ETV Bharat / bharat

ଭାରତ-ଚୀନ ମଧ୍ୟରେ 9 ରାଉଣ୍ଡ ମିଲିଟାରୀ ବୈଠକ, ଜାଣନ୍ତୁ ସବିଶେଷ ତଥ୍ୟ - Military talks between India and China Militaries

ଗତବର୍ଷ ଓ ଚଳିତ ବର୍ଷ ମଧ୍ୟରେ ବିଭିନ୍ନ ବିବାଦକୁ ନେଇ ଚୀନ ଓ ଭାରତ ମଧ୍ୟରେ 9 ରାଉଣ୍ଡ ମିଲିଟାରୀ ବୈଠକ ବସି ସମସ୍ୟାର ସମାଧାନ ହୋଇଛି । ଏହି 9 ରାଉଣ୍ଡ ମିଲିଟାରୀ ବୈଠକ ସମ୍ପର୍କରେ ଜାଣିବା ପାଇଁ ଅଧିକ ପଢନ୍ତୁ...

Analysis of 9 rounds of Military talks between India and China Militaries
ଭାରତ-ଚୀନ ମଧ୍ୟରେ 9 ରାଉଣ୍ଡ ମିଲିଟାରୀ ବୈଠକ, ଜାଣନ୍ତୁ ସବିଶେଷ ତଥ୍ୟ
author img

By

Published : Feb 12, 2021, 3:36 PM IST

ହାଇଦ୍ରାବାଦ: ଭାରତ-ଚୀନ ମଧ୍ୟରେ LAC ପାଇଁ ବାରମ୍ବାର ବିବାଦ ଲାଗି ରହିଛି । ଚୀନ ବେଆଇନ ଭାବେ ଭାରତ ସୀମାରେ ଅନୁପ୍ରବେଶ କରି ବିବାଦ ଘେରକୁ ନିଜକୁ ଟାଣି ଆଣିଛି । ଚୀନର ଏହି ସୀମା ଉଲଘଂନ ପାଇଁ ଉଭୟ ଦେଶର ସୈନ୍ୟ ଶହୀଦ ହୋଇଛନ୍ତି । କିଛି ବିବାଦ ଭୀଷଣ ଯୁଦ୍ଧର ରୂପ ନେଇଥିବା ବେଳେ ଅନ୍ୟ କିଛି ବିବାଦ ଆପୋଷ କଥାବାର୍ତ୍ତା ମଧ୍ୟରେ ସମାଧାନ ହୋଇଛି ଓ ଉଭୟ ଦେଶ ଶାନ୍ତିପୂର୍ଣ୍ଣ ଭାବରେ ନିଜର ସୀମାକୁ ପଛକୁ ହଟାଇଛନ୍ତି । ତେବେ ଗତବର୍ଷ ଓ ଚଳିତ ବର୍ଷ ମଧ୍ୟରେ ବିଭିନ୍ନ ବିବାଦକୁ ନେଇ ଚୀନ ଓ ଭାରତ ମଧ୍ୟରେ 9 ରାଉଣ୍ଡ ମିଲିଟାରୀ ବୈଠକ ବସି ସମସ୍ୟାର ସମାଧାନ ହୋଇଛି ।

