ETV Bharat / bharat

ଦିଲ୍ଲୀ ପରେ ରାଜସ୍ଥାନରେ ତାଲା ବନ୍ଦ, 15 ଦିନ କଡା କଟକଣା ଲାଗୁ - ରାଜସ୍ଥାନ ତାଲା ବନ୍ଦ

ରାଜଧାନୀ ଦିଲ୍ଲୀ ପରେ ଏବେ ରାଜସ୍ଥାନରେ ଲାଗୁ ହୋଇଛି ଲକଡାଉନ ଭଳି କଟକଣା । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର ସକାଳ 5ଟାରୁ 3 ମେ ସକାଳ 5ଟା ଯାଏଁ ରାଜ୍ୟରେ ଲକଡାଉନ ଭଳି କଟକଣା ଲାଗୁ କରାଯାଇଛି, ଯାହାର ନାଁ ରହିଛି ଅନୁଶାସନ ପକ୍ଷ । ଅଧିକ ପଢନ୍ତୁ...

ଦିଲ୍ଲୀ ପରେ ରାଜସ୍ଥାନରେ ତାଲା ବନ୍ଦ, 15 ଦିନ କଡା କଟକଣା ଲାଗୁ

author img

By

Published : Apr 19, 2021, 5:41 PM IST

Updated : Apr 19, 2021, 7:36 PM IST

ଜୟପୁର: ଦେଶରେ ଧିରେ ଧିରେ ଫେରୁଛି ମହାମାରୀ କୋରୋନାର ପୁରୁଣା ସ୍ଥିତି । ରାଜଧାନୀ ଦିଲ୍ଲୀ ପରେ ଏବେ ରାଜସ୍ଥାନରେ ଲାଗୁ ହୋଇଛି ଲକଡାଉନ ଭଳି କଟକଣା । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର ସକାଳ 5ଟାରୁ 3 ମେ ସକାଳ 5ଟା ଯାଏଁ ରାଜ୍ୟରେ ଲକଡାଉନ ଭଳି କଟକଣା ଲାଗୁ କରାଯାଇଛି, ଯାହାର ନାଁ ରହିଛି ଅନୁଶାସନ ପକ୍ଷ ।

ରଜସ୍ଥାନର ଲକଡାଉନ ସ୍ଥିତିରେ ସମସ୍ତ କାର୍ଯ୍ୟସ୍ଥଳ, ବ୍ୟବସାୟୀକ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିବ । ଗୃହ ବିଭାଗର ମୁଖ୍ୟ ଶାସନ ସଚିବ ଅଭୟ କୁମାରଙ୍କ ପକ୍ଷରୁ କୁହାଯାଇଛି ରବିବାର ରାତିରେ ନୂଆ ଗାଇଡଲାଇନ ଜାରି କରିଦିଆଯାଇଥିଲା ।

କେନ୍ଦ୍ର ସରକାରୀ ଅତ୍ୟାବଶ୍ୟକ ସେବା ସହିତ ଜଡିତ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନଗୁଡିକ ଖୋଲା ରହିବ । ସଂପୃକ୍ତ କର୍ମଚାରୀମାନେ ମଧ୍ୟ ଉପଯୁକ୍ତ ପରିଚୟ ପତ୍ର ସହିତ ଯାତ୍ରା କରିବାକୁ ସକ୍ଷମ ହେବେ ।

କଣ ଖୋଲା ରହିବ କଣ ବନ୍ଦ ରହିବ ?

  • ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ।
  • ବସ୍ ଷ୍ଟାଣ୍ଡ, ରେଳବାଇ, ମେଟ୍ରୋ ଷ୍ଟେସନ ଏବଂ ବିମାନବନ୍ଦରରୁ ଆସୁଥିବା ଯାତ୍ରୀମାନେ ଯାତ୍ରା ଟିକେଟ ଦେଖାଇଲେ ଯାତାୟତର ଅନୁମତି ମିଳିବ ।
  • ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଯାତ୍ରା ଆରମ୍ଭ ହେବାର ଶେଷ 72 ଘଣ୍ଟା ମଧ୍ୟରେ କରାଯାଇଥିବା RTPCR ପରୀକ୍ଷା ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ହେବ ।
  • ଗର୍ଭବତୀ ମହିଳା ଏବଂ ରୋଗୀଙ୍କୁ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଯାତାୟତକୁ ଅନୁମତି ମିଳିବ ।
  • ସମସ୍ତ ବେସରକାରୀ ଡାକ୍ତରଖାନା, ଲ୍ୟାବ ଏବଂ ସେମାନଙ୍କ ସମ୍ବନ୍ଧୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଚିକିତ୍ସା ସ୍ୱାସ୍ଥ୍ୟ ସେବା ଏହି ପରିସର ବାହାରେ ରହିବ ।

Last Updated : Apr 19, 2021, 7:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.