ETV Bharat / bharat

ସଂକ୍ରମଣ ବୃଦ୍ଧିରେ N440K ଭ୍ୟାରିଏଣ୍ଟ ଭୂମିକାକୁ ଖଣ୍ଡନ କଲେ ଆନ୍ଧ୍ର ସରକାର - N440K ଭ୍ୟାରିଏଣ୍ଟ

N440K ଭୂତାଣୁର ଏକ ଭ୍ୟାରିଏଣ୍ଟ ବୋଲି ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB) ପକ୍ଷରୁ ସଂଗୃହିତ ଅନୁସନ୍ଧାନ ତଥ୍ୟରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନଥିବା କହିଛି ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ସଂକ୍ରମଣ ବୃଦ୍ଧିରେ N440K ଭ୍ୟାରିଏଣ୍ଟ ଭୂମିକାକୁ ଖଣ୍ଡନ କଲେ ଆନ୍ଧ୍ର ସରକାର

author img

By

Published : May 6, 2021, 3:49 PM IST

ବିଶାଖାପାଟନମ: ଦେଶରେ ମହାମାରୀ କୋରୋନାର ଦ୍ବିତୀୟ ଲହରୀ ମଧ୍ୟରେ ଭୟ ବଢାଉଛି ଆନ୍ଧ୍ର ଭ୍ୟାରିଏଣ୍ଟ । ତେବେ ଏହି ଭ୍ୟାରିଏଣ୍ଟ ଯୋଗୁଁ କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।

N440K ଭୂତାଣୁର ଏକ ଭ୍ୟାରିଏଣ୍ଟ ବୋଲି ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB) ପକ୍ଷରୁ ସଂଗୃହିତ ଅନୁସନ୍ଧାନ ତଥ୍ୟରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନଥିବା କହିଛି ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମଣରେ ଏହି ନିର୍ଦ୍ଦିଷ୍ଟ ପ୍ରକାରର ଭ୍ୟାରିଏଣ୍ଟର ଭୂମିକା ନେଇ ବ୍ୟାପକ ଚିନ୍ତା ପରେ ଏହି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB) କୋରୋନା ଭାଇରସର ନୂଆ ଭ୍ୟାରିଏଣ୍ଟ N-440K ଚିହ୍ନଟ କରିଛି । B1.617 ଏବଂ B1.618 ପରେ ଏହା ହେଉଛି କୋରୋନାର ନୂଆ ରୂପ । ଏହା ପ୍ରଥମେ ଆନ୍ଧ୍ରପ୍ରଦେଶର କୁର୍ନୁଲରୁ ମିଳିଛି । ଭାଇରସର ଏହି ନୂଆ ଭ୍ୟାରିଏଣ୍ଟ 15 ଗୁଣ ଅଧିକ ସଂକ୍ରମଣ କ୍ଷମତା ସହ ବ୍ୟାପିବାର ଆଶଙ୍କା ରହିଛି ।

ବର୍ତ୍ତମାନ ବିଶାଖାପାଟନମ୍‌ରେ କୋରୋନାର ଗମ୍ଭୀର ସ୍ଥିତି ନେଇ ଖବର ସାମ୍ନାକୁ ଆସୁଛି । ଲୋକେ ଶୀଘ୍ର ସଂକ୍ରମିତ ହେଉଥିବା କୁହାଯାଉଛି । ତେବେ ଏହା N-440K ଦ୍ବାରା ହେଉଥିବାର ଅଭିଯୋଗକୁ ଖଣ୍ଡନ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.