1. ପ୍ରଥମ ମିଲିଟାରୀ ବୈଠକ( 06.06.2020):- ଦୁଇ ଦେଶ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା 7 ଘଣ୍ଟା ଧରି ଚାଲିଥିଲା । ଚୀନ ନିଜ ଅଞ୍ଚଳରେ ଭିତ୍ତିଭୂମିକୁ ଉନ୍ନତ କରୁଥିବା ବେଳ ଚୀନର ସୈନ୍ୟବାହିନୀ ବା ପିପୁଲ୍ସ ଲିବରେସନ୍ ଆର୍ମି (PLA)କୁ ଦ୍ବିପାକ୍ଷିକ ଚୁକ୍ତିନାମା ଏବଂ ସୀମା ପରିଚାଳନା ପ୍ରୋଟୋକଲ ମାନିବାକୁ ଭାରତର 2013ର ସୀମା ପ୍ରତିରକ୍ଷା ସହଯୋଗ ଚୁକ୍ତିରେ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାକୁ କହିଥିଲା । ପୌଙ୍ଗୋଙ୍ଗ ସୋ, ଗୋଗ୍ରା-ହଟ୍ ସ୍ପ୍ରିଙ୍ଗସ୍ ଅଞ୍ଚଳ ଏବଂ ଗାଲୱାନ୍ ଉପତ୍ୟକା ଅଞ୍ଚଳରେ ଚାରି-ପାଞ୍ଚ ମୁହାଁମୁହିଁ ସ୍ଥାନରେ ଭାରତୀୟ ଅଞ୍ଚଳକୁ ପ୍ରବେଶ କରିଥିବା PLAକୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ପଡିବ ବୋଲି ଏହି ବୈଠକରେ ଭାରତ ଦାବି କରିଥିଲା ।

ନିଷ୍କର୍ସ:- ବିଭିନ୍ନ ଦ୍ବିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସୀମା ଅଞ୍ଚଳରେ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଥିଲା ।

2. ଦ୍ବିତୀୟ ମିଲିଟାରୀ ବୈଠକ(22.06.2020):- ଗତବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ପୂର୍ବ ଲଦାଖ ନିକଟରେ ବିବାଦ ଆରମ୍ଭ ହୋଇଥିଲା । ଚୀନର ସୈନ୍ୟମାନେ ଏହି ଅଞ୍ଚଳରେ ବେଆଇନ ଭାବେ ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରି LACକୁ ପାର କରିଥିଲେ । ଚୀନ ସୈନ୍ୟମାନେ ପଛକୁ ନ ହଟିବା ପାଇଁ କହିବା ପରେ ଉଭୟ ଦେଶ ମଧ୍ୟରେ ସଂଘର୍ଷ ଘଟି ଭାରତର 20 ଯବାନ ଶହୀଦ ହୋଇଥିଲେ । ଚୀନର ସୈନ୍ୟମାନେ 8 କିଲୋମିଟର ଆଗକୁ ଆସି ପୌଙ୍ଗୋଙ୍ଗ ହ୍ରଦର ଫିଙ୍ଗର 8 ଓ ଫିଙ୍ଗର 4ରେ ପ୍ରବେଶ କରିଥିଲେ । ଫିଙ୍ଗର 8 LAC ମଧ୍ୟରେ ଆସୁଥିବାରୁ ଭାରତୀୟ ସୈନ୍ୟ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା ।

ନିଷ୍କର୍ସ:- 2 ଦେଶ ମଧ୍ୟରେ ଆଲୋଚନା ହେବା ପରେ ପୌଙ୍ଗୋଙ୍ଗ ହ୍ରଦର ସୀମାରୁ ସୈନ୍ୟମାନେ ପଛକୁ ହଟିଥିଲେ ।

3. 3ୟ ମିଲିଟାରୀ ବୈଠକ(30.06.2020):- ପୂର୍ବ ଲଦାଖ ଅଞ୍ଚଳକୁ ଲାଗି ରହିଥିବା ଚୀନର ସୈନ୍ୟଙ୍କୁ ପଛକୁ ହଟାଇବାକୁ ଭାରତ କହିଥିଲା । ଆଲୋଚନା ବେଳେ ଫିଙ୍ଗର4ରୁ 8, ଗଲୱାନ ଉପତ୍ୟକା, ତାପସଙ୍ଗ ଅଞ୍ଚଳରୁ ହଟିଥିଲା । ଏହି ବୈଠକ 12 ଘଣ୍ଟା ଧରି ଚାଲିଥିଲା ।

