ETV Bharat / bharat

ଆସୁଛି ସାମୁଦ୍ରିକ ଝଡ ‘ୟସ୍’: ମେ 26 ସୁଦ୍ଧା ଛୁଇଁବ ଓଡିଶା ଉପକୂଳ - cyclone is expected to hit the West Bengal-Odisha coas

ଆସୁଛି ଆଉ ଏକ ବାତ୍ୟା । ମେ 22ରୁ 26 ପର୍ଯ୍ୟନ୍ତ ଅନ୍ୟ ଏକ ଘୂର୍ଣ୍ଣିବଳୟ ପୂର୍ବ ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଆସୁଛି ଆଉ ଏକ ବାତ୍ୟା : ମେ 26 ସୁଦ୍ଧା ପଶ୍ଚିମବଙ୍ଗ - ଓଡିଶା ଉପକୂଳରେ ହେବା ଆଶଙ୍କା

author img

By

Published : May 20, 2021, 7:23 AM IST

ନୂଆଦିଲ୍ଲୀ: ବାତ୍ୟା ତାଉ'ତେର ପ୍ରଭାବ ପରେ ମାଡି ଆସୁଛି ଆଉ ଏକ ବାତ୍ୟା ‘ୟସ୍’ । ମେ 22ରୁ 26 ପର୍ଯ୍ୟନ୍ତ ଅନ୍ୟ ଏକ ଘୂର୍ଣ୍ଣିବଳୟ ପୂର୍ବ ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ବୁଧବାର ଦିନ ଆଇଏମଡି କହିଛି, ଉତ୍ତର ଆଣ୍ଡାମାନ ସାଗର ସମେତ ଉପରେ ବଙ୍ଗୋପସାଗରର ପୂର୍ବ ମଧ୍ୟଭାଗରେ ଲଘୁଚାପରେ ସୃଷ୍ଟି ହେବାର ସୂଚନା ରହିଛି ଏବଂ ଏହା ମେ 22ରେ ବାତ୍ୟାର ରୂପ ନେଇପାରେ ।

ଏହା ପରବର୍ତ୍ତୀ 72 ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନିଭୂତ ହୋଇ ବାତ୍ୟାର ରୂପ ନେବାର ଆଶାଙ୍କା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି 26 ମେ ସନ୍ଧ୍ୟାରେ ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳରେ ପହଞ୍ଚିବା ଆଶଙ୍କା ଅଧିକ ବୋଲି ଆଇଏମଡି ତରଫରୁ ସୂଚନା ରହିଛି ।

21 ମେ ଠାରୁ ବଙ୍ଗୋପସାଗରରେ ଲଘୁଚାପ ଘନିଭୂତ ହୋଇପାରେ । ଏନେଇ ମତ୍ସଜୀବୀଙ୍କୁ ସମୁଦ୍ର କୂଳକୁ ନଯିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଚେତାବନୀ ଦେଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.