ETV Bharat / bharat

Amritpal Singh Arrested: ମୋ ପୁଅ ସିିଂହ ଭଳି ଆତ୍ମସମର୍ପଣ କରିଛି କହିଲେ ଅମ୍ରିତପାଲଙ୍କ ମାଆ

ପଳାତକ ଖଲିସ୍ତାନୀ ନେତା ତଥା 'ୱାରିସ ପଞ୍ଜାବ ଦେ' ମୁଖ୍ୟ ଅମ୍ରିତପାଲ ସିଂହ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ଅମ୍ରିତପାଲ ସିଂହଙ୍କ ମାଆ । ସେ କହିଛନ୍ତି ମୋ ପୁଅ ଏକ ମଣ୍ଡଳୀକୁ ସମ୍ବୋଧନ କରିବା ପରେ ଶିଖ ପୋଷାକରେ ସିଂହ ଭଳି ଆତ୍ମସମର୍ପଣ କରିଛି । ଅଧିକ ପଢନ୍ତୁ

author img

By

Published : Apr 24, 2023, 11:34 AM IST

amritpal singh arrested
Amritpal's mother claims her son surrendered in Sikh dress

ଚଣ୍ଡିଗଡ: ଦୀର୍ଘ 36 ଦିନ ହେବ ଫେରାର ଥିବା ପଳାତକ ଖଲିସ୍ତାନୀ ନେତା ତଥା 'ୱାରିସ ପଞ୍ଜାବ ଦେ' ମୁଖ୍ୟ ଅମ୍ରିତପାଲ ସିଂହ ଗିରଫ ହୋଇଛି । ଅମ୍ରିତପାଲକୁ ପଞ୍ଜାବ ପୋଲିସ ଗିରଫ କରି ନେଇଛି । ଏହା ପରେ ପ୍ରତିକ୍ରିୟା ରଖିଛନ୍ତି ଅମ୍ରିତପାଲଙ୍କ ମାଆ ବଲବିନ୍ଦର କୌର । ସେ କହିଛନ୍ତି, ପୋଲିସ ଯାହା କହୁ ନା କାହିଁକି ମୋ ପୁଅ ଆତ୍ମସମର୍ପଣ କରିଛି । ମୋ ପୁଅ ଶିଖ ପୋଷାକରେ ସିଂହ ଭଳି ଆତ୍ମସମର୍ପଣ କରିଛି ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଅମ୍ରିତପାଲକୁ ପୋଲିସ ଗିରଫ କରିଛି ନା ସେ ଆତ୍ମସମର୍ପଣ କରିଛନ୍ତି । ଏନେଇ ଗଣମାଧ୍ୟରେ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଇବା ପରେ ତାଙ୍କ ମାଆ ବଲବିନ୍ଦର କୌର ପ୍ରତିକ୍ରିୟା ରଖିଛନ୍ତି । ଗୋଟିଏ ପଟେ ପଞ୍ଜାବ ପୋଲିସ ଅମ୍ରିତପାଲଙ୍କୁ ଘେରାବନ୍ଦୀ କରାଯାଇ ଗିରଫ କରାଯାଇଥିବା କହିଥିଲା । ଏହାପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ଅମ୍ରିତପାଲ ପଞ୍ଜାବ ମୋଗାରେ ଗୁରୁଦ୍ବାର ନିକଟରେ ଅମ୍ରିତପାଲ ଆତ୍ମସମର୍ପଣ କରିଥିବା ଯୋଜନା କରିଥିଲା । ରବିବାର ସକାଳେ ଖଲିସ୍ତାନୀ ନେତା ତଥା 'ୱାରିସ ପଞ୍ଜାବ ଦେ' ମୁଖ୍ୟ ଅମ୍ରିତପାଲ ସିଂହ ଗିରଫ 36 ଦିନ ପରେ ଗିରଫ ହୋଇଥିଲା । ଏହା ପରେ ତାକୁ ଆସାମର ଦିବ୍ରୁଗଡକୁ ନିଆଯାଇଛି ।

ଏହା ବି ପଢନ୍ତୁ...Amritpal Arrested: ସରିଲା ଲୁଚକାଳି ଖେଳ, ପଳାତକ ଅମ୍ରିତପାଲ ସିଂହ ଗିରଫ

ଅମ୍ରିତସର ଜାଲୁପୁର ଖେରାରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମ୍ରିତପାଲର ମାଆ ବଲିବିନ୍ଦର କୌର କହିଛନ୍ତି, ''ପୋଲିସ ଯାହା କହୁନା କାହିଁକି ମୋ ପୁଅ ଆତ୍ମସମର୍ପଣ କରିଛି । ଶିଖ ପୋଷାକ ପିନ୍ଧି ମୋ ପୁଅ ଆତ୍ମସମର୍ପଣ କରିଛି ଯାହାର ଭିଡିଓ ସାମ୍ନାକୁ ଆସିଛି । ମୋ ପୁଅ ସିଂହ ଭଳି ଆତ୍ମସମର୍ପଣ କରିଛି । ଅମ୍ରିତପାଲର ପତ୍ନୀ ଲଂଣ୍ଡନ ଯିବ ନାହିଁ ସେ ପ୍ରଥମେ ଅମ୍ରିତପାଲକୁ ଦେଖା କରିବ । ମୋ ପୁଅ ପାଇଁ ମୁଁ ଗର୍ବିତ । ଅମ୍ରିତପାଲ ଉପରେ ଭଗବାନଙ୍କ ଆଶୀର୍ବାଦ ରହିଛି । ମୋ ପୁଅକୁ ପୋଲିସ ଗିରଫ କରିନାହିଁ ସେ ଆତ୍ମସମର୍ପଣ କରିଛି । ସରକାର ସର୍ଦ୍ଦାରଙ୍କ ଭାବମୂର୍ତ୍ତୀଙ୍କୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି ।

ଅମ୍ରିତପାଲ ସିଂହ 'ୱାରିସ ପଞ୍ଜାବ ଦେ' ସଂଗଠନର ମୁଖ୍ୟ । ସେ 5 ମାସ ତଳେ ସଂଗଠନର ମଙ୍ଗ ଧରିଥିଲା । ଅମ୍ରିତପାଲ ଅମୃତସର ଜାଲୁପୁର ଖେରା ବାସିନ୍ଦା । ମାର୍ଚ୍ଚ ୧୮ ତାରିଖରୁ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଫେରାର୍ ରହିଥିଲା । ତାକୁ ଧରିବା ପଞ୍ଜାବ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା । ଅମ୍ରିତପାଲ ନାମରେ ମୋଗା ଗ୍ରାମରେ ଆତ୍ମଗୋପନ କରିଥିବା ଅମ୍ରିତପାଲକୁ ଶେଷରେ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କ ଥିବା ଓ ଆଇଏସଆଇ ନିର୍ଦ୍ଦେଶରେ ସେ ଶିଖ୍ ଯୁବଗୋଷ୍ଠୀଙ୍କୁ ନେଇ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.