ନିଷ୍କର୍ସ:- ଏହି ବୈଠକରେ ଉଭୟ ଦେଶ ଗଲୱାନ, ହଟ ସ୍ପ୍ରିଙ୍ଗରୁ ନିଜର ସେନା ପଛକୁ ହଟାଇଥିବା ବେଳେ ପୌଙ୍ଗୋଙ୍ଗ ପ୍ରସଙ୍ଗର ସମାଧାନ ହୋଇନଥିଲା ।

4. ଚତୁର୍ଥ ମିଲିଟାରୀ ବୈଠକ(14.07.2020):- PLA ସୈନାମାନେ ପୂର୍ବ ଲଦାଖରେ ଏକାଧିକ ସ୍ଥାନରେ ପ୍ରବେଶ କରିବା ପୂର୍ବରୁ ଭାରତ ସେଠାରେ ବିଦ୍ୟମାନ ଥିଲା । ଏହି ବୈଠକ ସାଢେ 14 ଘଣ୍ଟା ଚାଲିଥିବା ବେଳେ ସ୍ଥିତିର ପୁନରୁଦ୍ଧାର ପାଇଁ ଭାରତ ଦାବି କରିଥିଲା । ଆର୍ଟିଲିରି ବନ୍ଧୁକ, ଟ୍ୟାଙ୍କ ଏବଂ ଅନ୍ୟାନ୍ୟ ଭାରୀ ଅସ୍ତ୍ରଶସ୍ତ୍ର ସହିତ ଦୁଇ ପାର୍ଶ୍ବରେ ରହିଥିବା ପ୍ରାୟ 30,000 ସୈନ୍ୟଙ୍କୁ ହଟାଇବା ପାଇଁ ଏକ ସମୟ ସୀମା ରୋଡ୍ ମାନଚିତ୍ର ଭାରତ ଦାବି କରିଥିଲା ।

ନିଷ୍କର୍ସ:- ଉଭୟ ଦେଶର ସୈନ୍ୟ ସୀମାରୁ ସେନା ହଟାଇବା ସହିତ ଏକ ରୋଡ ମାନଚିତ୍ର ଦେବା ପାଇଁ ଚୀନ ରାଜି ହୋଇଥିଲା ।

5. ପଞ୍ଚମ ମିଲିଟାରୀ ବୈଠକ(02.08.2020):- ଭାରତର କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଚୀନ ସୈନ୍ୟର ଅନୁପ୍ରବେଶକୁ ଭାରତ କଦାପି ସହ୍ୟ କରିବ ନାହିଁ ବୋଲି କହିବା ସହିତ ପୌଙ୍ଗୋଙ୍ଗ ହ୍ରଦର ଫିଙ୍ଗର 8 ଓ ଫିଙ୍ଗର 4ରୁ ସେନା ହଟାଇବା ପାଇଁ ମଧ୍ୟ କହିଥିଲା । ଏହି ବୈଠକ 11 ଘଣ୍ଟା ଧରି ଚାଲିଥିଲା । ତେବେ ଏହି ବୈଠକରେ ମଧ୍ୟ ପୌଙ୍ଗୋଙ୍ଗ ସୀମା ବିବାଦର ସମାଧାନ ହୋଇନଥିଲା ।

6. ଷଷ୍ଠ ମିଲିଟାରୀ ବୈଠକ(21.09.2020):- ପୂର୍ବ ଲଦାଖର ପୌଙ୍ଗୋଙ୍ଗ ହ୍ରଦ, ଚୁସୁଲ ଓ ଗୋଗ୍ରା-ହଟ ସ୍ପ୍ରଙ୍ଗ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବରେ ସୈନ୍ୟ ହଟାଇବା ସହିତ ଏକ ସମୟ ସୀମା ରୋଡ୍ ମାନଚିତ୍ର ପାଇଁ ଭାରତ ଦାବି କରିଥିଲା । ଏହି ବୈଠକ 14 ଘଣ୍ଟା ଧରି ଚାଲିଥିଲା ।

