ETV Bharat / bharat

ନୃଶଂସ ପଡୋଶୀ: ଭୁକିବାରୁ ମାଲିକଙ୍କ ସମେତ କୁକୁରକୁ ଲୁହାରଡରେ ମାଡ

ରାଜଧାନୀରେ ଘଟିଛି ଜଘନ୍ୟକାଣ୍ଡ । କୁକୁର ଭୁକିବାରୁ ମାଲିକ ଓ କୁକୁରକୁ ଲୁହା ରଡରେ ପିଟିଛନ୍ତି ପଡୋଶୀ । ଅଧିକ ପଢନ୍ତୁ

ଭୁକିବାରୁ କୁକୁର ସହ ମାଲିକଙ୍କୁ ଲହୁ ଲୁହାଣ କଲେ ବ୍ୟକ୍ତି

author img

By

Published : Jul 4, 2022, 1:44 PM IST

ନୂଆଦିଲ୍ଲୀ: ରାଜଧାନୀରେ ଘଟିଛି ଜଘନ୍ୟକାଣ୍ଡ । କୁକୁର ଭୁକିବାରୁ ମାଲିକ ଓ କୁକୁରକୁ ଲୁହା ରଡରେ ପିଟିଛନ୍ତି ଜଣେ ବ୍ୟକ୍ତି । ସମସ୍ତ ଘଟଣା ସିସିଟିଭ କ୍ୟାମେରାରେ କଏଦ ହୋଇଛି । ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ଏହି ଘଟଣା ଘଟିଛି। କୁକୁର ଭୋକିବାରୁ ପଡୋଶୀ ଅତିଷ୍ଠ ହୋଇ ରଡରେ କୁକୁରକୁ ବାଡଉଥିବା ଦେଖିବାକୁ ମିଳିଛି ।

ଭୁକିବାରୁ କୁକୁର ସହ ମାଲିକଙ୍କୁ ଲହୁ ଲୁହାଣ କଲେ ବ୍ୟକ୍ତି

ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ବ୍ୟକ୍ତି ଜଣଙ୍କ ହାତରେ ଲୁହା ରଡ ଧରି କୁକୁରକୁ ପିଛା କରୁଛନ୍ତି। ହଠାତ ଆସୁ ଆସୁ କୁକୁର ମୁଣ୍ଡରେ ଜୋରରେ ଆଘାତ କରିଥିଲେ । ମାଲିକ ଅଟକାଇବାରୁ ମାଲିକଙ୍କୁ ମଧ୍ୟ ପିଟିଥିଲେ ବ୍ୟକ୍ତି ଜଣକ । ଘଟଣାସ୍ଥଳରେ କୁକୁରଟି ଚେତାଶୂନ୍ୟ ହୋଇ ପଡିରହିଥିଲା । ମାଲିକ ଓ ବ୍ୟକ୍ତି ଜଣଙ୍କ ମଧ୍ୟରେ ଅନେକ ସମୟ ଯାଇ ବଚସା ହୋଇଥିଲା । ଘଟଣାରେ 2 ଜଣ ଆହତ ହୋଇଛନ୍ତି ।

ଭିଡିଓ ଭାଇରାଲ ହେବା ପରେ ଆକ୍ରମଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ପଶ୍ଚିମ ବିହାର ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ୍ କହିଛି ଯେ କୁକୁରର ମାଲିକଙ୍କ ବୟାନ ଆଧାରରେ ଆଇପିସି ଓ ପଶୁ ସୁରକ୍ଷା ପାଇଁ ଉର୍ଦ୍ଦିଷ୍ଟ ଧାରାରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି। ଖୁବଶୀଘ୍ର ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.