ETV Bharat / bharat

ଆନ୍ଧ୍ରରେ କୋରୋନା ସ୍ଥିତି ଅଣାୟତ, ଅକ୍ସିଜେନ ପାଇଁ ସରକାରଙ୍କୁ ଅନୁରୋଧ - ଅକ୍ସିଜେନ ଯୋଗାଣ

ଆନ୍ଧ୍ରରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କୁ ଅଧିକ ଅକ୍ସିଜେନ ପାଇଁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଆନ୍ଧ୍ରରେ ଅସମ୍ଭାଳ କୋରୋନା ସ୍ଥିତି, ଅଧିକ ଅକ୍ସିଜେନ ପାଇଁ ସରକାରଙ୍କୁ ଅନୁରୋଧ

author img

By

Published : May 9, 2021, 10:45 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ କୋରୋନାର ନୂଆ ଷ୍ଟ୍ରେନ ଦେଖାଯିବା ପରେ ରାଜ୍ୟରେ କୋରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟକୁ ଅକ୍ସିଜେନ ଯୋଗାଣ ପରିମାଣ 590କୁ ବୃଦ୍ଧି କରିବା ପରେ ଅଧିକ ଅକ୍ସିଜେନ ନିକଟସ୍ଥ ପ୍ଲାଣ୍ଟରୁ ଯୋଗାଇବା ପାଇଁ ସରକାର ଦାବି କରିଛନ୍ତି ।

ଆନ୍ଧ୍ରରେ ଚିହ୍ନଟ ହୋଇଥିବା କୋରୋନାର ନୂଆ ଷ୍ଟ୍ରେନ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଯାହାଫଳରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ 24 ଘଣ୍ଟାରେ କେନ୍ଦ୍ର ରାଜ୍ୟକୁ 490 ମେଟ୍ରିକ ଟନ ଅକ୍ସିଜେନ ଯୋଗାଇବା ସହିତ ଯୋଗାଣ ପରିମାଣକୁ 590 ମେଟ୍ରିକ ଟନକୁ ବୃଦ୍ଧି କରିଛି । ଏହାପରେ ରାଜ୍ୟକୁ ଯଥାଶୀଘ୍ର ନିକଟସ୍ଥ ଚେନ୍ନାଇ ଓ ବେଲାରି ପ୍ଲାଣ୍ଟରୁ ଅକ୍ସିଜନ ଯୋଗାଇବା ପାଇଁ ଆନ୍ଧ୍ର ସରକାର କେନ୍ଦ୍ରକୁ ଶନିବାର ଅନୁରୋଧ କରିଛନ୍ତି ।

ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଶଯ୍ୟା ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ରାଜ୍ୟରେ ମୋଟ 7 ହଜାର 65ଟି ଆଇସିୟୁ ବେଡ ରହିଥିବା ବେଳେ ସେଥିମଧ୍ୟରୁ 6300 ଶଯ୍ୟାରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହିପରି 23 ହଜାର 585ଟି ଅକ୍ସିଜେନ ବେଡ ରହିଥିବା ବେଳେ ସେଥିମଧ୍ୟରୁ 21 ହଜାର 950ଟି ଶଯ୍ୟା ମଧ୍ୟ ବୁକ ରହିଛି । ଅନ୍ୟପଟେ 14 ହଜାର 784 ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜ୍ୟ ମେଡିକାଲ ଓ ହେଲଥ ପ୍ରିନ୍ସିପାଲ ସେକ୍ରେଟାରୀ ଅନିଲ କୁମାର ସିଘଂଲ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.