ଶ୍ରୀନଗର: ପୁଣି ଚକ୍ରାନ୍ତ କରୁଛି ପାକିସ୍ତାନ । ବାରମ୍ବାର ଡ୍ରୋନ କାର୍ଯ୍ୟକଳାପ ପରେ ଏବେ ଭାରତସୀମାକୁ ଗୁପ୍ତଚରୀ ବେଲୁନ ପଠାଉଛି । ଜମ୍ମୁ କାଶ୍ମୀର ସାମ୍ବା ଜିଲ୍ଲା ଘାଗୱାଲରେ ଏକ ବେଲୁନ ଦେଖିବାକୁ ମିଳିଛି । ବେଲୁନଟି ପାକିସ୍ତାନ ପତାକା ରଙ୍ଗର ହୋଇଛି । ବେଲୁନଟି ବିମାନ ସଦୃଶ ହୋଇଥିବା ଦେଖିବାକୁ ମିଳିଛି । ସେଥିରେ ଗୋଟିଏ ପାଖରେ ବିଏଚଏଲ ଓ ଅନ୍ୟପଟେ ଉର୍ଦ୍ଦୁ ଭାଷାରେ କିଛି ଲେଖାଅଛି । ବେଲୁନଟି ପୋଲିସ ଅଧୀନରେ ରହିଛି । ଅଧିକ ତଦନ୍ତ ଜାରି ରହିଛି । ଏହା ଠାବ ହେବା ପରେ ଏହା ପାକିସ୍ତାନର ଗୁପ୍ତଚର କାର୍ଯ୍ୟକଳାପ ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।
ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଧଳା ଏବଂ ସବୁଜ ରଙ୍ଗର ବେଲୁନଟି ବିମାନ ଆକାରର ହୋଇଛି । ଏହି ସନ୍ଦେହଜନକ ବେଲୁନ୍ ସାମ୍ବା ଜିଲ୍ଲା ଘାଗୱାଲରେ ଖସିପଡିଥିଲା । ପାକିସ୍ତାନ ପଟୁ ଆକାଶରେ ଉଡ଼ି ଉଡ଼ି ଆସି ଏକ ପେଟ୍ରୋଲ ପମ୍ପରେ ପଡ଼ିଥିଲା ବେଲୁନଟି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେହି ବେଲୁନ ମଧ୍ୟରୁ କିଛି ବୈଦ୍ୟୁୁତିକ ସରଞ୍ଜାମ ମିଳିଥିବା ନେଇ କିଛି ସୂଚନା ନାହିଁ । ଏହା ପୂର୍ବରୁ ମାର୍ଚ୍ଚ 9ରେ 2021ରେ ହିରନାଗର ସେକ୍ଟର ସୋତ୍ରା ଛକରେ ଏପରି ବେଲୁନ ଠାବ ହୋଇଥିଲା । ରାଜସ୍ଥାନ ବିକାନେର ଜିଲ୍ଲାରେ ମଧ୍ୟ ପାକିସ୍ତାନ ପତାକା ରଙ୍ଗ ବେଲୁନ ଠାବ ହୋଇଥିଲା । ମାର୍ଚ୍ଚ 26ରେ 2021ରେ ଏୟାରକ୍ରାଫ୍ଟ ଆକାର ଏକ ବେଲୁନ ପଞ୍ଜାବର ଦେରା ବାବା ନାୟକରେ ଠାବ ହୋଇଥିଲା ।
ଏହା ବି ପଢନ୍ତୁ...ହେଲିକପ୍ଟର ଶବ୍ଦ ଶୁଣି ଚାଲିଗଲା ମଇଁଷିର ଜୀବନ, ଥାନାରେ ଅଭିଯୋଗ
ପ୍ରକାଶ ଥାଉକି, ଭାରତୀୟ ସୀମାରେ ଅନେକ ଥର ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିିଛି । ସେନାର ଗୁଳି କରି ଡ୍ରୋନକୁ ଆକାଶରୁ ଖସାଇବାରେ ସଫଳ ହୋଇଥିଲା । ଚଳିତ ବର୍ଷ ଅନେକ ଥର ଭାରତୀୟ ସୀମାରେ ପାକିସ୍ତାନ ଡ୍ରୋନ ଉଡୁଥିବା ଠାବ ହୋଇଛି ।