ETV Bharat / bharat

ଆନ୍ଧ୍ର ଦୋରାଗୁଡା ଗାଁରେ Anthrax ଭୟ, ପୂର୍ବରୁ ଯାଇଥିଲା ୧୦ ଶିଶୁଙ୍କ ଜୀବନ - ଆନ୍ଥ୍ରାକ୍ସ ରୋଗର ଭୟ

ଆନ୍ଧ୍ର ପ୍ରଦେଶର ଅଲୁରିସୀତାରାମାରାଜୁ (Alluri Sitharama Raju district) ଜିଲ୍ଲାର ଦୋରାଗୁଡା( Doraguda) ଗାଁରେ ଆନ୍ଥ୍ରାକ୍ସ ରୋଗର ଭୟ ଦେଖାଦେଇଛି । ଅଧିକ ପଢନ୍ତୁ

ଆନ୍ଧ୍ର ଦୋରାଗୁଡା ଗାଁରେ ଆନ୍ଥ୍ରାକ୍ସ ଭୟ, ପୂର୍ବରୁ ଯାଇଥିଲା ୧୦ ଶିଶୁଙ୍କ ଜୀବନ

author img

By

Published : Sep 3, 2022, 2:51 PM IST

ଅମରାବତୀ: ଆନ୍ଧ୍ରରେ ମାଡୁଛି ଆନ୍ଥ୍ରାକ୍ସ ରୋଗ ! ଆନ୍ଧ୍ର ପ୍ରଦେଶର ଅଲୁରିସୀତାରାମାରାଜୁ (Alluri Sitharama Raju district) ଜିଲ୍ଲାର ଦୋରାଗୁଡା (Doraguda) ଗାଁରେ ଆନ୍ଥ୍ରାକ୍ସ ରୋଗର ଭୟ ଦେଖାଦେଇଛି । ତେବେ ଏହା ପୂର୍ବରୁ ଲକ୍ଷ୍ମୀପୁରମ ପଞ୍ଚାୟତର (Lakshmipuram panchayat) ଦୋରାଗୁଡା ଗାଁରେ ଆନ୍ଥ୍ରାକ୍ସ ରୋଗରେ ୧୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା ।

ତେବେ ବର୍ତ୍ତମାନ ସେ ଦୁର୍ଗମ ଗାଁରେ କିଛି ପିଲାଙ୍କ ଠାରେ ଆନ୍ଥ୍ରାକ୍ସର ଲକ୍ଷଣ ଦେଖାଦେଇଛି । ଏନେଇ ଗାଁର ଜଣେ ଆଶାକର୍ମୀ ଆକ୍ରାନ୍ତଙ୍କ ଫଟୋ ଉଠାଇ ସେ ଗୁଡିକୁ ପରିକ୍ଷା ପାଇଁ ଡାକ୍ତରଙ୍କୁ ପଠାଇଛନ୍ତି । ପରେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୋରାଗୁଡା ଗାଁରେ ଏକ ମେଡିକାଲ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଡାକ୍ତରୀ ଦଳ ଗାଁର ୧୫ ଜଣଙ୍କ ଠାରେ ରୋଗ ଲକ୍ଷଣ ଦେଖିଥିବାବେଳେ, ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ଲକ୍ଷଣ ଅତି ଗୁରୁତର ଥିବା ସ୍ପଷ୍ଟ କରିଛି ଡାକ୍ତରୀ ଟିମ । ସମସ୍ତ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଭିଶାଖାପାଟନମ କେଜିଏଚ୍‌କୁ(Visakhapatnam KGH) ପଠାଯିବ ବୋଲି କହିଛନ୍ତି ଡାକ୍ତର ।

ତେବେ, ପ୍ରତିଷେଧକ ମୂଳକ ରୋଗ ମାଡିବା ପୂର୍ବରୁ ଗାଁର ଗୋରୁଗୁଡିକୁ ଟିକା ଦିଆଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କମିଶନର ଜେ ନିଭା( JNivas Commissioner of the State Health Department) । କହିବା ଅନୁସାରେ, ''ଜିଲ୍ଲାର ମୁଞ୍ଚାଙ୍ଗିପୁଟୁରେ ଆନ୍ଥ୍ରାକ୍ସ ଲକ୍ଷଣ ଥିବା ସନ୍ଦେହରେ ସାତ ଜଣଙ୍କୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ରକ୍ତ ନମୁନାକୁ ପରୀକ୍ଷଣ ପାଇଁ ପଠାଯାଇଥିଲା ।'' କିନ୍ତୁ ଟେଷ୍ଟର ରିପୋର୍ଟ ନେଗେଟିଭି ଆସିଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ମୁଞ୍ଚାଙ୍ଗିପୁଟୁରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଏହି ଅଞ୍ଚଳର ସମସ୍ତ ପ୍ରାଣୀଙ୍କୁ ଟିକା ଦିଆଯାଇଥିବାବେଳେ ଡାକ୍ତରୀ ଦଳ ସ୍ଥାନୀୟ ଲୋକଙ୍କ ଚେକଅପ୍ ଏବଂ ସ୍କ୍ରିନିଂ ପରୀକ୍ଷା କରାଇଛନ୍ତି ।''

ଏହାବି ପଢନ୍ତୁ:Anthrax Outbreak: କେରଳରେ ମାଡୁଛି ଆନ୍ଥ୍ରାକ୍ସ, ମରୁଛନ୍ତି ବଣୁଆ ଘୁଷୁରୀ

ଆନ୍ଥ୍ରାକ୍ସ ରୋଗ ବ୍ୟାସିଲସ୍ ଅନନ୍ଥ୍ରାସିସ୍ (Bacillus anthracis) ନାମକ ଏକ ଜୀବାଣୁ ଦ୍ବାରା ହୁଏ । ସଂକ୍ରମଣ ସଂସ୍ପର୍ଶରେ ଆସିବାର ଏକ ଦିନରୁ ୨ମାସ ଭିତରେ ଲକ୍ଷଣ ଦେଖାଦେଇଥାଏ । ସଂକ୍ରମିତ ପଶୁ ଉତ୍ପାଦରେ ଥିବା ଜୀବାଣୁମାନଙ୍କର ସ୍ପୋର ସଂସ୍ପର୍ଶରେ ଆସିଲେ ଆନ୍ଥ୍ରାକ୍ସ ରୋଗ ହୁଏ । ମଣିଷଠାରୁ ମଣିଷ ସଂକ୍ରମିତ ହୁଏ ନାହିଁ । ପଶୁଙ୍କର କାମ କରୁଥିବା ଲୋକ ବା ଗୋପାଳଙ୍କ ଠାରେ ଏ ସଂକ୍ରମଣ ଅଧିକ ହେବାର ଭୟ ଥାଏ ।

ରକ୍ତରେ ଆଣ୍ଟିବଡି ବା ଟକ୍ସିନ ଥିଲେ ଅଥବା ସଂକ୍ରମିତ ସ୍ଥାନରୁ ସାମ୍ପଲ୍ ନେଇ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ସଂକ୍ରମଣ ହୋଇଗଲେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଟକ୍ସିନ ଦେଇ ଚିକିତ୍ସା କରାଯାଏ । ସଂକ୍ରମଣର ପ୍ରକାର ଉପରେ ଆଣ୍ଟିବାୟୋଟିକର ପ୍ରକାର ଓ ସଂଖ୍ୟା ନିର୍ଭର କରେ । ବ୍ୟାପକ ସଂକ୍ରମଣ ହେଲେ ଆଣ୍ଟିଟକ୍ସିନ ଦିଆଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.