ETV Bharat / bharat

ରାହୁଲଙ୍କୁ ଅମିତ ଶାହଙ୍କ କଟାକ୍ଷ, କହିଲେ ଇଟାଲି ଚଷମା କାଢ଼ ବିକାଶ ଦେଖିପାରିବ - ରାହୁଲ ଗାନ୍ଧୀଙ୍କୁ ଅମିତ ଶାହଙ୍କ ଟାର୍ଗେଟ

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। "ଇଟାଲି ଚଷମା କାଢ଼ିଲେ ରାହୁଲ 8 ବର୍ଷର ବିକାଶ ଦେଖିପାରିବେ"। ଅଧିକ ପଢ଼ନ୍ତୁ

amit shah target to rahul gandhi, said take off Italian glass to see development in india
ରାହୁଲ ଗାନ୍ଧୀଙ୍କୁ ଅମିତ ଶାହଙ୍କ ଟାର୍ଗେଟ: ଇଟାଲି ଚଷମା କାଢ଼ିଲେ ବିକାଶ ଦେଖିପାରିବେ
author img

By

Published : May 23, 2022, 7:23 AM IST

ଇଟାନଗର: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଲେ "ଇଟାଲି ଚଷମା କାଢ଼ିଲେ ରାହୁଲ 8 ବର୍ଷର ବିକାଶ ଦେଖିପାରିବେ" । ଗତକାଲି (ରବିବାର) ଅରୁଣାଚଳ ପ୍ରଦେଶ ଗସ୍ତରେ ଏକ ସମାରୋହକୁ ସମ୍ବୋଧିତ କଲାବେଳେ ରାହୁଲଙ୍କୁ କଟାକ୍ଷ କରି ଏପରି କହିଛନ୍ତି ଅମିତ ଶାହ ।

ଅମିତ କହିଛନ୍ତି, "କେତେକ କଂଗ୍ରେସ ବନ୍ଧୁମାନେ ପଚାରିଛନ୍ତି, ଗତ 8 ବର୍ଷ ଭିତରେ ମୋଦି ସରକାର କଣ କରିଛନ୍ତି ? କିନ୍ତୁ ଅରୁଣାଚଳର ନାଗରିକମାନେ କୁହନ୍ତୁ, ଯିଏ ଆଖି ବନ୍ଦ କରି ଚେଇଁଥାଏ ସେ କିଭଳି ବିକାଶ ଦେଖିପାରିବ । କଂଗ୍ରେସର କିଛି ଲୋକ ଆଖି ବନ୍ଦ କରି ବିକାଶ ଦେଖିବାକୁ ଚେଷ୍ଟା କରୁଛନ୍ତି ।" ଅମିତ ଶାହ ପୁଣି ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି କହିଛନ୍ତି "ରାହୁଲ ବାବା, ଦେଶର ବିକାଶ ଦେଖାଯାଉନଥିବାର କାରଣ ହେଉଛି ଇଟାଲିର ଚଷମା । ନିଜ ଆଖି ଖୋଲ ଏବଂ ଭାରତୀୟ ଚଷମା ପିନ୍ଧ । ଏହାପରେ ଗତ 8 ବର୍ଷର ବିକାଶ ଦେଖିବାକୁ ସମର୍ଥ ହେବେ ।" ଦେଶରେ ପର୍ଯ୍ୟଟନ ଓ ଆଇନ ଶୃଙ୍ଖଳା ମଜବୁତ ହୋଇଥିବା ସେ କହିଛନ୍ତି । ଗତ 50 ବର୍ଷ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ଯାହା ହୋଇପାରିନାହିଁ ତାହା ମୋଦି ଓ ପ୍ରେମ ଖାଣ୍ଡୁ କରିଦେଖାଇବେ ବୋଲି ଅମିତ ଶାହ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.