ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି କୃଷକମାନେ ଦିଲ୍ଲୀ ସିଂଘୁ ବର୍ଡରରେ 34 ଦିନଧରି ଶୀତ କାକରରେ ବିକ୍ଷୋଭ କରୁଛନ୍ତି । ଏହି ବିକ୍ଷୋଭବେଳେ ଜଣେ କୃଷକ ପ୍ରାଣ ହରାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ କୃଷକ ଜଣକ ହେଉଛନ୍ତି ଧରାମପୁରର କୃଷକ ପ୍ୟାରା ସିଂ।
ଟ୍ରାକ୍ଟର ରାଲି କରୁଥିବାବେଳେ ପ୍ୟାରା ଅସୁସ୍ଥ ହୋଇ ପଡିଥିଲେ । ପରେ ତାଙ୍କୁ ମେଡିକାଲରେ ଆନ୍ଦୋଳନକାରୀମାନେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ, ମୃତ ଚାଷୀଙ୍କ ପରିବାରକୁ ପଞ୍ଜାବ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଏହାସହ ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରୀ ଦେବା ସହ କୃଷିଋଣ ଛାଡ ପାଇଁ ମଧ୍ୟ ସେ ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