ETV Bharat / bharat

ପୁଲଓ୍ବାମାରେ ଏନକାଉଣ୍ଟର: ସୁରକ୍ଷା ବଳର ଘେରାବନ୍ଦୀରେ ଦୁଇ ଆତଙ୍କୀ - ପୁଲଓ୍ବାମାରେ ସୁରକ୍ଷାକର୍ମୀ ଆତଙ୍କବାଦୀ ଗୁଳି ବିନିମୟ

ପୁଲଓ୍ବାମାରେ ପୁଣି ଏନକାଉଣ୍ଟର ଆରମ୍ଭ । ସୁରକ୍ଷା ବଳର ଘେରାବନ୍ଦୀରେ ଦୁଇ ଆତଙ୍କୀ ଗୁଳି ବିନିମୟ ଜାରି ରହିଥିବା ପୋଲିସର ସୂଚନା ।

ପୁଲଓ୍ବାମାରେ ଏନକାଉଣ୍ଟର ଆରମ୍ଭ
ପୁଲଓ୍ବାମାରେ ଏନକାଉଣ୍ଟର ଆରମ୍ଭ
author img

By

Published : May 29, 2022, 7:04 PM IST

Updated : May 29, 2022, 10:58 PM IST

ଶ୍ରୀନଗର: ଘାଟିରେ ଆତଙ୍କବାଦୀଙ୍କ ବିରୋଧରେ କ୍ରମାଗତ ଅପରେସନ ଜାରି ରଖିଛି ଭାରତୀୟ ସେନା । ଆଜି ଅପରାହ୍ନରେ ପୁଲଓ୍ବାମାର ଗୁଣ୍ଡିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ । ତେବେ ସୂଚନା ଅନୁସାରେ ସେନାର ଘେରାବନ୍ଦୀରେ ଦୁଇ JEM ଆତଙ୍କୀ ଫସି ରହିଥିବା ସୂଚନା ମିଳିଛି ।

  • J&K | An encounter breaks out in the Gundipora area of Pulwama. Police and security forces are on the job. Further details shall follow: Police

    — ANI (@ANI) May 29, 2022 " class="align-text-top noRightClick twitterSection" data=" ">

ସେମାନଙ୍କ ମଧ୍ୟରେ ଶହୀଦ କନଷ୍ଟେବଳ ରେୟାଜ ଅହମ୍ମଦଙ୍କ ହତ୍ୟାକାରୀ ମଧ୍ୟ ରହିଛି । ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଅବିଦ ଶାହା ଗତ 13 ତାରିଖରେ ଜଣେ ଅସ୍ତ୍ର ବିହୀନ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା କାଶ୍ମୀର ପୋଲିସ IGP କହିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ । ଚଳିତ ସପ୍ତାହରେ ସୁରକ୍ଷା ବଳ କ୍ରମାଗତ ଭାବେ ଆତଙ୍କୀ ବିରୋଧୀ ଅଭିଯାନ ଜାରି ରଖିଥିବାବେଳେ ଗତକାଲି 2 ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 29, 2022, 10:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.