ETV Bharat / bharat

Andhra flash floods; ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି, ଶତାଧିକ ନିଖୋଜ

author img

By

Published : Nov 21, 2021, 10:11 AM IST

ଆନ୍ଧ୍ରପ୍ରଦେଶରେ ଜଳପ୍ରଳୟ । ଲଗାଣ ବର୍ଷା ଯୋଗୁଁ ୪ଟି ଜିଲ୍ଲାରେ ବନ୍ୟା ଆସି ୨୯ ଜଣଙ୍କ ମୃତ୍ୟୁ । ଶତାଧିକ ନିଖୋଜ । ଅଧିକ ପଢନ୍ତୁ

Andhra flash floods; ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି, ଶତାଧିକ ନିଖୋଜ
Andhra flash floods; ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି, ଶତାଧିକ ନିଖୋଜ

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ତାଣ୍ଡବ କରୁଛି ବର୍ଷା । ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବିଷମ ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ରୟାଲସୀମା ଅନ୍ତର୍ଗତ କଡ୍ଡପା, ଚିତ୍ତୋର, ଅନନ୍ତପୁର ଏବଂ କୁର୍ଣ୍ଣୁଲ ଜିଲ୍ଲାରେ ଭୟଙ୍କର ବନ୍ୟା ହୋଇଛି । ଅଚାନକ ବନ୍ୟା ଆସିବା ଯୋଗୁଁ ଏହି ସବୁ ସ୍ଥାନରେ ଏବେ ସୁଦ୍ଧା ୨୯ ଜଣଙ୍କ ମୃତ୍ୟୁ ଘଟିଲାଣି ଏବଂ ଶତାଧିକ ଲୋକେ ବନ୍ୟା ଜଳରେ ନିଖୋଜ ଥିବା ସୂଚନା ମିଳିଛି ।

ସେପଟେ ପ୍ରବଳ ବର୍ଷା ଯୋଗୁଁ ଶନିବାର ରାତିରେ ଅନନ୍ତପୁର ଜିଲ୍ଲାରେ ବଡ ଅଘଟଣ ଘଟିଛି । ଏଠାରେ ଥିବା ଏକ ତିନି ମହଲା କୋଠା ଭୁଶୁଡି ଯିବା କାରଣରୁ ୬ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ଜଣଙ୍କ ମୃତ୍ୟୁ ଖବର ଆସିଥିବାବେଳେ ସେଥିମଧ୍ୟରୁ କଡ୍ଡପା ଜିଲ୍ଲାରେ ୧୨, ଚିତ୍ତୋରରେ ୮, ଅନନ୍ତପୁରରେ ୭ ଏବଂ କୁର୍ଣ୍ଣୁଲରେ ୨ ଜଣ ମୃତକ ରହିଥିବା ଜଣାପଡିଛି ।

ଗତ ଗୁରୁବାର ସନ୍ଧ୍ୟାରୁ ଆନ୍ଧ୍ରରେ ବର୍ଷା ଲାଗି ରହିଛି । ରାସ୍ତାଘାଟ ସବୁ ଜଳମଗ୍ନ ହେବା କାରଣରୁ ଅନେକ ସ୍ଥାନରେ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେହିପରି ଉକ୍ତ ଚାରୋଟି ଜିଲ୍ଲାର ଶତାଧିକ ଲୋକେ ବନ୍ୟାଜଳରେ ଭାସିଯାଇଛନ୍ତି । ଉଦ୍ଧାର କାର୍ଯ୍ୟରେ ୯ଟି ଏନଡିଆରଏଫ ଟିମକୁ ମୁତୟନ କରାଯାଇଥିବାବେଳେ ନେଭି ହେଲିକାପ୍ଟର ମଧ୍ୟ ନିୟୋଜିତ ହୋଇଛି । ସେପଟେ ଲଗାଣ ବର୍ଷା ଯୋଗୁଁ ଚେୟୁରୁ ନଦୀ ବିପଦସଙ୍କେତ ଉପରେ ପ୍ରଭାହିତ ହେଉଛି । ଗତକାଲି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସର୍ଭେ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.