ETV Bharat / bharat

ସୁରକ୍ଷା ପରାମର୍ଶଦାତା ଡୋଭାଲଙ୍କ ସୁରକ୍ଷାକୁ ଚ୍ୟାଲେଞ୍ଜ, ଘରେ ପଶିବାକୁ ଉଦ୍ୟମ କଲେ ଅଜଣା ବ୍ୟକ୍ତି - ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଖବର

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ଘରକୁ ପଶିବାକୁ ଅଜଣା ବ୍ୟକ୍ତିଙ୍କ ଉଦ୍ୟମ । ଅଧିକ ପଢନ୍ତୁ

NSA ଅଜିତ ଡୋଭାଲଙ୍କ ଘରେ ଅଜଣା ବ୍ୟକ୍ତିର ପଶିବାକୁ ଉଦ୍ୟମ

author img

By

Published : Feb 16, 2022, 12:50 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଘରକୁ ପଶିବାକୁ ଅଜଣା ବ୍ୟକ୍ତିଙ୍କ ଉଦ୍ୟମ । ବ୍ୟକ୍ତି ଜଣଙ୍କୁ କାବୁ କରିଛି ପୋଲିସ । ତାଙ୍କୁ ଅଧିକ ପଚରାଉଚରା କରାଯାଉଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିିଛି । କିଛି ମନ୍ଦ ଉଦ୍ଦେଶ୍ୟ ନେଇ ବ୍ୟକ୍ତି ଜଣଙ୍କ ଏପରି ଜୋର ଜବରଦସ୍ତ ଅଜିତ ଡୋଭାଲଙ୍କ ଘରକୁ ପଶିବାକୁ ଉଦ୍ୟମ କରୁଥିବା ଅନୁମାନ କରାଯାଉଛି ।

ସେ ଜବରଦସ୍ତ ଘରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ସୁରକ୍ଷାକର୍ମୀମାନେ ତାଙ୍କୁ ଧରିଥିଲେ। ଏହା ପରେ ସ୍ଥାନୀୟ ପୋଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ସ୍ୱତନ୍ତ୍ର ସେଲ୍ ଟିମ୍ ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ।

ପୋଲିସର ସୂଚନାନୁସାରେ, ଏହି ବ୍ୟକ୍ତି ଜଣକ ଦିଲ୍ଲୀର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ ଧରି ପୋଲିସକୁ ସୂଚନା ଦେଇଥିଲେ। ପ୍ରାଥମିକ ପଚରାଉଚରା ବେଳେ ସେ ପୋଲିସକୁ କହିଥିଲେ ଯେ ତାଙ୍କ ଦେହରେ ଚିପ ଲଗାଯାଇ ରିମୋଟ କଣ୍ଟ୍ରୋଲରେ ଅପରେସନ ଚଲାଯାଉଛି । ପୋଲିସ୍ ଟିମ୍ ତାଙ୍କର ଏମଆରଆଇ କରିସାରିଛି । ଯେଉଁଥିରେ ସେପରି କୌଣସି ଜିନିଷ ମିଳିନାହିଁ । ବ୍ୟକ୍ତିଜଣକ ମାନସିକ ବିକୃତ ହୋଇଥିବା ଅନୁମାନ କରାଯାଉଛି । ତେବେ ସ୍ପେଶାଲ ସେଲର ଦଳ ଏବେ ତାଙ୍କୁ ପଚରାଉଚରା କରୁଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.