ନିଷ୍କର୍ସ:- ତେବେ ଉଭୟ ଦେଶ ନିଜର ସେନାକୁ ସୀମାବର୍ତ୍ତୀ ଅଞ୍ଚଳରୁ ହଟାଇବା ପାଇଁ ରାଜି ହୋଇଥିଲେ ।

7. ସପ୍ତମ ମିଲିଟାରୀ ବୈଠକ(12.10.2020):- ପୂର୍ବ ଲଦାଖ ଅଞ୍ଚଳର ସୀମାବର୍ତ୍ତୀ ଅଞ୍ଚଳରୁ ନିଜର ସେନାକୁ ଚୀନ ହଟାଇବା ପାଇଁ ଏହି ମିଲିଟାରୀ ବେଠକରେ ଭାରତ ଚୀନକୁ କହିଥିଲା । ସେପଟେ ଚୀନ ଭାରତକୁ ଥାକୁଙ୍ଗଠାରୁ ଗୁରୁଙ୍ଗ ହିଲରୁ ସୀମା ଖାଲି କରିବାକୁ କହିଥିଲା । ଏହି ବୈଠକରେ ମଧ୍ୟ ଉଭୟ ସେନା ନିଜ ସୀମାବର୍ତ୍ତୀ ଅଞ୍ଚଳରୁ ହଟାଇଥିଲେ ।

8. ଅଷ୍ଟମ ମିଲିଟାରୀ ବୈଠକ(06.11.2020):- ଅଷ୍ଟମ ରାଉଣ୍ଡ ବୈଠକରେ ଉଭୟ ଦେଶର ନେତାଙ୍କ ଦ୍ବାରା ପହଞ୍ଚିଥିବା ଗୁରୁତ୍ବପୂର୍ଣ୍ଣ ସହମତିକୁ କାର୍ଯ୍ୟକାରୀ କରିବାକୁ ଓ ସେମାନଙ୍କ ଫ୍ରଣ୍ଟଲାଇନ ସୈନ୍ୟମାନଙ୍କୁ ସଂଯମତା ଅବଲମ୍ବନ କରିବା, ଭୁଲ ବୁଝାମଣାକୁ ଏଡ଼ାଇବାକୁ ଉଭୟ ପକ୍ଷ ସହମତ ହୋଇଥିଲେ ।

9. ନବମ ମିଲିଟାରୀ ବୈଠକ(24.01.2021):- ଏହି ନବମ ମିଲିଟାରୀ ବେଠକ 10 ଘଣ୍ଟା ଧରି ଚାଲିଥିବା ବେଳେ ପୌଙ୍ଗୋଙ୍ଗ ହ୍ରଦ ମଧ୍ୟକୁ ଚୀନ ସେନାର ଅନୁପ୍ରବେଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଭାରତ ଫିଙ୍ଗର 4 ଓ 8ରୁ ଚୀନ ସେନାକୁ ହଟାଇବା ପାଇଁ ଦାବି କରିଥିଲା ।

ନିଷ୍କର୍ସ:- ଏହି ବୈଠକରେ ପୌଙ୍ଗୋଙ୍ଗ ହ୍ରଦର ଚୀନ ସେନା ହଟାଇବା ପାଇଁ ରାଜି ହୋଇଥିବା ବେଳେ ଉଭୟ ଦଳ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବେ ବୋଲି କହିଥିବା ଜଣାପଡିଛି । ଫେବୃଆରୀ 10 ତାରିଖରେ ଚୀନ ପୌଙ୍ଗୋଙ୍ଗ ହ୍ରଦରୁ ନିଜର ସୈନ୍ୟକୁ ହଟାଇଥିଲା । ତେବେ ଗତ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୂର୍ବ ଲଦାଖରୁ ଉଭୟ ଦେଶ ସେନା ହଟାଇବେ ବୋଲି କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.