ETV Bharat / bharat

୩ ରାଜଧାନୀ ସ୍ଥାପନ ବିଲ୍ ପ୍ରସ୍ତାବରୁ ଓହରିଲା ଆନ୍ଧ୍ର - ଆନ୍ଧ୍ର ସରକାର

ବହୁ ଆଇନଗତ ବାଧାବିଘ୍ନ ପରେ ରାଜ୍ୟରେ ୩ ରାଜଧାନୀ ସ୍ଥାପନ ପ୍ରସ୍ତାବରୁ ଓହରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ତିନି ରାଜଧାନୀ ବିଲ୍ ପ୍ରତ୍ୟାହାର କରି ନେବାକୁ ସୋମବାର ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ
ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ
author img

By

Published : Nov 23, 2021, 12:00 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି । ବହୁ ଆଇନଗତ ବାଧାବିଘ୍ନ ପରେ ରାଜ୍ୟରେ ୩ ରାଜଧାନୀ ସ୍ଥାପନ (Controversial 3-Capital Bill) ପ୍ରସ୍ତାବରୁ ଓହରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ତିନି ରାଜଧାନୀ ବିଲ୍ ପ୍ରତ୍ୟାହାର କରି ନେବାକୁ ସୋମବାର ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

ରାଜଧାନୀ ବିକେନ୍ଦ୍ରୀକରଣ ରାଜ୍ୟ ପାଇଁ ଭଲ ହେବ ବୋଲି ଆଶା କରାଯାଉଥିଲା । ୨୦୨୦ରେ ଏ ନେଇ ବିଧାନସଭାରେ ବିଲ ଆଗତ ହୋଇଥିଲା । ମାତ୍ର ଏହାକୁ ଅନେକ ବିରୋଧ କରିଥିଲେ । ବିରୋଧୀ ଦଳ ସମେତ କୃଷକ ସଂଗଠନ ଏହାକୁ ବିରୋଧ କରିଥିଲେ । ଅମରାବତୀରେ ନୂଆ ରାଜଧାନୀ ପାଇଁ ଜମି ଦେଉଥିବା ଚାଷୀମାନେ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ । ରାଜଧାନୀ ବିଲକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ପିଟିସନ ଦାଏର କରିଥିଲେ । ଏ ନେଇ ଚଳିତ ମାସ ୧ରେ ଲକ୍ଷ ଲକ୍ଷ କୃଷକ ଅମରାବତୀରୁ ତିରୁପତିକୁ ୪୫ ଦିନିଆ ପଦଯାତ୍ରା କରି ରବିବାର ନେଲୋରରେ ପହଞ୍ଚିଥିଲେ ।

ଏ ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଛନ୍ତି ଶାସନଗତ ସୁବିଧା ଓ ବିକାଶ ପାଇଁ ରାଜଧାନୀର ବିକେନ୍ଦ୍ରୀକରଣ ଆବଶ୍ୟକ ରହିଛି । କିନ୍ତୁ ଆଗତ ବିଧେୟକରେ କିଛିଟା ତ୍ରୁଟି ଥିବାରୁ ସରକାର ଏଥିରେ ଆବଶ୍ୟକ ସଂଶୋଧନ ସହ ସାନି ବିଧେୟକ ଆଗତ ହେବ ବୋଲି କହିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଏ ନେଇ ଆଡଭୋକେଟ ଜେନେରାଲ ଏସ. ସୁବ୍ରମଣ୍ୟମ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କୁ ଜଣାଇ ଦେଇଛନ୍ତି । ଏ ସମ୍ପର୍କରେ ସବିଶେଷ ସତ୍ୟପାଠ ଦାଖଲ କରିବାକୁ ମୁଖ୍ୟ ବିଚାରପତି ପି.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉ କି, ଆନ୍ଧ୍ର ପ୍ରଦେଶରେ ୩ଟି ରାଜଧାନୀ ହେବା ନେଇ ପୂର୍ବରୁ ସରକାରଙ୍କ ସଙ୍କେତ ମିଳିଥିଲା । ବିଶାଖାପଟନମରେ ପ୍ରଶାସନିକ, ଅମରାବତୀରେ ବୈଧାନିକ ଓ କୁରନଲରେ ନ୍ୟାୟିକ ରାଜଧାନୀ ସ୍ଥାପନ କରିବାକୁ ଯୋଜନା ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.