ETV Bharat / bharat

ଦ୍ବିତୀୟ ଡୋଜ ନେଇଥିବା 16.1% ଲୋକଙ୍କ ଠାରେ ନାହିଁ ଆଣ୍ଟିବଡି: ICMR - not found antibodies in 16% people after second dose of covishield

କୋଭିସିଲ୍ଡ ଟିକାର ଗୋଟିଏ ଡୋଜ୍ ନେଇଥିବା 58.1% ବ୍ୟକ୍ତିଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ଯେଉଁ ଆଣ୍ଟିବଡି ବିକାଶ ହେବାର କଥା ତାହା ସିରମ ନମୁନାରେ ଦେଖିବାକୁ ମିଳିନାହିଁ। ସେହିପରି ଦ୍ବିତୀୟ ଡୋଜ ନେଇଥିବା 16.1% ଲୋକଙ୍କ ଠାରେ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ମିଳି ନାହିଁ । ଅଧିକ ପଢନ୍ତୁ...

କୋରୋନା ଦ୍ବିତୀୟ ଡୋଜ ନେଇଥିବା 16.1% ଲୋକଙ୍କ ଠାରେ ଆଣ୍ଟିବଡି ନାହିଁ: ICMR

author img

By

Published : Jul 5, 2021, 12:48 PM IST

ନୂଆଦିଲ୍ଲୀ: ‌ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କୋଭିସିଲ୍ଡ ଟିକାର ଗୋଟିଏ ଡୋଜ୍ ନେଇଥିବା 58.1% ବ୍ୟକ୍ତିଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ (B1.617.2) ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ଯେଉଁ ଆଣ୍ଟିବଡି ବିକାଶ ହେବାର କଥା ତାହା ସିରମ ନମୁନାରେ ଦେଖିବାକୁ ମିଳିନାହିଁ। ସେହିପରି ଦ୍ବିତୀୟ ଡୋଜ ନେଇଥିବା 16.1% ଲୋକଙ୍କ ଠାରେ ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡି ମିଳିଲା ନାହିଁ |

ଭେଲୋର ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ଡାକ୍ତର ଟି. ଜାକବ ଜନଙ୍କ ଅନୁଯାୟୀ, "ଆଣ୍ଟିବଡିଗୁଡିକ ଦେଖାଯିବାନି କିମ୍ବା ଏହାର ଅନୁପସ୍ଥିତି ସମାନ ନୁହେଁ। ହୋଇପାରେ କି, ନ୍ୟୁଟ୍ରାଲାଇଜିଂ ଆଣ୍ଟିବଡିର ସ୍ତର ବହୁତ କମ ଥାଇପାରେ, ଯଦ୍ବାରା ଏହା ଜଣାପଡ଼ୁନାହିଁ। କିନ୍ତୁ ଏହା ଥାଇପାରେ, ଏବଂ ବ୍ୟକ୍ତିଙ୍କୁ ସଂକ୍ରମଣ, ଗୁରୁତର ରୋଗରୁ ରକ୍ଷା ମଧ୍ୟ କରିପାରିବ ।

ଯେଉଁ ଆଣ୍ଟିବଡି ମୁଖ୍ୟତଃ Sars-CoV-2କୁ ଟାର୍ଗେଟ କରିଥାଏ ଏବଂ ମଣିଷ କୋଷ ଭିତରେ ପ୍ରବେଶ କରିବାରୁ ଅଟକାଇଥାଏ, ତାହା ଗତବର୍ଷ ପ୍ରଥମ ଲହର ବେଳେ ଦେଖାଦେଇଥିବା B1 ପ୍ରଜାତି ତୁଳନାରେ ଡେଲ୍ଟା ପ୍ରଜାତି କ୍ଷେତ୍ରରେ କମ୍ ରହୁଛି। ଗୋଟିଏ ଡୋଜ ଟିକା ନେଇଥିଲେ B1 ପ୍ରଜାତି ତୁଳନାରେ ଡେଲ୍ଟା ପ୍ରଜାତି କ୍ଷେତ୍ରରେ ବ୍ୟକ୍ତିକୁ ସୁରକ୍ଷା ଦେବା ପାଇଁ ୭୮ ପ୍ରତିଶତ କମ ଆଣ୍ଟିବଡି ରହୁଛି। ଯେଉଁମାନେ ଦୁଇ ଡୋଜ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ୬୯ ପ୍ରତିଶତ ଏବଂ ଯେଉଁମାନେ ସଂକ୍ରମିତ ହୋଇ ଗୋଟିଏ ଡୋଜ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ୬୬ ପ୍ରତିଶତ ଏବଂ ସଂକ୍ରମିତ ହୋଇ ଦୁଇ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ୩୮ ପ୍ରତିଶତ ଆଣ୍ଟିବଡି ରହୁଛି।

ଅଧ୍ୟୟନର ଅର୍ଥ ହେଉଛି ଯେ ଭାରତର ଟୀକାକରଣ ଅଭିଯାନରେ କିଛି ଲୋକଙ୍କୁ କୋଭିସିଲ୍ଡର ଅତିରିକ୍ତ ବୁଷ୍ଟର୍ ସଟର ଆବଶ୍ୟକ ହୋଇପାରେ, ଏବଂ ଯେଉଁମାନେ ସଂକ୍ରମିତ ଅଛନ୍ତି, ସେମାନେ କେବଳ ଗୋଟିଏ ମାତ୍ର ଡୋଜ ଆବଶ୍ୟକ କରିପାରନ୍ତି ।

ଡା. ଜନଙ୍କ ଅନୁଯାୟୀ, "ଅଧ୍ୟୟନ ପାଇଁ ବ୍ୟବହୃତ ସେରମ୍ ସୁସ୍ଥ ବ୍ୟକ୍ତିବିଶେଷଙ୍କଠାରୁ କରାଯାଇଥିଲା । ଏବଂ ନ୍ୟୁଟ୍ରାଲାଇଜିଙ୍ଗ ଆଣ୍ଟିବଡିର ସ୍ତର ସେହି ଲୋକଙ୍କ ଠାରେ ଅଧିକ ଥାଏ, ଯେଉଁମାନେ ବୃଦ୍ଧ, ପୂର୍ବରୁ ରୋଗାଗ୍ରସ୍ତ, କାରଣ ସେମାନଙ୍କର ପ୍ରତିରକ୍ଷା ପ୍ରତିକ୍ରିୟା କମ୍ ଅଟେ। ଏହାର ଅର୍ଥ ହେଉଛି 65 ବର୍ଷରୁ ଅଧିକ ପୁରୁଷ (ମହିଳାମାନେ ଅଧିକ ମାତ୍ରାରେ ଆଣ୍ଟିବଡି ଉତ୍ପାଦନ କରନ୍ତି), ମଧୁମେହ, ଉଚ୍ଚ ରକ୍ତଚାପ, ହୃଦୟ, ଫୁସଫୁସ, କିଡନୀ ରୋଗରେ ଆକ୍ରାନ୍ତ କିମ୍ବା କର୍କଟ ଚିକିତ୍ସା କରୁଥିବା ଲୋକଙ୍କୁ ତୃତୀୟ ମାତ୍ରା ଦିଆଯିବା ଉଚିତ୍। ଅନ୍ୟ ପଟେ ସଂକ୍ରମିତ ଲୋକଙ୍କଠାରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ଗୋଟିଏ ମାତ୍ର ଡୋଜ ଯଥେଷ୍ଟ ବୋଲୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.