ETV Bharat / bharat

ଚାରିଦିନ ପରେ ପୁଣି ଚୋରି, ଗ୍ରାମୀଣ ବ୍ୟାଙ୍କରୁ 3 ଲକ୍ଷ ଲୁଟ - ବ୍ୟାଙ୍କରୁ କଳାକନା ବୁଲାଇଲେ ଦୁବୃର୍ତ୍ତ

ଶ୍ରୀନଗରର ଗ୍ରାମୀଣ ବ୍ୟାଙ୍କରୁ ଲୁଟ । 3 ଲକ୍ଷ 50 ହଜାର ଟଙ୍କା ଲୁଟିଲେ ଦୁବୃର୍ତ୍ତ। ଅଧିକ ପଢନ୍ତୁ...

Another Grameen bank looted in Kashmir
ଶ୍ରୀନଗରର ଗ୍ରାମୀଣ ବ୍ୟାଙ୍କରୁ ଲୁଟ
author img

By

Published : Mar 16, 2021, 3:30 PM IST

ଶ୍ରୀନଗର: ବ୍ୟାଙ୍କରୁ କଳାକନା ବୁଲାଇଲେ ଦୁବୃର୍ତ୍ତ । ଜମ୍ମୁ କାଶ୍ମୀର ଶ୍ରୀନଗର ପାଞ୍ଚିନାରା ଅଞ୍ଚଳରେ ଥିବା ଗ୍ରାମୀଣ ବ୍ୟାଙ୍କରୁ 3 ଲକ୍ଷ 50 ହଜାର ଟଙ୍କା ଲୁଟ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ପାଞ୍ଚିନାରା ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଗ୍ରାମୀଣ ବ୍ୟାଙ୍କରେ ଦଳେ ମୁଖା ପିନ୍ଧା ଦୁବୃର୍ତ୍ତ ପହଞ୍ଚି ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ଲୁଟ କରିଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । 4 ଦିନ ପୂର୍ବରୁ ମଧ୍ୟ କିଛି ଦୁବୃର୍ତ୍ତ ଆଖିବୁଜା ଗୁଳି ଚଳାଇ ବାରାମୁଲାର ଟାଙ୍ଗମର୍ଗ ଅଞ୍ଚଳରେ ଥିବା ଗ୍ରାମ୍ୟ ବ୍ୟାଙ୍କରୁ 2.25 ଲକ୍ଷ ଟଙ୍କା ଲୁଟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.