ETV Bharat / bharat

୨ ଟଙ୍କା ମହଙ୍ଗା ହେଲା ଅମୂଲ କ୍ଷୀର

୨ ଟଙ୍କା ମହଙ୍ଗା ହେଲା ଅମୂଲ ମିଲ୍‌କ । ଗତ ଅଗଷ୍ଟରେ ମଧ୍ୟ କ୍ଷୀର ଦାମ ବୃଦ୍ଧି କରିଥିଲା ଅମୂଲ କମ୍ପାନୀ । ଅଧିକ ପଢନ୍ତୁ

୨ ଟଙ୍କା ମହଙ୍ଗା ହେଲା ଅମୁଲ ମିଲ୍‌କ
୨ ଟଙ୍କା ମହଙ୍ଗା ହେଲା ଅମୁଲ ମିଲ୍‌କ
author img

By

Published : Oct 15, 2022, 1:32 PM IST

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଖାଉଟିଙ୍କୁ ଝଟ୍‌କା । ମହଙ୍ଗା ହେଲା କ୍ଷୀର । ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନକାରୀ କମ୍ପାନୀ ଅମୂଲ ଡାଏରୀ ଏହାର କ୍ଷୀର ଦାମରେ ୨ ଟଙ୍କା ବୃଦ୍ଧି କରିଛି । ଅମୂଲ ମିଲ୍‌କ ଲିଟର ପିଛା ଦାମ ୨ ଟଙ୍କା ମହଙ୍ଗା ହୋଇଛି । ଗୁଜୁରାଟ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଆଜି(ଶନିବାର) ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଗୁଜୁରାଟ କୋଅପରଟିଭ ମିଲ୍‌କ ମାର୍କେଟିଂ ଫେଡେରେସନ ଲିମିଟେଡ( Gujarat Cooperative Milk Marketing Federation Ltd)ର ଏମଡି ଆରଏସ ସୋଧି ଏହି ସୂଚନା ଦେଇଛନ୍ତି ।

ଅମୂଲର ଫୁଲ କ୍ରିମ ମିଲ୍‌କ ଏବଂ ମଇଁଷି କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ନୂଆ ଦର ଲାଗୁ ହେବା ପରେ ଫୁଲ କ୍ରିମ ଅମୂଲ କ୍ଷୀର(full cream Milk) ଲିଟର ୬୧ ଟଙ୍କାରୁ ବଢି ୬୩ ଟଙ୍କା ହୋଇଯାଇଛି । ଏହାପୂର୍ବରୁ ଗତ ଅଗଷ୍ଟରେ ଅମୂଲ କ୍ଷୀର ଦାମ ବଢିଥିଲା । ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ କମ୍ପାନୀ କ୍ଷୀର ଦାମ ଦୁଇ ଟଙ୍କା ମହଙ୍ଗା କରିଥିଲା । ଅମୂଲର ମୁଖ୍ୟ ଉତ୍ପାଦନକାରୀ ୟୁନିଟ ଗୁଜୁରାଟର ଆନନ୍ଦ ଜିଲ୍ଲାରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.