ETV Bharat / bharat

ଲଣ୍ଡନ ପଳାୟନ ବେଳେ ଏୟାରପୋର୍ଟରେ ଅମ୍ରିତପାଲର ପତ୍ନୀ ଅଟକ - ଏୟାରପୋର୍ଟରେ ଅମ୍ରିତପାଲି ସିଂର ପତ୍ନୀ ଅଟକ

ଅମୃତସର ବିମାନ ବନ୍ଦରରେ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ପତ୍ନୀ କିରଣଦୀପ କୌର ଅଟକ । ଲଣ୍ଡନ ପଳାୟନ ବେଳେ ଅଟକାଇଲା ପଞ୍ଜାବ ପୋଲିସ । ଅଧିକ ପଢନ୍ତୁ

ଲଣ୍ଡନ ପଳାୟନ ବେଳେ ଏୟାରପୋର୍ଟରେ ଅମ୍ରିତପାଲିର ପତ୍ନୀ ଅଟକ

author img

By

Published : Apr 20, 2023, 1:27 PM IST

Updated : Apr 20, 2023, 2:07 PM IST

ଚଣ୍ଡିଗଡ: ପଳାତକ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ପତ୍ନୀ କିରଣଦୀପ କୌର ଅଟକ । ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଆଜି(ଗୁରୁବାର) ଅମୃତସରର ଶ୍ରୀ ଗୁରୁ ରାମ ଦାସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କିରଣଦୀପଙ୍କୁ ଅଟକ ରଖିଛି ପଞ୍ଜାବ ପୋଲିସ । ସେ ଭାରତ ଛାଡି ଲଣ୍ଡନ ପଳାୟନ କରିବାକୁ ଉଦ୍ୟମ କରୁଥିଲେ । ଆଜି ପୂର୍ବାହ୍ନରେ ଲଣ୍ଡନକୁ ତାଙ୍କର ଫ୍ଲାଇଟ ଥିଲା । ଏହାପୂର୍ବରୁ ପୋଲିସ କିରଣଦୀପଙ୍କୁ ଅଟକ ରଖି ହେପାଜତକୁ ନେଇଛି ।

କିରଣଦୀପ ଅମୃତସର ବିମାନ ବନ୍ଦରରୁ ଲଣ୍ଡନର ବର୍ମିଂହାମ ଯିବାକୁ ଉଦ୍ୟମ କରୁଥିଲେ । ପୂର୍ବାହ୍ନ ସାଢେ ୧ଟାରେ ଲଣ୍ଡନକୁ ତାଙ୍କର ଫ୍ଲାଇଟ ଥିଲା । ହେଲେ ବିିମାନ ବନ୍ଦରରେ ଥିବା ପୋଲିସ କିରଣଦୀପଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ । ପଞ୍ଜାବ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କିରଣଦୀପ ବ୍ରିଟେନ ନାଗରିକ ଅଟନ୍ତି । ତାଙ୍କ ପାଖରେ ବ୍ରିଟେନ ପାସପୋର୍ଟ ରହିଛି । ପଞ୍ଜାବ କିମ୍ବା ଦେଶରେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନି । କିଛି ମାସ ତଳେ ସେ ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂହଙ୍କୁ ବିବାହ କରିଥିଲେ ।

ତେବେ ପତ୍ନୀ କିରଣଦୀପ ବ୍ରିଟେନରେ ରହିବା ସମୟରେ ବାବର ଖଲସା ଇଣ୍ଟରନ୍ୟାସନାଲ ସଂଗଠନର ସକ୍ରିୟ ସଦସ୍ୟ ଥିବା ସଂକ୍ରାନ୍ତରେ ପଞ୍ଜାବ ପୋଲିସ କିମ୍ବା କେନ୍ଦ୍ରୀୟ ଏଜେନ୍ସି ନିକଟରେ ମଧ୍ୟ କୌଣସି ଠୋସ୍ ପ୍ରମାଣ ଅଥବା ଏଫଆଇଆର ନାହିଁ । ଫେରାର୍ ଅଭିଯୁକ୍ତର ପରିବାର ଓ ପରିଚିତଙ୍କୁ ପଚରାଉଚରା ପାଇଁ ଉଦ୍ଧିଷ୍ଟ ଆଇନ ବ୍ୟବସ୍ଥା ଅଧିନରେ କିରଣଦୀପଙ୍କୁ ଅଟକ ରଖାଯାଇଛି ।

ଅମ୍ରିତପାଲ ସିଂହକୁ ପାଣ୍ଠି ଯୋଗାଣ ମାମଲାରେ ଗତ ମାର୍ଚ୍ଚରେ କିରଣଦୀପଙ୍କୁ ଜାଲ୍ଲୁପୁର ଖେଡା ଗ୍ରାମରେ ପଚରାଉଚରା କରାଯାଇଥିଲା । ପ୍ରକାଶଥାଉ କି, ଗତ ମାର୍ଚ୍ଚ ୧୮ରୁ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଫେରାର୍ ରହିଛି । ପଞ୍ଜାବ ପୋଲିସ ତାକୁ ପଳାତକ ଘୋଷିତ କରିବା ସହ ଧରିବାକୁ ଚାରିଆଡେ ଖୋଜାଖୋଜି ଜାରି ରଖିଛି । ହେଲେ ଏ ଯାଏଁ ଅମ୍ରିତପାଲର ଟେର୍ ମିଳିନି । କିଛି ଦିନ ତଳେ ପଞ୍ଜାବ ପୋଲିସ ଖଲିସ୍ତାନୀ ନେତାର ଆଉ ୩ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ଆଇନଜୀବୀ ରହିଥିଲେ । ଏହି ଅଭିଯୁକ୍ତମାନେ ପଳାତକ ଅମ୍ରିତପାଲର ରହିବା ବନ୍ଦୋବସ୍ତ କରିବା ସହ ତା' ନିକଟକୁ ଟଙ୍କା ପଠାଇ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2023, 2:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.