ETV Bharat / bharat

ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଶାହ - ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ

ମାର୍ଚ୍ଚ 27ରେ ପଶ୍ଚିମବଙ୍ଗ ଓ ଆସାମରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବେ ଗୃହମନ୍ତ୍ରୀ । ଗୃହମନ୍ତ୍ରୀ ମାର୍ଚ୍ଚ 14 ଓ 15ରେ ଉଭୟ ରାଜ୍ୟକୁ ପ୍ରଚାରରେ ଯିବେ । ଅଧିକ ପଢନ୍ତୁ...

ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଶାହ

author img

By

Published : Mar 12, 2021, 9:52 PM IST

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ଗୃହମନ୍ତ୍ରୀ ଅମିତ୍ ଶାହା । ମାର୍ଚ୍ଚ 27ରେ ପଶ୍ଚିମବଙ୍ଗ ଓ ଆସାମରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବେ ଗୃହମନ୍ତ୍ରୀ । ଗୃହମନ୍ତ୍ରୀ ମାର୍ଚ୍ଚ 14 ଓ 15ରେ ଉଭୟ ରାଜ୍ୟକୁ ପ୍ରଚାରରେ ଯିବେ ।

ମାର୍ଚ୍ଚ 14ରେ ଶାହା ଖଡଗପୁରରେ ଏକ କରିବେ ରୋଡ ଶୋ । ବାଙ୍କୁରା ଜିଲ୍ଲାର ଝାରଗ୍ରାମ ଏବଂ ରାନୀବନ୍ଧରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଶାହା ଆସାମରେ ତିନସୁକିଆ ଜିଲ୍ଲାର ମାରଘେରିଟା ଏବଂ ଶିବସାଗରର ନାଜିରାରେ ପୃଥକ ପୃଥକ ଦୁଇଟି ସଭାରେ ଯୋଗ ଦେବେ। ମାର୍ଚ୍ଚ 15ରେ ଗୌହାଟୀ ଟାଉନ ହଲରେ ଏକ ସଭାରେ ଉଦବୋଧନ ଦେବେ ଗୃହମନ୍ତ୍ରୀ ।

ପ୍ରକାଶ ଥାଉ କି, ଆସାମରେ ବିଜେପି ସରକାର ଥିବାବେଳେ ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇଦେଇଛି ବିଜେପି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.