିତ ସଂସ୍ଥା ‘ମାର୍ଗଦର୍ଶୀ ଚିଟଫଣ୍ଡ’ ନାମରେ ଗୋଟିଏ ପରେ ଗୋଟିଏ ମାମଲା ଦାଏର କରିବାରେ ଲାଗିଛି ଆନ୍ଧ୍ର ପ୍ରଦେଶ ସିଆଇଡି ଓ ପୋଲିସ ବିଭାଗ । ଏହାକୁ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ମଧ୍ୟ ମାର୍ଗଦର୍ଶୀ ପକ୍ଷରୁ କୁହାଯାଇଛି । ଏକାଧିକ ମାମଲାରେ ସଂସ୍ଥା ଆନ୍ଧ୍ର ହାଇକୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛି । ଆନ୍ଧ୍ର ସିଆଇଡି ପ୍ରରୋଚନାରେ ଚିଟ ସଂସ୍ଥାର ଜଣେ ପୂର୍ବ ନିବେଶକ କମ୍ପାନୀ ନାମରେ ଅଂଶଧନ ଜାଲିଆତି ଅଭିଯୋଗ ଆଣିଥିବା ମାର୍ଗଦର୍ଶୀ ଚିଟଫଣ୍ଡ ସଂସ୍ଥା ଅଭିଯୋଗ ମଧ୍ୟ କରିଛି । କୋର୍ଟ ମଧ୍ୟ ସଂସ୍ଥା ସପକ୍ଷରେ ଗୁରୁବାର ରାୟ ଶୁଣାଇଥିଲେ । ମାମଲାଟି ହାଇଦ୍ରାବାଦର ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶ ସିଆଇଡି କିପରି ମାମଲା ରୁଜୁ କଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.