ETV Bharat / bharat

ଆଜି ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାରକୁ ଭେଟିବେ ଅମିତ ଶାହା

author img

By

Published : Jun 4, 2022, 12:11 PM IST

ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଚଣ୍ଡିଗଡ ଗସ୍ତ । ଅପରାହ୍ନରେ ଦିଂବଗତ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ (Sidhu Moosewala Murder)ପରିବାରକୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ଆଜି ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାରକୁ ଭେଟିବେ ଅମିତ ଶାହା
ଆଜି ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାରକୁ ଭେଟିବେ ଅମିତ ଶାହା

ଚଣ୍ଡିଗଡ: ଆଜି ଚଣ୍ଡିଗଡ ଗସ୍ତରେ ଆସି ଅପରାହ୍ନରେ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ (Sidhu Moosewala Murder) ପରିବାକୁ ଅପରାହ୍ନରେ ଭେଟିବେ ଗୃହମନ୍ତ୍ରୀ ଅମିତ ଶାହା । ପୁଅର ହତ୍ୟା ଘଟଣା ନେଇ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ କରିବାକୁ ଅମିତ ଶାହଙ୍କୁ ମୁସେୱାଲାଙ୍କ ପିତା ଦାବି କରିପାରନ୍ତି ବୋଲି କୁହାଯାଉଛି । ଏଥିସହ ଆଜି ପଞ୍ଜାବରେ BJP ନେତାଙ୍କ ସହ ଶାହା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁଯାୟୀ ମେ ୨୮ ତାରିଖ ଅପରାହ୍ନରେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ସିଦ୍ଧୁ ତାଙ୍କ କାରରେ ଯାଉଥିବାବେଳେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ରାଉଣ୍ଡ ଗୁଳି ସିଦ୍ଧୁ ଓ ତାଙ୍କ ସହଯୋଗୀଙ୍କ ଉପରେ ଚଳାଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ସିଦ୍ଧୁଙ୍କ ପରିବାକୁ ଭେଟି ୧୫ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ନେଇ ପ୍ରତିଶୃତି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:-Sidhu Moosewala Murder: ପ୍ରଡକ୍ସନ ୱାରେଣ୍ଟରେ ଗ୍ୟାଙ୍ଗଷ୍ଟାର ସରଜ ଗିରଫ

ଏହି ଘଟଣାରେ ବର୍ତ୍ତମାନ ପଞ୍ଜାବରେ ତୀବ୍ର ପ୍ରତିକ୍ରିୟା ଲାଗି ରହିଥିବାବେଳେ ମୁସେୱାଲାଙ୍କ ହତ୍ୟା ଘଟଣାରେ ମୋଟ ୬ରୁ ୭ ଜଣ ସଂପୃକ୍ତ ଥିବା ଜଣାପଡିଛି । ବୁଧବାର ଡେରାଡୁନରୁ ଜଣେ ଅଭିଯୁକ୍ତକୁ ମନସା ପୋଲିସ ଗିରଫ କରିଥିବା ବେଳେ ଜଓ୍ବାହାରକେ ଗ୍ରାମରୁ ୨ଜଣଙ୍କୁ ଅଟକ ରଖିଥିଲା । ଡେରାଡୁନରି ଗିରଫ ଅଭିଯୁକ୍ତ ମନପ୍ରତିକ ସିଂଙ୍କୁ ବାଥୀଣ୍ଡା ଜେଲରେ ହାଜର କରାଯାଇଛି ।

ସେହିପରି ଜୁନ ୨ରେ ପ୍ରଡକ୍ସନ ୱାରେଣ୍ଟରେ ଅମୃତସର ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସରଜ ସିଂ(Gangster Saraj Singh) ଓରଫ ମିଣ୍ଟୁ ଗିରଫ କରିଛି ପୋଲିସ । ସିଦ୍ଧୁଙ୍କ ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ଅସ୍ତ୍ରଶସ୍ତ୍ର ସରଜ ଯୋଗାଡ଼ କରିଥିଲା ବୋଲି ସନ୍ଦେହ କରିଛି ପୋଲିସ । ସରଜ ସହିତ କିଛି ଛାତ୍ର ମଧ୍ୟ ସାମିଲ ଥିବା ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.