ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ନେଇ ବଡ ଖୁଲାସା କରିଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟୋନ ବ୍ରାଉନ । ଆଣ୍ଟିଗୁଆ ନ୍ୟୁଜ ଅନୁଯାୟୀ, ପିଏମ ଗେଷ୍ଟନ ନିଜ ବୟାନରେ କହିଛନ୍ତି, ହୀରା ବ୍ୟବସାୟୀ ମେହୁଲ ଚୋକସି ବୋଧହୁଏ ନିଜ ମହିଳା ବନ୍ଧୁଙ୍କ ସହିତ ରୋମାଣ୍ଟିକ ଟ୍ରିପରେ ଡୋମିନିକା ଯାଇଥିଲେ । ଆଉ ଏହି ଡୋମିନିକାରେ ହିଁ ଧରାପଡିଥିଲେ ଚୋକସି ।
ଶନିବାର ବିଳମ୍ବିତ ରାତିରେ ମେହୁଲ ଚୋକସିଙ୍କ ଡୋମିନିକା ଜେଲରୁ କିଛି ଫଟୋ ସାମ୍ନାକୁ ଆସିଛି । ଜେଲରେ ବନ୍ଦ ମେହୁଲ ଚୋକସିଙ୍କ ଶରୀରରେ କ୍ଷତଚିହ୍ନ ଦେଖିବାକୁ ମିଳିଛି ।
ମେହୁଲ ଚୋକସି ଗତ 5 ଦିନରୁ ଡୋମିନିକା ଜେଲରେ ବନ୍ଦ ରହିଛନ୍ତି । ତେବେ ଚୋକସିଙ୍କୁ ଭାରତ ଆଣିବାକୁ ଏକ ଭାରତୀୟ ଜେଟ ଡୋମିନିକା ପହଞ୍ଚିଥିବା ଜଣାପଡିଛି ।