ନୂଆଦିଲ୍ଲୀ: ଚଳିତ ବଜେଟରେ ପ୍ରଥମ ମାନବବିହୀନ ଗଗନଯାନ ଲଞ୍ଚ୍ ନେଇ କରାଯାଇଛି ଘୋଷଣା । ୨୦୨୧ ଡିସେମ୍ବରରେ ଲଞ୍ଚ ହେବ ଗଗନଯାନ ମିଶନ ।
ନ୍ୟୁ ସ୍ପେଶ୍ ଇଣ୍ଡିଆ ଲିମିଟେଡ୍ ଏଥର PSLV-CS51 ଲଞ୍ଚ କରିବ । ଗଗନଯାନ ମିଶନର ପ୍ରଥମ ମାନବବିହୀନ ଲଞ୍ଚିଂ ଚଳିତ ବର୍ଷ ଡିସେମ୍ବରରେ ହେବ । ଗଗନଯାନ ମିଶନ ପାଇଁ 4 ଜଣ ଭାରତୀୟ ମହାକାଶଚାରୀଙ୍କୁ ତାଲିମ ଦିଆଯାଉଛି। ତେବେ ଆଗାମୀ 5 ବର୍ଷ ପାଇଁ ଇସ୍ରୋକୁ 4 ହଜାର କୋଟି ମଞ୍ଜୁରି ହୋଇଛି ।
ଇସ୍ରୋର ଗଗନଯାନ ଦ୍ବାରା ହେବାକୁଥିବା ପ୍ରଥମ ମାନବ ରହିତ ମିଶନ ବିଳମ୍ବ ହେବ ବୋଲି କୁହାଯାଇଥିଲା । ମହାମାରୀ କୋରୋନା ସଙ୍କଟ ଯୋଗୁଁ ମିଶନ ଲଞ୍ଚରେ ବିଳମ୍ବ ହେବ ବୋଲି ଆଶଙ୍କା ଥିଲା । ତେବେ ବର୍ତ୍ତମାନ ଏହି ମିଶନ ୨୦୨୧ ଡିସେମ୍ବରରେ ଲଞ୍ଚ ହେବ ବୋଲି ବଜେଟରେ ଘୋଷଣା କରାଯାଇଛନ୍ତି ।