ETV Bharat / bharat

‘ଭାରତ ବିରୋଧୀ ଶକ୍ତି ଅରାଜକତା ସୃଷ୍ଟି ପାଇଁ ଚାହୁଁଛନ୍ତି’ - MoS Home G Kishan Reddy

ଭାରତ ବିରୋଧୀ ଶକ୍ତି ଅରାଜକତା ସୃଷ୍ଟି ପାଇଁ ଚାହୁଁଛନ୍ତି ବୋଲି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି । ଅଧିକ ପଢନ୍ତୁ...

‘ଭାରତ ବିରୋଧୀ ଶକ୍ତି ଅରାଜକତା ସୃଷ୍ଟି ପାଇଁ ଚାହୁଁଛନ୍ତି’

author img

By

Published : Feb 16, 2021, 1:27 PM IST

ନୂଆଦିଲ୍ଲୀ: ଭାରତ ବିରୋଧୀ ଶକ୍ତି ଅରାଜକତା ପାଇଁ ପ୍ରଚେଷ୍ଟା କରୁଛନ୍ତି । ବିଶେଷ କରି ଜାତୀୟ ରାଜଧାନୀକୁ ସେମାନେ ଫୋକସରେ ରଖିଥିବା କହିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀ । ମଙ୍ଗଳବାର ଦିଲ୍ଲୀ ପୋଲିସର 74 ତମ ରାଇଜିଂ ଡେରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏପରି କହିଛନ୍ତି ।

ଦିଲ୍ଲୀ ପୋଲିସ କର୍ମଚାରୀଙ୍କୁ ଉଦବୋଧନ ଦେଇ ରେଡ୍ଡୀ କହିଛନ୍ତି,‘ଅନେକ ଭାରତ ବିରୋଧୀ ଶକ୍ତି ଅଛନ୍ତି, ଯେକି ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି । ଦିଲ୍ଲୀ ସେମାନଙ୍କର ଫୋକସ ପଏଣ୍ଟ । 2020 ମସିହା ଫେବୃଆରୀରେ ହୋଇଥିବା ହିଂସା ଓ ବିକ୍ଷୋଭ ତାହାର ଅଂଶବିଶେଷ ।’

ଏହି ଅବସରରେ ଦିଲ୍ଲୀ ପୋଲିସଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ । ଦିଲ୍ଲୀ ପୋଲିସ ଯେପରି ଭାବେ ହିଂସାକୁ ଆୟତ୍ତ କଲା ଓ ବେଆଇନ ବିକ୍ଷୋଭକୁ କରାଗତ କଲା ତାହା ପ୍ରଶଂସା ଯୋଗ୍ୟ ବୋଲି ସେ କହିଛନ୍ତି ।

ସୂଚନାଥାଉକି, 2020 ଫେବୃଆରୀରେ ଦିଲ୍ଲୀରେ ହିଂସା ହୋଇଥିଲା । ଏଥିରେ 53 ଜଣ ଲୋକ ପ୍ରାଣ ହରାଇଥିଲେ । ଅନେକ ଆହତ ହୋଇଥିଲେ । ଏହାସହ ଏଥିରେ 250ରୁ ଅଧିକ ମାମଲା ରୁଜୁ ହୋଇଥିଲା ।

ଅନ୍ୟପଟେ କିପରି ଜାନୁଆରୀ 26ରେ କୃଷକ ଆନ୍ଦୋଳନକୁ ଭାରତ ବିରୋଧୀ ଶକ୍ତି ଦିଲ୍ଲୀରେ ଆଇନଶୃଙ୍ଖଳା ପରିସ୍ଥିତି ବିଗାଡିବା ପାଇଁ ବ୍ୟବହାର କଲେ ତାହା ସମସ୍ତଙ୍କୁ ଜଣା ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଅନୁଯାୟୀ, ଏହି ହିଂସାରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାରେ ପୋଲିସ ଏବେ ସୁଦ୍ଧା 14 ଜଣଙ୍କୁ ଗିରଫ କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.