ETV Bharat / bharat

ବଢ଼ିଲା ଟେନ୍‌ସନ୍‌, କେରଳରେ ତୃତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ - ଭାରତରେ ବଢ଼ୁଛି ମଙ୍କିପକ୍ସ ସଂକ୍ରମିତ ସଂଖ୍ୟା

କେରଳରେ ତୃତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିନ୍ତା ନକରିବା ସହ ସଚେତନ ରହିବାକୁ ପରାମର୍ଶ ଦିଆଗଲା । ଅଧିକ ପଢ଼ନ୍ତୁ

ବଢ଼ିଲା ଟେନ୍‌ସନ୍‌, କେରଳରେ ତୃତୀୟ ମଙ୍କି ପକ୍ସ ସଂକ୍ରମିତ ଚିହ୍ନଟ

author img

By

Published : Jul 22, 2022, 5:19 PM IST

ଥିରୁଅନନ୍ତପୁରମ: କୋରୋନା ପରେ ଭାରତରେ ପ୍ରବେଶ କରିଛି ମଙ୍କିପକ୍ସ ଭୂତାଣୁ । ଦେଶରେ ଶୁକ୍ରବାର ତୃତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତ ଜଣକ କେରଳର ମଲାପୁରମ ଜିଲ୍ଲାର ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଏହାକୁ ମିଶାଇ କେରଳରେ ତୃତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହେଲେଣି । ଜଣଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ଜଣେ ଯୁବକ । ଏହି ଯୁବକ ଜଣକ ଗତ ଜୁଲାଇ ୬ ତାରିଖରେ ଦୁବାଇରୁ ଫେରିଥିଲେ । ଏହାପରେ ତାଙ୍କୁ ପ୍ରବଳ ଜ୍ବର ହେବାରୁ ମାଞ୍ଜେରୀ ମେଡିକାଲ କଲେଜ୍‌ରେ ଭର୍ତ୍ତି ହୋଇଛନ୍ତି । ଏନେଇ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି ।

ଜୁଲାଇ ୧୩ ତାରିଖରେ ଯୁବକ ଜଣକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ୧୫ ତାରିଖରୁ ତାଙ୍କ ଦେହରେ ମଙ୍କିପକ୍ସର ଲକ୍ଷଣ ଦେଖା ଦେଇଥିଲା । ଜୁଲାଇ ୧୯ ତାରିଖରେ ତାଙ୍କ ନମୁନା ଯାଞ୍ଚ କରାଯାଇଥିଲା । ଏହାପରେ ସେ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଯୁବକଙ୍କ ପରିବାରକୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି । ଗତ ଜୁଲାଇ ୧୪ ତାରିଖରେ କେରଳ ତଥା ଭାରତରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଜୁଲାଇ ୧୮ ତାରିଖରେ ଦ୍ବିତୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ତୃତୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସମସ୍ତ ସଂକ୍ରମିତଙ୍କ ପରିବାର ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ଉପରେ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ । ସଂକ୍ରମିତ ଚିହ୍ନଟ ହେବାପରେ ସାରା ରାଜ୍ୟରେ ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରିଛନ୍ତି କେରଳ ସରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.