ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କଲା ଭାରତ । ହେଲିକପ୍ଟରରୁ ଏକ ସ୍ୱଦେଶୀ ବିକଶିତ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ହେଲିନାକୁ ସଫଳତାର ସହ ପରୀକ୍ଷଣ ହୋଇଛି ।
ଡିଆରଡିଓ, ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ଏହି ପରୀକ୍ଷଣ କରାଯାଇଛି । ତେବେ ଏହି ପରୀକ୍ଷା ଏକ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ALH)ରୁ ପରୀକ୍ଷଣ କରାଯାଇଥିବା ବେଳେ ସିମୁଲେଡ୍ ଟ୍ୟାଙ୍କଙ୍କୁ ଟାର୍ଗେଟ କରିଥିଲା । ଏହି ମିସାଇଲ୍ ଲଞ୍ଚ ଅନ୍ ଲଞ୍ଚ ମୋଡରେ କାର୍ଯ୍ୟ କରୁଥିବା ଏକ ଇନଫ୍ରାଡ୍ ଇମେଜିଙ୍ଗ୍ ସନ୍ଧାନକାରୀ (IIR) ଦ୍ୱାରା ପରିଚାଳିତ । ଏଥିସହ ଦୁନିଆର ସବୁଠାରୁ ଉନ୍ନତ ଆଣ୍ଟି-ଟ୍ୟାଙ୍କ ଅସ୍ତ୍ର ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି ।
ଅନ୍ୟପଟେ ଆଜିରେ ଏହି ପରୀକ୍ଷଣ ବେଳେ ସେନାର ବରିଷ୍ଠ ଅଧିକାରୀଙ୍କ ସମତେ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ମାନେ ଉପସ୍ଥିତ ରହିଥିଲେ । ଏହି ସଫଳ ପରୀକ୍ଷା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଡିଆଡିଓ ଚେରୟାମ୍ୟାନ ଡ. ଜି ସତୀସ ରେଡ୍ଡୀ ଭାରତୀୟ ସେନା, ବାୟୁସେନା ଏବ୍ଂ ଡିଆରଡିଓର ସମସ୍ତ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
@PIB