ETV Bharat / bharat

Anti Agnipath protests: ତେଲେଙ୍ଗାନା ଓ ବିହାରରେ ହିଂସା ପଛରେ କୋଚିଂ ସେଣ୍ଟରର ଭୂମିକା !

author img

By

Published : Jun 18, 2022, 8:15 PM IST

ଅଗ୍ନିପଥ ଯୋଜନାକୁ ବିରୋଧ ବେଳେ ହିଂସା ପୂର୍ବ ଯୋଜନାବଦ୍ଧ । ବିହାର ଓ ତେଲେଙ୍ଗାନା ହିଂସା ପଛରେ ରହିଛି କୋଚିଂ ସେଣ୍ଟରର ଭୂମିକା । ଗିରଫ ହିଂସାକାରୀଙ୍କ ପାଖରୁ ମିଳିଲା ସୂଚନା । ହ୍ବାଟ୍ସଆପ ଗ୍ରୁପରେ ପ୍ରସାର କରାଯାଉଛି ବିଭ୍ରାନ୍ତିକର ସୂଚନା । ଅଧିକ ପଢନ୍ତୁ

Anti Agnipath protests: ତେଲେଙ୍ଗାନା ଓ ବିହାରରେ ହିଂସା ପଛରେ କୋଚିଂ ସେଣ୍ଟରର ଭୂମିକା !
Anti Agnipath protests: ତେଲେଙ୍ଗାନା ଓ ବିହାରରେ ହିଂସା ପଛରେ କୋଚିଂ ସେଣ୍ଟରର ଭୂମିକା !

ପାଟନା/ହାଇଦ୍ରାବାଦ: ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ଦେଖାଯାଇଥିବା ପ୍ରତିବାଦ ଅଧିକାଂଶ ସ୍ଥାନରେ ବ୍ୟାପକ ହିଂସା ଓ ଅରାଜକତାର ରୂପ ନେବାରେ ଲାଗିଛି । ଦେଶର ବିଭିନ୍ନ ପ୍ରମୁଖ ସହରରେ ହାଇଆଲର୍ଟ ଜାରି କରାଯାଇଛି । ଆନ୍ଦୋଳନକାରୀଙ୍କ ଟାର୍ଗେଟରେ ରହିଛି ରେଳ ଷ୍ଟେସନ । ତେବେ ସର୍ବାଧିକ ହିଂସା ଦେଖାଯାଇଥିବା ବିହାର ଓ ସିକନ୍ଦରାବାଦରେ ହିଂସା ପଛର ସମ୍ଭାବ୍ୟ କାରଣ ମଧ୍ୟ ସାମ୍ନାକୁ ଆସିଛି । ହିଂସା ପଛରେ ସେନା ଭର୍ତ୍ତି ପାଇଁ କୋଚିଂ ସେଣ୍ଟରଗୁଡିକର ଭୂମିକା ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।

ବିହାର ରାଜଧାନୀ ପାଟନା ଜିଲ୍ଲାଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ହିଂସା ବେଳେ ଗିରଫ ହୋଇଥିବା ଦଙ୍ଗାକାରୀଙ୍କୁ ପଚରା ଉଚରାରେ ପୋଲିସ ଏହି ତଥ୍ୟ ପାଇଥିବା ଜଣାପଡିଛି । ସେମାନଙ୍କ ମୋବାଇଲ ଫୋନ ଜବତ କରାଯାଇଛି । ପାଟନା ସମେତ ବିହାରରେ ଆଶାୟୀ ପ୍ରାର୍ଥୀଙ୍କୁ ସେନାରେ ଭର୍ତ୍ତି ପାଇଁ ପ୍ରଶିକ୍ଷଣ ଦେଉଥିବା 7ରୁ 8 କୋଚିଂ ସେଣ୍ଟରର ଭୂମିକା ସନ୍ଦେହ ଘେରକୁ ଆସିଛି ।

ଏହି ସବୁ ସଂସ୍ଥାଗୁଡିକ ପିଲାଙ୍କ ମନରେ ସେମାନଙ୍କ କ୍ୟାରିୟର ନେଇ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି । ସଂସ୍ଥା ଓ ପିଲାଙ୍କ ମଧ୍ୟରେ ଏହି ଅଗ୍ନିପଥ ଯୋଜନା ସମ୍ପର୍କରେ ହୋଇଥିବା ତଥ୍ୟ ଆଦାନପ୍ରଦାନ ମଧ୍ୟ ବେଶ ଉତ୍ତେଜନାପୂର୍ଣ୍ଣ ବୋଲି ଜବତ ମୋବାଇଲର ହ୍ବାଟ୍ସଆପ ବାର୍ତ୍ତାଳାପରୁ ଜଣାପଡିଛି । ବିହାର ହିଂସାରେ 170 ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରି ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

ସେହିପରି ହାଇଦ୍ରାବାଦ ସିକନ୍ଦଦାରାବାଦ ରେଳ ଷ୍ଟେସନରେ ଗତକାଲି ପ୍ରବଳ ଭଙ୍ଗାରୁଜା ଦେଖିବାକୁ ମିଳିଥିଲା । ଷ୍ଟେସନ ପରିସରରେ ଭଙ୍ଗାରୁଜା ସମେତ ଟ୍ରେନରେ ନିଆଁ ଲଗାଇଥିଲେ ଆନ୍ଦୋଳନକାରୀ । ରେଳ ବିଭାଗ ଅନୁସାରେ ଏଥିରେ ପ୍ରାୟ 7 କୋଟି ଟଙ୍କାର ସାଧାରଣ ସମ୍ପତ୍ତି ନଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ସିସିଟିଭି ଫୁଟେଜ ଆଧାରରେ 30 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ସମ୍ପୃକ୍ତଙ୍କୁ ମଧ୍ୟ ଖୋଜା ଚାଲିଛି ।

ଏହି ହିଂସା ପଛରେ ମଧ୍ୟ ପୂର୍ବ ଯୋଜନା ରହିଛି । ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଆନ୍ଦୋଳନକୁ ହିଂସକ ମୋଡ ଦେବା ପାଇଁ ହ୍ବାଟ୍ସଆପରେ କିଛି ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ମଧ୍ୟ ସେୟାର କରାଯାଇଛି । ଏହି ଷଡଯନ୍ତ୍ରରେ ପ୍ରାୟ 12 ଜଣଙ୍କ ହାତ ଥିବା ପୋଲିସ ତଦନ୍ତ କରୁଛି । ସିଟିଟିଭି ଫୁଚେଜ ଆଧାରରେ ଦଙ୍ଗାକାରୀଙ୍କୁ ଚିହ୍ନଟ ଜାରି ରଖିଛି ପୋଲିସ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.