ETV Bharat / bharat

ଜେଲ୍‌ ଭିତରୁ ଓକିଲଙ୍କୁ ଚିଠି ଦେଲା ଅମ୍ରିତପାଲ

ଦିବ୍ରୁଗଡ ଜେଲ୍‌ରେ ଥିବା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ନିଜ ପରିବାର ଓ ଓକିଲଙ୍କୁ ଭେଟିଛି । ଏହି ସମୟରେ ସେ ଓକିଲଙ୍କୁ ନିଜର ଏକ ହାତଲେଖା ଚିଠି ଦେଇଛି । ଅଧିକ ପଢନ୍ତୁ

author img

By

Published : Apr 28, 2023, 3:34 PM IST

ଜେଲ ଭିତରୁ ଓକିଲଙ୍କୁ ଚିଠି ଦେଲା ଅମ୍ରିତପାଲ
ଜେଲ ଭିତରୁ ଓକିଲଙ୍କୁ ଚିଠି ଦେଲା ଅମ୍ରିତପାଲ

ଗୌହାଟୀ: ପଞ୍ଜାବ ପୋଲିସ ଦ୍ବାରା ଗିରଫ ହେବା ପରେ ଅମ୍ରିତପାଲ ସିଂ ଏବେ ଆସାମ ଦିବ୍ରୁଗଡ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛି । ଏହାରି ଭିତରେ ଗତକାଲି(ଗୁରୁବାର) ଅମ୍ରିତପାଲକୁ ତା'ର ପରିବାର ଲୋକେ ଭେଟିଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମ୍ରିତପାଲ ସମେତ ଜେଲ୍‌ରେ ଥିବା ୧୦ ଜଣ ଖଲିସ୍ତାନୀ ନେତା ନିଜ ପରିବାର ସଦସ୍ୟ ଓ ଓକିଲଙ୍କୁ ସାକ୍ଷାତ କରିଛନ୍ତି । ଏହି ଭେଟଘାଟ ସମୟରେ ଅମ୍ରିତପାଲ ନିଜ ଦ୍ବାରା ଲିଖିତ ଏକ ଚିଠି ଓକିଲ ଭଗୱନ୍ତ ସିଂହ ସିୟଲକାଙ୍କୁ ଦେଇଛି । ଉକ୍ତ ଚିଠିରେ ଗୋଟିଏ ସ୍ବତନ୍ତ୍ର କମିଟି ଗଠନ କରିବାକୁ ଖଲିସ୍ତାନୀ ନେତା ନିଜ ଓକିଲଙ୍କୁ ଜଣାଇଛି ।

ଜେଲ ଭିତରୁ ଓକିଲଙ୍କୁ ଚିଠି ଦେଲା ଅମ୍ରିତପାଲ

ଏହା ବି ପଢ଼ନ୍ତୁ: ବିବାହର 2 ଦିନ ପରେ ପ୍ରେମିକ ସହ ଗପୁଥିଲେ ନବବଧୂ, ଏସିଡ୍‌ ପକାଇଦେଲେ ଶାଶୁଘର

ଅମ୍ରିତପାଲ ଦ୍ବାରା ଲିଖିତ ଚିଠି ମୁତାବକ, ଓକିଲଙ୍କ ମାଧ୍ୟମରେ ଏକ ସ୍ବତନ୍ତ୍ର କମିଟି ଗଠନ ହେବ । ଏହି କମିଟି ଆଗାମୀ ସମସ୍ତ ନ୍ୟାୟିକ ପ୍ରକ୍ରିୟା ସଞ୍ଚାଳନ କରିବ । ଯାହାବି ଆଇନଗତ ପ୍ରକ୍ରିୟା ରହିଛି ସେସବୁ ଏହି କମିଟି ତୁଲାଇବ । ଅନ୍ୟ କୌଣସି ସଂଘ କିମ୍ବା ସମିତି ଏହି କାର୍ଯ୍ୟ କରିବେ ନାହିଁ । ଖଲିସ୍ତାନୀ ନେତାର ଓକିଲ ସିୟଲକା କହିଛନ୍ତି, ଜେଲ୍ ନିୟମ ଅନୁସାରେ ଅମ୍ରିତପାଲ ସିଂହ ସମସ୍ତ ସୁବିଧା ଉପଭୋଗ କରୁଛନ୍ତି । ସେ ଜେଲ୍‌ରେ ଭଲରେ ଅଛନ୍ତି ।

ଜେଲ ଭିତରୁ ଓକିଲଙ୍କୁ ଚିଠି ଦେଲା ଅମ୍ରିତପାଲ

ଏହା ବି ପଢ଼ନ୍ତୁ: Operation Kaveri: ସୁଦାନରୁ ସ୍ବଦେଶ ଫେରିଲେ ଆଉ ୨୫୬ ଭାରତୀୟ

ବର୍ତ୍ତମାନ ଦିବ୍ରୁଗଡ ଜେଲ୍‌ରେ ଅମ୍ରିତପାଲକୁ ଆଇଏସଆଇ ଲିଙ୍କ୍‌ ପ୍ରସଙ୍ଗରେ ପଚରାଉଚରା ଚାଲିଛି । ର' ସମେତ ଅନ୍ୟ କେନ୍ଦ୍ରୀୟ ଏଜେନ୍ସଗୁଡିକ ଅମ୍ରିତପାଲକୁ ପଚରାଉଚରା କରୁଛନ୍ତି । ଅନ୍ୟପଟେ ପଞ୍ଜାବ ପୋଲିସ ମଧ୍ୟ ବେଆଇନ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଜେରା କରିବାକୁ ଚାହୁଁଛି । ଆସନ୍ତା ଦିନରେ ଆହୁରି ଅନେକ ଖଲିସ୍ତାନୀ ସମର୍ଥକ ଓ ଅମ୍ରିତପାଲର ସହଯୋଗୀ ଗିରଫ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୩ ତାରିଖ ରବିବାର ଦିନ ପଞ୍ଜାବ ପୋଲିସ ପଳାତଳ ଖଲିସ୍ତାନୀ ନେତା ଅମ୍ରିତପାଲକୁ ଗିରଫ କରିଥିଲା । ଯିଏକି ମାର୍ଚ୍ଚ ୧୮ରୁ ଫେରାର୍ ରହିଥିଲା । ମାସେରୁ ଅଧିକ ସମୟ ଧରି ପୋଲିସ ସହ ଛକାପଞ୍ଝା ପରେ ଅମ୍ରିତପାଲ ଧରା ପଡିଥିଲା । ଏହାପରେ ତାକୁ ପଞ୍ଜାବରୁ ଦିବ୍ରୁଗଡ ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଜେଲରୁ ଖଲିସ୍ତାନୀ ନେତାକୁ ଏକ ଅଲଗା କୋଠୀରରେ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.