ETV Bharat / bharat

ଆଣ୍ଟିଲିଆ କେସ୍‌; ଜବତ ହେଲା ଆଉ ଏକ ଗାଡି - mukesh ambani

ଆଣ୍ଟିଲିଆ କେସରେ ଆଉ ଏକ ଗାଡିକୁ ଜବତ କରିଛି ଏନଆଇଏ । ସ୍ଥାନୀୟ ପୋଲିସ ଷ୍ଟେସନରେ ମାମଲା ରୁଜୁ । ଅଧିକ ପଢନ୍ତୁ...

Another unattended vehicle was found outside Ambani's house in mumbai
ଆଣ୍ଟିଲିଆ ପ୍ରସଙ୍ଗ; ଜବତ ହେଲା ଆଉ ଏକ ଗାଡି
author img

By

Published : Mar 25, 2021, 12:38 PM IST

ମୁମ୍ବାଇ: ଗତ ଫେବୃଆରୀ 25ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ବାହାରେ ମିଳିଥିବା ସ୍କର୍ପିଓ ଗାଡିର ଯାଞ୍ଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି କୁ ମିଳିବାରେ ଲାଗିଛି ପ୍ରତିଦିନି ନୂଆ ନୂଆ ରୋଚକ ତଥ୍ୟ ଓ ପ୍ରମାଣ । ଆଜି ଆଉ ଏକ ଗାଡିକୁ ଜବତ କରିଛି ଏନଆଇଏ । ଏହି ଗାଡିଟି ଦୀର୍ଘଦିନ ଧରି ପାର୍କିଂ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ଆଉ ଏକ ମାମଲା ରୁଜୁ ହୋଇଛି । ତେବେ ଜବତ ଗାଡିର ନମ୍ବର ଆଧାରରେ ଘଟଣାର ଯାଞ୍ଚ କରୁଥିବା ଏନଆଇଏ ପରିବହନ ବିଭାଗ ସହାୟତା ନେଇଛି ।

ତେବେ ଗାଡିର ନମ୍ବର ଓ ଅନ୍ୟ ତଥ୍ୟ ମେଳ ଖାଉନଥିବାରୁ ଏବେ ତଦନ୍ତକାରୀ ସଂସ୍ଥା ପାଇଁ ବଡ ସମସ୍ୟା ହୋଇଛି ଗାଡିର ପ୍ରକୃତ ମାଲିକ ପାଖେ ପହଞ୍ଚିବାକୁ । ଗାଡିର ପ୍ରକୃତ ମାଲିକ ମାଲିକ ଓ କିଏ ଗାଡିକୁ ପାର୍କିଂ କରିଥିଲା କେଉଁ ଉଦ୍ଦେଶ୍ୟରେ କରିଥିଲା ତାହାର ଯାଞ୍ଚ କରୁଛି ପୋଲିସ ଓ ତଦନ୍ତକାରୀ ସଂସ୍ଥା । ସେପଟେ ପୁରା ଘଟଣାର ବର୍ତ୍ତମାନ ଚର୍ଚ୍ଚିତ ଅଭିଯୁକ୍ତ ଥିବା ସଚିନ ୱାଜେର ଆଜି ଶେଷ ହେଉଛି ରିମାଣ୍ଡ । ଆଜି ସଂଧ୍ୟାରେ ସଚିନକୁ କୋର୍ଟରେ ହାଜର କରିବ ଏନଆଇଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.