ETV Bharat / bharat

ୟୁପି ନିର୍ବାଚନ ପୂର୍ବରୁ ଦିଲ୍ଲୀ ରାଜନୀତିରେ ହଲଚଲ, ଅନୁପ୍ରିୟାଙ୍କୁ ନେଇ କ୍ୟାବିନେଟରେ ଅଟକଳ

author img

By

Published : Jun 10, 2021, 9:45 PM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଏନଡିଏର ସହଯୋଗୀ ଅପନା ଦଲର ଅଧ୍ୟକ୍ଷ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଅନୁପ୍ରିୟା ପଟେଲ । ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ୟୁପି ନିର୍ବାଚନ, ସଂଗଠନ ଓ କ୍ୟାବିନେଟ ବିସ୍ତାର ଉପରେ ଆଲୋଚନା କରିଛନ୍ତି ଅନୁପ୍ରିୟା । ଅଧିକ ପଢନ୍ତୁ...

ୟୁପି ନିର୍ବାଚନ ପୂର୍ବରୁ ଦିଲ୍ଲୀ ରାଜନୀତିରେ ହଲଚଲ, ଅନୁପ୍ରିୟାଙ୍କୁ ନେଇ କ୍ୟାବିନେଟରେ ଅଟକଳ
ୟୁପି ନିର୍ବାଚନ ପୂର୍ବରୁ ଦିଲ୍ଲୀ ରାଜନୀତିରେ ହଲଚଲ, ଅନୁପ୍ରିୟାଙ୍କୁ ନେଇ କ୍ୟାବିନେଟରେ ଅଟକଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବଢୁଛି ରାଜନୈତିକ ହଲଚଲ । ସରକାର ଓ ସଂଗଠନରେ ଅଦଳବଦଳର ଅଟକଳ ମଧ୍ୟରେ ଗୁରୁବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀରେ ପହଞ୍ଚିଛନ୍ତି ।

ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଏନଡିଏର ସହଯୋଗୀ ଅପନା ଦଲର ଅଧ୍ୟକ୍ଷ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଅନୁପ୍ରିୟା ପଟେଲ । ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ୟୁପି ନିର୍ବାଚନ, ସଂଗଠନ ଓ କ୍ୟାବିନେଟ ବିସ୍ତାର ଉପରେ ଆଲୋଚନା କରିଛନ୍ତି ଅନୁପ୍ରିୟା ।

ସୂଚନା ଅନୁଯାୟୀ, ଅନୁପ୍ରିୟା ପଟେଲଙ୍କୁ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ପଦ ଦିଆଯାଇପାରେ । ଅନୁପ୍ରିୟା ପଟେଲ ପୂର୍ବରୁ ମଧ୍ୟ କହିଛନ୍ତି ଯେ ତାଙ୍କ ଦଳର ୟୁପି କ୍ୟାବିନେଟରେ ଅଧିକ ସେୟାର ରହିଛି । ଏଥିପାଇଁ ଉତ୍ତରପ୍ରଦେଶ କ୍ୟାବିନେଟ ବିସ୍ତାର ତୁରନ୍ତ ହେଉ ଆଉ ତାଙ୍କ ଦଳର 2 ନେତା ମନ୍ତ୍ରୀ ହୁଅନ୍ତୁ ବୋଲି ସେ ଚାହୁଁଛନ୍ତି ।

ବର୍ତ୍ତମାନ ୟୁପି କ୍ୟାବିନେଟରେ ଅନୁପ୍ରିୟା ପଟେଲଙ୍କ ଦଳର ଜଣେ ରାଜ୍ୟମନ୍ତ୍ରୀ ଅଛନ୍ତି । ଅପନା ଦଲର ଜୟ କିଶନ ଜ୍ୟାକି ଜେଲ ରାଜ୍ୟମନ୍ତ୍ରୀ ଅଛନ୍ତି ।

ୟୁପି କ୍ୟାବିନେଟ ବିସ୍ତାରକୁ ନେଇ ଲାଗି ରହିଛି ଟଣାଓଟରା । ଏହାରି ମଧ୍ୟରେ ଅନୁପ୍ରିୟା ପଟେଲଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକକୁ ୟୁପି ବିଧାନସଭା ନିର୍ବାଚନ ସହ ଯୋଡି ଦେଖାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.