ETV Bharat / bharat

କୋଭିଡ ଟିକାକୁ ନେଇ ରାଜନୀତି ନ ହେଉ: ଗୃହମନ୍ତ୍ରୀ - 'Ayushman CAPF',

କୋଭିଡ ଟିକାର ପ୍ରଭାବ ଓ କାର୍ଯ୍ୟକାରିତାକୁ ନେଇ ରାଜନୀତି ନ କରିବାକୁ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅଧିକ ପଢନ୍ତୁ...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
author img

By

Published : Jan 24, 2021, 10:57 AM IST

ଗୌହାଟୀ: କୋଭିଡ ଟିକାର ପ୍ରଭାବ ଓ କାର୍ଯ୍ୟକାରିତାକୁ ନେଇ ସମାଲୋଚନା କରୁଥିବା ଲୋକଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଜନସ୍ବାସ୍ଥ୍ୟକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ । ଗୌହାଟୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତର ସମସ୍ତ ସଶସ୍ତ୍ର ପୋଲସି ବାହିନୀ ପାଇଁ 'ଆୟୁଷ୍ମାନ ସିଆରପିଏଫ' ଯୋଜନା ଆରମ୍ଭ କରି କେନ୍ଦ୍ରୀୟ ସ୍ବାସ୍ଥ୍ୟ ବୀମାର ଉପକାରିତା ବିଷୟରେ ଆଲୋଚନା କରିଛନ୍ତି ଶାହା ।

କିଛି ଲୋକ ଅଛନ୍ତି ଯେଉଁମାନେ କୋଭିଡ ଟିକାକୁ ନେଇ ଭୁଲ ତଥ୍ୟ ବିସ୍ତାର କରୁଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଶାହା କହିଛନ୍ତି ଲୋକଙ୍କ ସ୍ବସ୍ଥ୍ୟକୁ ନେଇ କାହିଁକି ରାଜନୀତି କରାଯାଉଛି ଯାହା ଅନେକ ସମସ୍ୟା ସୃଷ୍ଟି କରୁଛି । ସେ ଆହୁରୀ କହିଛନ୍ତି ଭାରତୀୟ ବୈଜ୍ଞାନିକଙ୍କ ଦ୍ବାରା ଏହି ବିକଶିତ ଟିକା ପ୍ରସ୍ତୁତ ହୋଇଛି ଯାହା ସମ୍ପୂର୍ଣ୍ଣ ପ୍ରଭାବଶାଳୀ ଓ ସୁରକ୍ଷିତ । ଏହା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବା ପରେ ସବୁ ବର୍ଗର ଲୋକଙ୍କୁ ଦିଆଯିବ ।

ଗୃହ ମନ୍ତ୍ରୀ ଅମିତ ଶାହା ସମସ୍ତଙ୍କୁ କୋରୋନା ଟିକା ନେବାକୁ ଅନୁରୋଧ କରିବା ସହିତ ଟିକାର ପ୍ରଭାବ ଉପରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି । ଆମେ ବିଶ୍ବର ସବୁଠୁ ବଡ ଟୀକାକରଣ ଡ୍ରାଇଭ ଆରମ୍ଭ କରି ସାରିଛୁ ବୋଲି କହିଛନ୍ତି ଶାହା । ଗୌହାଟୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସାତ ଜଣ ସିଆରପିଏଫ ଯବାନଙ୍କୁ ଆୟୁଷମାନ ସିଆରପିଏଫ କାର୍ଡ ବଣ୍ଟନ କରିଛନ୍ତି ଶାହା । ସ୍ବାସ୍ଥ୍ୟ ସମସ୍ୟାକୁ ଲକ୍ଷ କରି ଏହି ଆୟୁଷମାନ ସିଆରପିଏଫର ଶୁଭାରମ୍ଭ ହୋଇଛି । ଏହି ଯୋଜନା 24ହଜାର ଡାକ୍ତରଖାନାରେ ଉପଲବ୍ଧ ହେବ । ଏଥିରେ 50ହଜାର ଲୋକ ଉପକୃତ ହେବେ ବୋଲି କହିଛନ୍ତି ଶାହା ।

ମେ 1 ସୁଦ୍ଧା ଆୟୁଷମାନ ସିଆରପିଏଫ ଯୋଜନା ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଦାନ କରାଯିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀରେ ଏହି ଉଚ୍ଚାଭିଳାଷୀ ଯୋଜନା ଆରମ୍ଭ କରିବା ସୁବାଷ ବୋଷଙ୍କ ପାଇଁ ତଥା କେନ୍ଦ୍ର ସରକାରଙ୍କ ଅତ୍ୟନ୍ତ ସନ୍ତୋଷଜନକ ବିଷୟ ବୋଲି କହିଛନ୍ତି ଶାହା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେଇଛନ୍ତି ଯେ ଆମେ ପ୍ରତିବର୍ଷ ନେତାଜୀଙ୍କ ଜନ୍ମଦିନକୁ 'ପରାକ୍ରାମି ଦିବସ' ଭାବରେ ପାଳନ କରିବୁ ଏବଂ ଆଜି ଆମେ ଆମ ପାରାକ୍ରମୀ ଯବାନଙ୍କ ପାଇଁ ଏହି ନୂତନ ଯୋଜନା ଆରମ୍ଭ କରୁଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.