ଜାମ୍ମୁକାଶ୍ମୀର: ଲଦାଖରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.1 ରେକର୍ଡ ହୋଇଛି । ମଙ୍ଗଳବାର ରାତି 1ଟା 06 ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଲଦାଖରେ ହୋଇଥିବା ଜଣାପଡିଛି ।
ତେବେ, ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନଥିବା ଜଣାପଡିଛି । ଗତ ମାର୍ଚ୍ଚ 6 ତାରିଖରେ ଲଦାଖରେ 3.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।
@ ANI