ETV Bharat / bharat

'ଦିଲ୍ଲୀବାସୀଙ୍କ ଶରୀରରେ କୋରୋନା ବିରୋଧରେ 56 ପ୍ରତିଶତ ଆଣ୍ଟିବଡି ବିକଶିତ'

author img

By

Published : Feb 2, 2021, 7:21 PM IST

ଦିଲ୍ଲୀବାସୀଙ୍କ ଶରୀରରେ ମହାମାରୀ ବିରୋଧରେ 56 ପ୍ରତିଶତ ଆଣ୍ଟିବଡି ବିକଶିତ ହୋଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Antibodies formed in 56.13 pc in Delhi people against Covid-19: Satyendra Jain
'ଦିଲ୍ଲୀବାସୀଙ୍କ ଶରୀରରେ କୋରୋନା ବିରୋଧରେ 56 ପ୍ରତିଶତ ଆଣ୍ଟିବଡି ବିକଶିତ'

ନୂଆଦିଲ୍ଲୀ: ଜାନୁଆରୀରେ ହୋଇଥିବା ସର୍ବଶେଷ ସେରୋଲୋଜିକାଲ୍ ସର୍ଭେରେ ଅନ୍ତର୍ଭୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ 56.13 ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ଼-19 ବିରୋଧରେ ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇଛି । ତେବେ ଏ ସମ୍ପର୍କରେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ମଙ୍ଗଳବାର ସୂଚନା ଦେଇଛନ୍ତି ।

ଦିଲ୍ଲୀବାସୀ ହର୍ଡ ଇମ୍ୟୁନିଟି(ଜନସଂଖ୍ୟାର ଅଧିକ ଲୋକଙ୍କ ଶରୀରରେ ନିର୍ଦ୍ଦିଷ୍ଟ ରୋଗ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବା) ଦିଗକୁ ଗତି କରୁଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହି 5ମ ସେରୋ ସର୍ଭେ ଜାନୁଆରୀ 15 ତାରିଖରୁ ଜାନୁଆରୀ 23 ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ଜିଲ୍ଲା ସର୍ବାଧିକ 62.18 ପ୍ରତିଶତ ଲୋକଙ୍କ ଶରୀରରେ କୋରୋନା ମହାମାରୀ ବିରୋଧରେ ପ୍ରତିରୋଧକ ଶକ୍ତି ଓ ଉତ୍ତର ଦିଲ୍ଲୀରେ ସର୍ବନିମ୍ନ 49.09 ପ୍ରତିଶତ ଶକ୍ତି ସୃଷ୍ଟି ହୋଇଥିବା ସେରୋପ୍ରିଭାଲେନ୍ସ ରିପୋର୍ଟ ରେକର୍ଡ କରିଛି ବୋଲି ଜୈନ କହିଛନ୍ତି ।

ଏହି ସର୍ଭେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରାଯାଇଥିଲା । ରାଜ୍ୟର ପ୍ରତ୍ୟେକ ୱାର୍ଡରୁ ନମୁନା ସଂଗ୍ରହ କରାଯାଇଥିଲା । ଏହି ସର୍ଭେ ସମୟରେ ମହାମାରୀର ସକ୍ରିୟ ମାମଲା, ମୃତ୍ୟୁସଂଖ୍ୟା ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଥିଲା । ତଥାପି ଲୋକମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଅବଲମ୍ବନ କରିବା ଆବଶ୍ୟକ ବୋଲି ଜୈନ ପରାମର୍ଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.