ETV Bharat / bharat

ବିନା ଅନୁମତିରେ ବ୍ୟବହାର କରାଯାଇ ପାରିବ ନାହିଁ ବିଗ ବିଙ୍କ ନାମ ଓ କଣ୍ଠସ୍ୱର: ଦିଲ୍ଲୀ ହାଇକୋର୍ଟ

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ବିଗ ବିଙ୍କ ନାମ, ଫଟୋ ଓ କଣ୍ଠସ୍ବର ବ୍ୟକ୍ତିତ୍ୱକୁ ବିନା ଅନୁମତିରେ ବ୍ୟବହାର କରୁଥିବା ପୋଷ୍ଟକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Nov 25, 2022, 4:19 PM IST

Amitabh Bachchan files suit in Delhi HC seeking protection his personality rights
ବିନା ଅନୁମତିରେ ବ୍ୟବହାର କରାଯାଇ ପାରିବ ନାହିଁ ବିଗ ବିଙ୍କ ନାମ ଓ କଣ୍ଠସ୍ୱର: ଦିଲ୍ଲୀ ହାଇକୋର୍ଟ

ମୁମ୍ବାଇ: ବଲିଉଡର ବିଗ ବିଙ୍କ ଉପରେ ଏକ ରାୟ ଶୁଣାଇଛନ୍ତି ହାଇକୋର୍ଟ । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଏବଂ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ପାଇଁ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତିରେ କିଛି କମ୍ପାନୀ ତାଙ୍କ ନାମ ଏବଂ କଣ୍ଠସ୍ବର ବ୍ୟବହାର କରୁଥିବା ନେଇ ବିଗ ବି ହାଇକୋର୍ଟରେ ଏକ ମାମଲା ଦାଖଲ କରିଥିଲେ । ଏନେଇ ଆଜି ରାୟ ଶୁଣାଇଛନ୍ତି ହାଇକୋର୍ଟ । ଯେଉଁମାନେ ଅଭିନେତାଙ୍କ ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି ।

  • Bollywood legend & Veteran Actor Amitabh Bachchan filed a suit in Delhi High Court seeking protection of his personality rights. Eminent lawyer Harish Salve appearing for him. The matter is underway before Justice Navin Chawla.

    (File pic) pic.twitter.com/UlK3IPsh61

    — ANI (@ANI) November 25, 2022 " class="align-text-top noRightClick twitterSection" data=" ">

କଣ ଥିଲା ବିଗ୍ ବିଙ୍କ ଅଭିଯୋଗ ?

ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନରେ ଅମିତାଭ ବଚ୍ଚନ କହିଥିଲେ,"ଅନେକ କମ୍ପାନୀ ତାଙ୍କ ନାମ, ସ୍ୱର ଏବଂ ଭାବମୂର୍ତ୍ତିର ଅପବ୍ୟବହାର କରୁଛନ୍ତି । ବିଗତ କିଛି ଦିନ ଧରି ଏସବୁ ଜାରି ରହିଛି । ମୁ ମୋର ବ୍ୟକ୍ତିତ୍ବକୁ ମୋର ବିନା ଅନୁମତିରେ କେହି ବ୍ୟବହାର କରନ୍ତୁ ତାହା ଚାହୁଁନାହିଁ । ଏନେଇ କିଛି ନିୟମ ରହିବା ଆବଶ୍ୟକ ।"

ଦିଲ୍ଲୀ ହାଇକୋର୍ଟର ବଡ ବୟାନ

ଆଜି(ଶୁକ୍ରବାର) ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅମିତାଭଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଜଷ୍ଟିସ୍‌ ଚାଓ୍ବଲା କର୍ତ୍ତୃପକ୍ଷ ଏବଂ ଟେଲିକମ୍‌ ସେବା ଯୋଗାଣକାରୀଙ୍କୁ ସଂସ୍ଥାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଏବଂ ତାଙ୍କ ବ୍ୟକ୍ତିତ୍ୱକୁ ବିନା ଅନୁମତିରେ ବ୍ୟବହାର କରୁଥିବା ପୋଷ୍ଟକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନିୟମର ଅବମାନନା କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

କଣ ରହିଥିଲା ମାମଲା ?

କିଛି କମ୍ପାନୀ ଅମିତାଭ ବଚ୍ଚନଙ୍କ ନାମ, ଫଟୋ, ସ୍ୱର ଏବଂ ତାଙ୍କ ବ୍ୟକ୍ତିତ୍ୱକୁ ନିଜ ସ୍ୱାର୍ଥ ପାଇଁ ଅନୁମତି ବିନା ବ୍ୟବହାର କରୁଛନ୍ତି । ତାଙ୍କ ଆବେଦନରେ ଏହାକୁ ବିରୋଧ କରି ଅଭିନେତା ଏହାକୁ ଭୁଲ ବୋଲି କହିଛନ୍ତି । ଏଭଳି କାର୍ଯ୍ୟକଳାପ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ବିଗ୍ ବି ଦାବି କରିଛନ୍ତି । ସୋସିଆଲ ମିଡିଆରେ ବିଗ୍ ବିଙ୍କ ନାମରେ ଏକ ଲଟେରୀ ବିଜ୍ଞାପନ ମଧ୍ୟ ଚାଲିଛି । କେବଳ ଏତିକି ନୁହେଁ ଏହି ବିଜ୍ଞାପନରେ ବିଗ୍ ବିଙ୍କ ଫଟୋ ମଧ୍ୟ ବ୍ୟବହାର କରାଯାଉଛି । ଏହା ସହିତ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟତା ସୋ କୌନ ବନେଗା କୋରଡପତିର ଲଗୋ ମଧ୍ୟ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ବିନା ଅନୁମତିରେ ଏସବୁ ହୋଇଥିବାରୁ ଏନେଇ ଅମିତାଭ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.