ETV Bharat / bharat

ହିମାଚଳ ପ୍ରଦେଶ କଂଗ୍ରେସ ଷ୍ଟିୟରିଂ କମିଟିରୁ ଆନନ୍ଦ ଶର୍ମାଙ୍କ ଇସ୍ତଫା

author img

By

Published : Aug 21, 2022, 5:06 PM IST

ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଦଳର ହିମାଚଳ ପ୍ରଦେଶ ଷ୍ଟିୟରିଂ କମିଟି ମୁଖ୍ୟ ପଦରୁ ଦେଲେ ଇସ୍ତଫା । ନିକଟରେ ଦଳର ନିଯୁକ୍ତିର କିଛି ଘଣ୍ଟା ପରେ ପ୍ରଚାର କମିଟି ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ । ଅଧିକ ପଢନ୍ତୁ

ଗୁଲାମନବୀ ଆଜାଦଙ୍କ ପରେ ଆନନ୍ଦ ଶର୍ମା, ହିମାଚଳ ପ୍ରଦେଶ ଷ୍ଟିୟରିଂ କମିଟି ମୁଖ୍ୟ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା ଦଳର ହିମାଚଳ ପ୍ରଦେଶ ପରିଚାଳନା କମିଟି (Steering committee of Himachal Pradesh unit) ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ମିଳିଛି । ଦଳର ଅନ୍ୟତମ ବରିଷ୍ଠ ନେତା ଗୁଲାମନବୀ ଆଜାଦ ପ୍ରଚାର କମିଟି ମୁଖ୍ୟ ପଦରୁ ଇସ୍ତଫା ପରେ ସମାନ କାର୍ଯ୍ୟପନ୍ଥା ଅନୁସରଣ କରିଛନ୍ତି ଆନନ୍ଦ ଶର୍ମା(Ananda sharma) ।

ପାର୍ଟି ହାଇକମାଣ୍ଡଙ୍କୁ ପଠାଇଥିବା ଇସ୍ତାଫା ପତ୍ରରେ ଶର୍ମା ନିଜ ଇସ୍ତାଫର କାରଣ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରଛନ୍ତି । ଶର୍ମା କହିଛନ୍ତି, "ଦଳରେ ମତେ ଉଚିତ ଗୁରୁତ୍ବ ପ୍ରଦାନ କରାଯାଇନାହିଁ । ପରାମର୍ଶ ଗ୍ରହଣ କିମ୍ବା ନୀତି ନିର୍ଣ୍ଣୟରେ ମତେ ଅଣଦେଖା କରାଯାଇଛି । ଯାହା ମୋ ସ୍ବାଭିମାନକୁ ଆଘାତ ଦେଇଛି ।’’ ତେଣୁ ସେ ଏହି ଦାୟିତ୍ବରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ଦଳ ପାଇଁ କାମ ଜାରି ରଖିବା ନେଇ ମଧ୍ୟ ଶର୍ମା ସ୍ପଷ୍ଟ କରିଛନ୍ତି ।

କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ମଙ୍ଗଳବାର ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ଦଳର ପ୍ରଚାର କମିଟିର ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ । ନିଯୁକ୍ତ ହେବାର କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଦେଇଥିଲେ ଆଜାଦ । ଆଜାଦ ଓ ଆନନ୍ଦ ଶର୍ମା ଉଭୟ କଂଗ୍ରେସର 'G-23' ଗୋଷ୍ଠୀର ଦୁଇ ପ୍ରମୁଖ ସଦସ୍ୟ । ରାଜ୍ୟସଭାରୁ ଅବସର ନେବା ପରେ ଗୁଲାମ ନବୀ ଆଜାଦଙ୍କୁ ପୁନର୍ବାର ମନୋନୀତ କରିନାହିଁ କଂଗ୍ରେସ ।

ସେହିପରି ବରିଷ୍ଠ ନେତା ଆନନ୍ଦ ଶର୍ମା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି । 2014 ଠାରୁ ସେ ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ବିରୋଧୀ ଦଳର ଉପନେତା ଅଛନ୍ତି । ଏପ୍ରିଲ 26 ତାରିଖରେ ଦଳର ହିମାଚଳ ପ୍ରଦେଶ ପାଇଁ ଷ୍ଟିୟରିଂ କମିଟି ପାଇଁ ତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଥିଲେ ଦଳ ହାଇକମାଣ୍ଡ ସୋନିଆ ଗାନ୍ଧୀ । ତେବେ ଆଜି ସେ ପଦ ଛାଡିଛନ୍ତି (steering committee of Himachal Pradesh unit)। ଶର୍ମାଙ୍କ ଇସ୍ତଫା ପରେ କଂଗ୍ରେସରେ ଦଳୀୟ ଅସନ୍ତୋଷ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ, କିଏ ଏହି ପଦବୀରେ ପରବର୍ତ୍ତୀ ଦାୟିତ୍ବ ପାଇବ ତାକୁ ନେଇ ମଧ୍ୟ ଆକଳନ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.