ETV Bharat / bharat

ଆସାମରେ ଶାହ: ଭାରତ-ବାଲାଂଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ସମୀକ୍ଷା

ଦୁଇ ଦିନିଆ ଆସାମ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତ- ବାଂଲାଦେଶ ସୀମାରେ ପରଖିଲେ ସୁରକ୍ଷା ବ୍ୟବସ୍ଥା । ସାଙ୍ଗରେ ଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଅଧିକ ପଢନ୍ତୁ

ଆସାମରେ ଶାହ: ଭାରତ-ବାଲାଂଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ସମୀକ୍ଷା
ଆସାମରେ ଶାହ: ଭାରତ-ବାଲାଂଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ସମୀକ୍ଷା
author img

By

Published : May 9, 2022, 8:29 PM IST

ଗୌହାଟୀ: ଦୁଇ ଦିନିଆ ଆସାମ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି (ସୋମବାର) ଆସାମର ମାନକଚରରେ ଥିବା ଭାରତୀୟ ସୀମା ସୁରକ୍ଷା ବଳ (BSF)ର ଏକ ଫରଓ୍ବାର୍ଡ ପୋଷ୍ଟ ପରିଦର୍ଶନ କରିଛନ୍ତି । ସେଠାରେ ସେ ଇଣ୍ଡୋ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଅନ୍ତର୍ଜାତୀୟ ସୀମାରେ ଭାରତୀୟ ସୀମା ସୁରକ୍ଷା ବଳ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାରେ ସର୍ବଦା ତତ୍ପର ରହିଛି । ଯେଉଁଥିପାଇଁ ଦେଶର ପ୍ରତ୍ୟେକ ନାଗରିକ ନିଜକୁ ସୁରକ୍ଷିତ ମନେ କରୁଛନ୍ତି ଏବଂ ସୁରକ୍ଷା ଉପରେ ଆତ୍ମବିଶ୍ୱାସୀ ରହିଛନ୍ତି ବୋଲି କହି BSFକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଶାହ ।

  • असम में भारत-बांग्लादेश सीमा की मनकाचर BOP का दौरा कर सुरक्षा व्यवस्था व 'Comprehensive Integrated Border Management System' की समीक्षा की।

    मोदी सरकार देश की सीमाओं को सुरक्षित करने के लिए हमारे सुरक्षा बलों को आधुनिक से आधुनिक तकनीक उपलब्ध करा रही है। pic.twitter.com/4H0VQQ3CE7

    — Amit Shah (@AmitShah) May 9, 2022 " class="align-text-top noRightClick twitterSection" data=" ">

ଗୃହମନ୍ତ୍ରୀ ଶାହଙ୍କ ସହ ପ୍ରଦେଶ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଏହି ପରିଦର୍ଶନରେ ଅଂଶଗ୍ରହଣ କରିଥିଲେ । ସୀମା ସୁରକ୍ଷା ବଳ ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂଙ୍କ ସହ ବିଏସଏଫ ହେଲିକପ୍ଟର ଯୋଗେ ଶାହ ଓ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ମାନକଚର ବିଏସଏଫ ପୋଷ୍ଟରେ ସୀମାରେ ପହଞ୍ଚିଥିଲେ । ବର୍ତ୍ତମାନ ସୀମାରେ ସୁରକ୍ଷା ସ୍ଥିତି, ସାମ୍ପ୍ରତିକ ଆହ୍ବାନ ଏବଂ ଏହାର ମୁକାବିଲା ପାଇଁ ରଣନୀତି ସମ୍ପର୍କରେ ବିଏସଫର ବରିଷ୍ଠ ଅଧିକାରୀ ଗୃହମନ୍ତ୍ରୀ ଶାହଙ୍କୁ ଅବଗତ କରିଥିଲେ । ସେହିପରି ଦୁଇ ଦେଶର ସେନା ସୀମାରେ ମିଳିତ ଭାବେ ଜାରି ରଖିଥିବା ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ ନିରୀକ୍ଷଣ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ।

ଏହି ଗସ୍ତରେ ଶାହଙ୍କ ସହ ଗୃହ ମନ୍ତ୍ରଣାଳୟ ସଚିବ ଅଜୟ ଭାଲା ମଧ୍ୟ ଅଂଶଗ୍ରହଣ କରିଥିଲେ । 2 ଦିନିଆ ଆସାମ ଗସ୍ତରେ ଥିବା ଶାହ ଏକାଧିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ଆଜି ସୀମାରେ ସ୍ଥିତି ପରିଖିବା ସହ ଶାହ ଆଉ କିଛି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.