ETV Bharat / bharat

ଅମୃତସରରେ ହେରୋଇନ ପ୍ୟାକେଟ ସହ ପାକିସ୍ତାନୀ ଡ୍ରୋନ ଠାବ, ବର୍ଷକରେ ଆସିଲାଣି 250ରୁ ଅଧିକ ମାମଲା - ପଞ୍ଜାବରେ ପାକିସ୍ତାନୀ ଡ୍ରୋନ ଠାବ

ଅମୃତସରର ସୀମାନ୍ତ ଗ୍ରାମରେ ହେରୋଇନ ପ୍ୟାକେଟ ସହ ପାକିସ୍ତାନୀ ଡ୍ରୋନ ଠାବ । ଚଳିତବର୍ଷ ଠାବ ହେଲାଣି 250ରୁ ଅଧିକ ଡ୍ରୋନ । ଅଧିକ ପଢନ୍ତୁ

Punjab: ପଞ୍ଜାବରେ ପାକିସ୍ତାନୀ ଡ୍ରୋନ ଠାବ, ବର୍ଷକରେ ଠାବ ହେଲାଣି 250 ରୁ ଅଧିକ ଡ୍ରୋନ

author img

By ETV Bharat Odisha Team

Published : Sep 25, 2023, 6:08 PM IST

ଚଣ୍ଡିଗଡ: ପଞ୍ଜାବ ସୀମାରେ ପୁଣି ନିଶାଦ୍ରବ୍ୟ ସହ ଠାବ ହେଲା ପାକିସ୍ତାନୀ ଡ୍ରୋନ । ଅମୃତସର ଜିଲ୍ଲାର ପାକିସ୍ତାନ ସୀମାବର୍ତ୍ତୀ ଏକ ଗ୍ରାମରେ ଏହି ପାକିସ୍ତାନୀ ଡ୍ରୋନକୁ ଠାବ କରିବାରେ ସଫଳ ହୋଇଛି ସୀମା ସୁରକ୍ଷା ବଳ (ବିଏସଏଫ) ଓ ସ୍ଥାନୀୟ ପୋଲିସର ମିଳିତ ଟିମ । ଗ୍ରାମବାସୀଙ୍କ ସୂଚନା ଅନୁସାରେ, ସୁରକ୍ଷା ବଳ ପହଞ୍ଚି ଡ୍ରୋନକୁ ଠାବ କରିବା ପରେ ଏହା ପାକିସ୍ତାନ ପଟୁ ଆସିଥିବା ସ୍ପଷ୍ଟ କରିଛି । ଏହି ଡ୍ରୋନରୁ ପ୍ରାୟ ଅଧା କେଜି ଓଜନର ଏକ ହେରୋଇନ ପ୍ୟାକେଟ ମଧ୍ୟ ଜବତ କରାଯାଇଛି ।

ଅପରେସନ ସମ୍ପର୍କରେ ଏକ୍ସରେ ସୂଚନା ଦେଇ ବିଏସଏଫ କହିଛି, ଅମୃତସର ଜିଲ୍ଲାର ମାଓ୍ବା ନିକଟବର୍ତ୍ତୀ ଏକ ସୀମାନ୍ତ ଗ୍ରାମରୁ ଏହି ପାକିସ୍ତାନୀ ଡ୍ରୋନ ଜବତ କରାଯାଇଛି । ଏଥିରୁ ଏକ ଅଧା କେଜି ଓଜନର ହେରୋଇନ ପ୍ୟାକେଟ ଜବତ କରାଯାଇଛି । ଏହା ଏକ ସୀମାପାର ନିଶା କାରବାର ରାକେଟ ଦ୍ବାରା କରାଯାଉଥିଲା । ଗ୍ରାମବାସୀଙ୍କ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନରେ ସଫଳତା ମିଳିଛି । ଗ୍ରାମବାସୀଙ୍କୁ ସତର୍କ ରହିବା ସହ କୌଣସି ସନ୍ଦେହଜନକ ସାମଗ୍ରୀ କିମ୍ବା ଗତିବିଧି ନଜରକୁ ଆସିଲେ ତୁରନ୍ତ ସୁରକ୍ଷା ବଳ କିମ୍ବା ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି ।

ତେବେ ରାଜସ୍ଥାନ, ପଞ୍ଜାବ ଓ କାଶ୍ମୀର ପରି ସୀମାନ୍ତ ରାଜ୍ୟରେ ନିକଟ ଅତୀତରେ ଏକାଧିକ ଏପରି ଘଟଣା ସାମ୍ନାକୁ ଆସିଛି । ଚଳିତବର୍ଷ ମୋଟ 250ରୁ ଅଧିକ ପାକିସ୍ତାନୀ ଡ୍ରୋନ ଠାବ କରାଯାଇଛି । 55ଟି ଡ୍ରୋନକୁ ସୁରକ୍ଷା ବଳ ଗୁଳି କରି ନଷ୍ଟ କରିଥିବା ବେଳେ ଅବଶିଷ୍ଟ 221 ଡ୍ରୋନ ସକ୍ରିୟ ଅବସ୍ଥାରେ ଜବତ କରାଯାଇଛି । 22ଟି ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିଥିବା ଦେଖାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପାକିସ୍ତାନ ସୀମାକୁ ଖସି ଯାଇଛନ୍ତି । ଅଧିକାଂଶ ମାମଲା ନିଶା କାରବାର ରାକେଟ ସହ ସମ୍ପୃକ୍ତ । କାରଣ ଏକାଧିକ ମାମଲାରେ ଡ୍ରୋନରୁ ନିଶାଦ୍ରବ୍ୟ ପାକେଟ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଭି.କେ ସିଂଙ୍କ ମାମଲା ଖାରଜ ଆବେଦନ ସର୍ବୋଚ୍ଚ କୋର୍ଟରେ ଖାରଜ, 2007ରେ ହୋଇଥିଲା ମାମଲା

ତେବେ ଗତବର୍ଷ ଅପେକ୍ଷା ଏହି ସୀମାପାର ଡ୍ରୋନ ଅନୁପ୍ରବେଶ ପ୍ରାୟ 2 ଗୁଣା ବଢିଛି । ଯାହା ସୁରକ୍ଷା ବଳର ଚିନ୍ତା ବଢାଇଛି । କେତେବେଳେ ଭାରତୀୟ ସୁରକ୍ଷା ବଳର ସୁରକ୍ଷା ପ୍ରସ୍ତୁତି ପାଇଁ ଗୁପ୍ତଚରଗିରି କରିବା ଉଦ୍ଦେଶ୍ୟରେ, ତ କେତେବେଳେ ସୀମାପାର ନିଶା କାରବାର ପାଇଁ ମାଫିଆମାନେ ଡ୍ରୋନ ବ୍ୟବହାର କରୁଛନ୍ତି । ସୀମାନ୍ତ ଅଞ୍ଚଳର ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ପାଇଁ ସେନା ପରାମର୍ଶ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.